Advertisment

ମଦ ପି‍ଇ ପହଞ୍ଚିଲା ବର; ବିବାହ କରିବାକୁ ମନା କଲା କନ୍ୟା

ଅଗ୍ନିକୁ ସାକ୍ଷୀ ରଖି ବ୍ରାହ୍ମଣଙ୍କ ବେଦ ମନ୍ତ୍ର ସହିତ ବର-କନ୍ୟା ପରସ୍ପରକୁ ନିଜର କରିବାରର ପରମ୍ପରା କୌଣସି ଗୁରୁତ୍ୱପୂର୍ଣ୍ଣ ପୂଜାଠାରୁ ବି କମ୍ ନୁହେଁ। ଏଭଳି ଏକ ପବିତ୍ର ଦିନରେ ବର ମଦ୍ୟପାନ କରି ମଣ୍ଡପରେ ପହଞ୍ଚିଲା। ବରର ଅବସ୍ଥା ଦେଖି ବିବାହ କରିବାକୁ ମନାକଲା କନ୍ୟା।

ଅଦ୍ୟତନ ହୋଇଛି
Drunk Groom Slept at Mandap

Drunk groom slept at mandap during wedding bride refuses to marry

Advertisment

ଭାରତରେ ବିବାହକୁ ଏକ ଅତି ପବିତ୍ର ବନ୍ଧନ ଭାବରେ ବିବେଚନା କରାଯାଏ। ଅଗ୍ନିକୁ ସାକ୍ଷୀ ରଖି ବ୍ରାହ୍ମଣଙ୍କ ବେଦ ମନ୍ତ୍ର ସହିତ ବର-କନ୍ୟା ପରସ୍ପରକୁ ନିଜର କରିବାରର ଏହି ପରମ୍ପରା କୌଣସି ଗୁରୁତ୍ୱପୂର୍ଣ୍ଣ ପୂଜାଠାରୁ ବି କମ୍ ନୁହେଁ। ଏପରି ପରିସ୍ଥିତିରେ, ଯଦି କେହି ମଦ୍ୟପାନ କରି ଏପରି ଏକ ପବିତ୍ର ସ୍ଥାନକୁ ଆସେ ତେବେ ପରିବାର ଲୋକେ କ୍ରୋଧିତ ହେବା ସ୍ୱଭାବିକ।

Advertisment

ବିବାହକୁ ନେଇ ଆସାମରେ ଏମିତି ଏକ ଘଟଣା ଘଟିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେ। ଏଠାରେ କୌଣସି ଅତିଥି ନୁହନ୍ତି ବରଂ ନିଜେ ବର ଟଳି ଟଳି ବିବାହ ମଣ୍ଡପ ପାଖରେ ପହଞ୍ଚିଥିଲେ। ଏହା ପରେ ଯାହା ହେଲା ଜାଣିଲେ ଆପଣ ମୁଣ୍ଡରେ ହାତ ଦେବେ।

ଅଧିକ ପଢ଼ନ୍ତୁ: ବରଘର ଦେଲେନି ଅଧିକ ଯୌତୁକ; ବେଦିରୁ ଉଠି ବାହାଘର ଭାଙ୍ଗିଦେଲା କନ୍ୟା

Advertisment

ବିବାହ ସମୟରେ ବରଯାତ୍ରୀମାନେ ମଦ୍ୟପାନ କରୁଥିବା ଦେଖାଯାଏ। ବର୍ତ୍ତମାନ ତ ବିବାହ ଏବଂ ରିସେପସନ୍ ପାର୍ଟିରେ ବାର୍ ର ଟ୍ରେଣ୍ଡ ମଧ୍ୟ ଆରମ୍ଭ ହୋଇଛି। କିନ୍ତୁ କେହି ଚାହାନ୍ତି ନାହିଁ ବର ନିଜେ ଏଭଳି ଏକ ପବିତ୍ର ଦିନରେ ମଦ୍ୟପାନ କରି ଆସନ୍ତୁ ବୋଲି। ଯଦି ଏମିତି ହୁଏ ତେବେ ପରିଣାମ ଆସାମର ଏକ ବିବାହରେ ଏହି ବର ସହିତ ଘଟିଥିବା ପରି ବି ହୋଇପାରେ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ଘଟଣା ଆସାମର ନଳବାଡିରୁ ଆସିଛି। ଏଠାରେ ଏକ ବିବାହ ସମୟରେ ବର ଏତେ ମାତ୍ରାରେ ମଦ୍ୟପାନ କରିଥିଲେ ଯେ ସେ ବିବାହ ରୀତିନୀତି ସମୟରେ ମଧ୍ୟ ବସି ପାରିନଥିଲେ। ଏହି ଘଟଣାର ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ବରର ନାଁ ପ୍ରସେନଜିତ ହାଲୋଇ ବୋଲି କୁହାଯାଉଛି। ନିଶା ଯୋଗୁଁ ସେ ବିବାହ ରୀତି ଚାଲୁଥିବା ବେଳେ ତଳେ ଗଳିପଡିଥିଲେ ଆଉ ଶୋଇଯାଇଥିଲେ।

Advertisment

ଯେତେବେଳେ କନ୍ୟା ବରର ଏଭଳି ଅବସ୍ଥା ଦେଖିଲେ ସେ ମଧ୍ୟ ରାଗିଗଲେ ଆଉ ବିବାହ କରିବାକୁ ମନା କରିଦେଲେ। ପରିବାର ଲୋକ ବର ଏବଂ ତାଙ୍କ ପରିବାର ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି। ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ ବର ଏବଂ ତାଙ୍କ ବାପା ମଦ୍ୟପାନ କରିଥିବାବେଳେ ବରଯାତ୍ରୀର ଅନ୍ୟ ସଦସ୍ୟମାନେ ମଧ୍ୟ ମଦ୍ୟପାନ କରିଥିଲେ।

Marriage Ajab Gajab
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ