Advertisment

'ବାଇଗଣ ଖେଳ ପାଇଁ ଖରସ୍ରୋତା ଗଣ୍ଡ ଭିତରକୁ ଚାଲିଗଲେ ମୋର ସାଙ୍ଗ'

ମୋର ଦୁଇ ସମ୍ପର୍କୀୟ ଦାଦା ବି ଗଲେ କିନ୍ତୁ ଥଳକୂଳ ନପାଇବାରୁ ଚାଲିଆସିଲେ।

ଅଦ୍ୟତନ ହୋଇଛି
Kharasrota

Kharasrota

Advertisment

ଯାଜପୁର ଜିଲ୍ଲା ବଡ଼ସୁଆର ନିକଟ ଖରସ୍ରୋତାରେ ବୁଡ଼ିଯିବା ଘଟଣାରେ ଆଉ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ଫଳରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଗତକାଲି ହୋଲି ଖେଳ ପରେ ନଦୀରେ ଗାଧୋଇବାକୁ ଯାଇ ୭ ଜଣ ଭାସିଯାଇଥିଲେ। ଆଜି ସକାଳେ ଜଣେ ଓ ଗତକାଲି ୨ ଜଣଙ୍କ ମୃତଦେହ ମିଳିଥିଲା। ନିଖୋଜ ଥିବା ଅନ୍ୟ ୨ ଜଣଙ୍କୁ ଖୋଜାଖୋଜି ଜାରି ରହିଛି। ଓଡ୍ରାଫ୍ ଟିମ୍ ପକ୍ଷରୁ ଏବେ ବି ଉଦ୍ଧାର କାର୍ଯ୍ୟ  ଚାଲିଛି। 

Advertisment

ତେବେ ଉଦ୍ଧାର ହୋଇ ନୂଆ ଜୀବନ ପାଇଥିବା ଅମିତ ଜେନା କହିଛନ୍ତି ଯେ ଆମେ ୨ଟି ଗ୍ରୁଫ୍ ମିଶାଇ ୨୦ ଜଣ ଯାଇଥିଲୁ। ନଦୀର ଗୋଟିଏ ପାର୍ଶ୍ୱରେ ୨୦ ଜଣ ଥିଲୁ ଓ ଅନ୍ୟ ପାର୍ଶ୍ୱରେ ୨୦ ଜଣ ମଧ୍ୟ ଥିଲେ। ପାଣିର ଗଭୀର ମଧ୍ୟ ଅଳ୍ପ ଥିଲା। ତାପରେ ଭିତରେ ପଶିଲୁ। ନଦୀରେ ଖେଳକୁଦ କରିବା ଆରମ୍ଭ କଲୁ। ନଦୀ ମଝିରେ ବାଇଗଣ ଫୋପଡା ଖେଳ ଖେଳିଲୁ। ସେହି ଖେଳରେ ୨୫ ଜଣ ସାମିଲ ହୋଇଥିଲେ।

ମୋର ଜଣେ ସାଙ୍ଗ ବାଇଗଣକୁ ଦୂରକୁ ଫୋପାଡ଼ି ଦେବାରୁ ରାଲ ନାମକ ମୋର ଜଣେ ସାଙ୍ଗ ସେହି ବାଇଗଣକୁ ଆଣିବା ପାଇଁ ଯାଇଥିଲା, କିନ୍ତୁ ଆସିଲାନି। ଯେତେବେଳେ ପାଣି ଭିତରକୁ ଚାଲିଗଲା, ମୋତେ ଅମିତ୍‌ ଅମିତ୍ ଡାକିଲା। ତାକୁ ଆଣିବାକୁ ୫ ଜଣ ଗଲେ ସେ ହି ୫ଜଣ ଯାକ ବି ରହିଗଲେ। ଅନ୍ୟମାନେ ବନ୍ଧ ଉପରକୁ ଦୌଡି ପଳାଇଲେ। ମୋର ଦୁଇ ସମ୍ପର୍କୀୟ ଦାଦା ବି ଗଲେ କିନ୍ତୁ ଥଳକୂଳ ନପାଇବାରୁ ଚାଲିଆସିଲେ। 

Advertisment
Drowning Case In Jajpur Kharasrota River
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ