ଏଣିକି ଡ୍ରୋନ୍‌ ଜଗିବ ଜଙ୍ଗଲ ! ବନ କର୍ମଚାରୀଙ୍କୁ ବିପଦରୁ କରିବ ଉଦ୍ଧାର

ଡ୍ରୋନ କିପରି ବ୍ୟବହାର କରାଯିବ, ସେଥିରେ କିପରି ଆବଶ୍ୟକ ସାମଗ୍ରୀ ଅନ୍ୟତ୍ର ପଠାଯିବ । ସେନେଇ ତାଲିମ ଦିଆଯାଇଛି ।

Drone

ଶିମିଳିପାଳ ଅଭୟାରଣ୍ୟରେ ବନ ବିଭାଗକୁ ସହାୟତା କରିବ ଡ୍ରୋନ୍ । ଏନେଇ ପ୍ରାଥମିକ ପର୍ଯ୍ୟାୟରେ ଡ୍ରୋନ୍ ସେବାର ଏକ ପରୀକ୍ଷାମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଘଞ୍ଚ ଜଙ୍ଗଲ ଭିତରେ ବନ କର୍ମଚାରୀ କୌଣସି ଅସୁବିଧାର ସମୁଖୀନ ହେଲେ ସେମାନଙ୍କୁ ତୁରନ୍ତ ସାହାଯ୍ୟ ଯୋଗାଇ ଦେବାକୁ ଏହି ଡ୍ରୋନର ସହାୟତା ନିଆଯିବ । ଏଥିପାଇଁ ବନ କର୍ମଚାରୀଙ୍କୁ ଡ୍ରୋନ ଅପରେସନର ଟ୍ରେନିଂ ଦିଆଯାଇଛି ।

ଡ୍ରୋନ କିପରି ବ୍ୟବହାର କରାଯିବ, ସେଥିରେ କିପରି ଆବଶ୍ୟକ ସାମଗ୍ରୀ ଅନ୍ୟତ୍ର ପଠାଯିବ । ସେନେଇ ତାଲିମ ଦିଆଯାଇଛି । ଡ୍ରୋନରେ ପାଣି ବୋତଲ, ଔଷଧ ସାମଗ୍ରୀ ନିର୍ଭୁଲ ଭାବେ ପଠାଇବାରେ ସଫଳ ହୋଇଛି ବନ ବିଭାଗ । ସେହିଭଳି ଅଭୟାରଣ୍ୟରେ ନିଆଁ ଲାଗୁଥିବା ସ୍ଥାନଗୁଡ଼ିକର ଯାଞ୍ଚ ଡ୍ରୋନ୍ ସହାୟତାରେ କରାଯାଇପାରିବ । ଆଗକୁ ଏହି ଡ୍ରୋନ୍ ରାତିରେ କିଭଳି କାର୍ଯ୍ୟ କରିବ ସେନେଇ ଅଧିକ ଅନୁଧ୍ୟାନ କରାଯାଉଛି  ବୋଲି ଶିମିଳିପାଳ ଅଭୟାରଣ୍ୟର ଉପ ନିର୍ଦ୍ଦେଶକ କହିଛନ୍ତି ।