Advertisment

ଜୀବନକୁ ବାଜି ଲଗେଇ ଘାଟି ରାସ୍ତାରେ କାର୍ ବୁଲେଇଲେ ଡ୍ରାଇଭର

ଘାଟି ରାସ୍ତାରେ କାର୍ ବୁଲେଇବାକୁ ନେଇ ନିଜ ଜୀବନକୁ ପାଣି ଛଡେଇ ଦେଇଛନ୍ତି ଜଣେ ଡ୍ରାଇଭର। ଭାଇରାଲ ହେଉଥିବା ଏହି ଭିଡିଓକୁ ଯିଏ ଦେଖୁଛି ସିଏ ଆଶ୍ଚର୍ଯ୍ୟ ହେଉଛି।

author-image
Pramod Behera
ଅଦ୍ୟତନ ହୋଇଛି
Driver turning car on dangerous hill road

Driver turning car on dangerous hill road

କିଏ ବା କାର୍ ଚଳାଇବାକୁ ପସନ୍ଦ କରେ ନାହିଁ। କିନ୍ତୁ ପାହାଡ ରାସ୍ତାରେ ଗାଡି ଚଳାଇବାର ମଜା ହିଁ ନିଆରା। ଆଜିକାଲି ସୋସିଆଲ ମିଡିଆରେ ଏଭଳି ଡ୍ରାଇଭରର ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଅନେକ ଲୋକ ଭିଡିଓ ଦେଖିବା ପରେ ଭୟ ପାଇଯାଇଛନ୍ତି। ଏହା ଏବେ ଚର୍ଚ୍ଚାର ବିଷୟ ହୋଇଛି। ଏହି ଭିଡିଓରେ ଜଣେ କାର୍ ଡ୍ରାଇଭର ଏକ ଛୋଟ ପାହାଡିଆ ଘାଟି ରାସ୍ତାରେ ତାଙ୍କ କାର୍ ବୁଲାଉଥିବାର ନଜର ଆସିଛନ୍ତି। କିନ୍ତୁ ଏହି ପାହାଡିଆ ରାସ୍ତାରେ କାର୍‌ ବୁଲେଇବା ନେଇ ଜାଗା ହିଁ ନ ଥିଲା।

Advertisment

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଏକ ନୀଳ ରଙ୍ଗର କାର୍‌ ଏକ ସଂକୀର୍ଣ୍ଣ ପର୍ବତ ରାସ୍ତାରେ ବୁଲୁଥିବା ଦେଖାଯାଉଛି। କିନ୍ତୁ ଯେଉଁ ରାସ୍ତାରେ ଗାଡିଟିକୁ ବୁଲାଯାଉଛି ସେହି ରାସ୍ତାଟି ବହୁତ ସଂକୀର୍ଣ୍ଣ। ଆପଣ ସ୍ପଷ୍ଟ ଦେଖିପାରିବେ ଯେ କାର୍ ବୁଲାଇବାବେଳେ ଏହାର ପଛ ଚକଗୁଡ଼ିକ ଖାଇରେ ପଡି ଉପରେ ଝୁଲୁଥିବା ଦେଖାଯାଉଛି। କିନ୍ତୁ ସବୁଠାରୁ ବଡ କଥା ହେଲା ଡ୍ରାଇଭର ନିଜର ସାହସିକତା ପ୍ରଦର୍ଶନ କରି ଏହାର ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇଛନ୍ତି। ସେ କାର୍‌କୁ ଖାଇରେ ପଡ଼ିବାକୁ ଦେଇ ନାହାନ୍ତି।

ଏହି ଭିଡିଓରେ ଦେଖାଯାଉଥିବା ରାସ୍ତାର ଗୋଟିଏ ପାର୍ଶ୍ୱରେ ଘାଟି ଦେଖାଯାଉଥିବା ବେଳେ ଅନ୍ୟ ପଟେ ରହିଛି ପାହାଡ। କାର୍‌ଟି ଏହି ରାସ୍ତାରେ ଠିଆ ହୋଇ ଥିବାବେଳେ ଏହାର ଡ୍ରାଇଭର କାର୍‌ଟିକୁ ବୁଲାଇବାକୁ ଚେଷ୍ଟା କରୁଛନ୍ତି। ଡ୍ରାଇଭର ଜଣକ ଯେଉଁଭଳି ଭାବରେ କାର୍‌ଟିକୁ ବୁଲାଇଲେ ତାହା ପ୍ରକୃତରେ ଆଶ୍ଚର୍ଯ୍ୟଜନକ। ଭିଡିଓ ସହିତ ଥିବା କ୍ୟାପ୍‌ସନ୍‌ରେ ଲେଖା ଅଛି ଯେ ୮୦ ପଏଣ୍ଟ ଟର୍ଣ୍ଣର ପରଫେକ୍ଟ ନମୁନା। ଏହି ଭିଡିଓକୁ ଡ. ଅଜୟିତା ସୋସିଆଲ ମିଡିଆରେ ଶେୟାର କରିଛନ୍ତି।

Advertisment

ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ଦେଖିବା ପରେ ଅନେକ ଲୋକ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି। ଖବର ଲେଖାହେବା ବେଳକୁ ଭିଡିଓଟି ୧ ଲକ୍ଷରୁ ଅଧିକ ଭ୍ୟୁ ପାଇସାରିଥିଲା। ଅନେକ ଲୋକ ଏହା ଦେଖି ଆଶ୍ଚର୍ଯ୍ୟର ସହିତ ପ୍ରଶ୍ନ କରିଛନ୍ତି ଯେ ଏହି ଭିଡିଓଟି କ’ଣ ସତ? ଏହି ଭିଡିଓ ଦେଖିବା ପରେ ଅନେକ ଲୋକ ମଧ୍ୟ ଲେଖିଛନ୍ତି ଯେ ସେମାନେ ତାଙ୍କ ଜୀବନରେ ଏଭଳି ଚମତ୍କାର ଡ୍ରାଇଭର ଦେଖିନାହାନ୍ତି।

Viral Video
Advertisment
Advertisment