Advertisment

ସ୍ୱାମୀ, ଦୁଇ ପୁଅଙ୍କ ଦେହାନ୍ତ ପରେ କେମିତି କଟିଥିଲା ଦ୍ରୌପଦୀ ମୁର୍ମୁଙ୍କ ଜୀବନ

ଚାକିରି ଛାଡ଼ି ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଆସିଷ୍ଟାଣ୍ଟ୍ ପ୍ରଫେସର ଭାବେ ଯୋଗ ଦେଇଥିଲେ ଦ୍ରୋପଦୀ।

ଅଦ୍ୟତନ ହୋଇଛି
Draupadi Murmu

Draupadi Murmu

Advertisment

କାଉନସିଲରରୁ ରାଷ୍ଟ୍ରପତି ପ୍ରାର୍ଥୀ। ୧୯୯୭ରେ ରାଇରଙ୍ଗପୁରର କାଉନସିଲର ହୋଇଥିବା ଦ୍ରୌପଦୀ ଦେଶର ସବୋର୍ଚ୍ଚ ଆସନ ପାଇଁ ନାମାଙ୍କନ ଭରିବେ। ୨୦ ଜୁନ୍ ୧୯୫୮ରେ ମୟୂରଭଞ୍ଜ କୁସୁମୀ ବ୍ଲକର ଉପରବେଡ଼ା ଗାଁରେ ଜନ୍ମଗ୍ରହଣ କରିଥିଲେ ଦ୍ରୋପଦୀ। ଭୁବନେଶ୍ୱର ରମାଦେବୀ କଲେଜ୍‌ରୁ ୧୯୭୯ରେ ଗ୍ରାଜୁଏଟ୍ ଡିଗ୍ରୀ ହାସଲ କରିଥିଲେ। ପରେ ରାଜ୍ୟ ସରକାରଙ୍କ ଜଳ ସେଚନ ବିଭାଗରେ କନିଷ୍ଠ ସହାୟକ ଭାବେ ନିଯୁକ୍ତି ପାଇଥିଲେ।

Advertisment

ଚାକିରି ଛାଡ଼ି ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଆସିଷ୍ଟାଣ୍ଟ୍ ପ୍ରଫେସର ଭାବେ ଯୋଗ ଦେଇଥିଲେ ଦ୍ରୋପଦୀ। ୧୯୯୭ ମସିହାରେ କାଉନସିଲର ଭାବେ ନିର୍ବାଚନ ଲଢ଼ି ରାଇରଙ୍ଗପୁର ପୌର ପରିଷଦର ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ। ୨୦୦୦ ମସିହାରେ ପ୍ରଥମ ଥର ପାଇଁ ରାଇରଙ୍ଗପୁରରୁ ବିଧାୟିକା ଭାବେ ନିର୍ବାଚନ ହୋଇଥିଲେ। ସେହିବର୍ଷ ତାଙ୍କୁ ମିଳିଥିଲା ମନ୍ତ୍ରୀ ପଦ। ଦୁଇ ଥର ବିଧାୟିକା ଓ ମନ୍ତ୍ରୀ ରହିବା ପରେ ଜଣେ ସକ୍ରିୟ ବିଜେପି କର୍ମୀ ଓ ଆଦିବାସୀ ଚେହେରା ଭାବେ ସାରା ରାଜ୍ୟରେ ପରିଚିତ ଥିଲେ ଦ୍ରୋପଦୀ।

ପ୍ରଥମ ଥର ପାଇଁ ମହିଳା ଆଦିବାସୀ ରାଜ୍ୟପାଳ ଭାବେ ଝାଡ଼ଖଣ୍ଡ ଦାୟିତ୍ୱ ତାଙ୍କୁ ମିଳିଥିଲା। ୨୦୧୫ରୁ ୨୦୨୧ ପୁରା ୫ ବର୍ଷ ଯାଏଁ ସେ ଝାଡ଼ଖଣ୍ଡ ରାଜ୍ୟପାଳ ଭାବେ କାର୍ଯ୍ୟ କରିଥିଲେ। ବ୍ୟାଙ୍କ ମ୍ୟାନେଜର ଶ୍ୟାମ ଚରଣ ମୁର୍ମୁଙ୍କୁ ଦ୍ରୋପଦୀ ବିବାହ କରିଥିଲେ। ତାଙ୍କର ଦୁଇ ପୁଅ ଓ ଗୋଟିଏ ଝିଅ ଥିଲେ। କିନ୍ତୁ ଦୁଃଖର ବିଷୟ ସ୍ବାମୀ ଓ ଦୁଇ ପୁଅଙ୍କ ଦେହାନ୍ତ ହୋଇସାରିଛି। ଝିଅ ଇତିଶ୍ରୀ ମୁର୍ମୁ ରଗବୀ ଖେଳାଳି ଗଣେଶ ହେମ୍ବ୍ରମଙ୍କୁ ବିବାହ କରିଛନ୍ତି।

Advertisment
NDA Draupadi Murmu Presidential Election
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ