Advertisment

'ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଲାଗୁ ହେଉ ଡ୍ରେସ କୋଡ୍‌'

କାଳିଆ ଦର୍ଶନ ପାଇଁ ଯାଉଥିବା ମହିଳା ମାନେ ଶରୀରକୁ ସମ୍ପୂର୍ଣ୍ଣ ଘୋଡ଼େଇ ରଖିଲା ଭଳି ଶାଢ଼ୀ ଓ ସାଲୱାର ପରିଧାନ କଲେ ଭଲ । ସେହିପରି ପୁରୁଷ ଭକ୍ତମାନେ ଧୋତି, ଗାମୁଛା ସହ ମଠା ବି ପିନ୍ଧିବାକୁ ପ୍ରସ୍ତାବ ଦେଇଛି ଦଇତାପତି ନିଯୋଗ।

dress code proposal for devotees

dress code proposal for devotees

Advertisment

ଦକ୍ଷିଣ ଭାରତର ସବୁ ପ୍ରମୁଖ ମନ୍ଦିରରେ ନିୟମ ଅଛି, ହେଲେ ଶ୍ରୀମନ୍ଦିରରେ କାହିଁକି ଲାଗୁ ହେଉନି ଡ୍ରେସକୋଡ୍। ଭକ୍ତଙ୍କ ଏକାଗ୍ରତା ଓ ଜଗନ୍ନାଥ ସଂସ୍କୃତିର ମହାନତା ଦୃଷ୍ଟିରୁ କାଳିଆ ଦର୍ଶନପାଇଁ ଆସୁଥିବା ଭକ୍ତଙ୍କ ପାଇଁ ଡ୍ରେସକୋଡ୍ ବ୍ୟବସ୍ଥା ଲାଗୁ କରିବାକୁ ଦାବି ଉଠାଇଛି ଦଇତାପତି ନିଯୋଗ। ଯାହାକୁ ଭକ୍ତ ଓ ସେବକ ସମର୍ଥନ କରିଥିବାବେଳେ ଶ୍ରୀମନ୍ଦିର ପରିଚାଳନା କମିଟିର ମୋହର ବାଜିଲେ ହିଁ ଏହା ଲାଗୁ ହୋଇପାରିବ ବୋଲି ମତ ରଖିଛନ୍ତି ନୀତି ପ୍ରଶାସକ।

Advertisment

ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଲାଗୁ ହେଉ ଡ୍ରେସ କୋଡ୍‌। ଜିନ୍ସ ପ୍ୟାଣ୍ଟ, ହାପ୍ ପ୍ୟାଣ୍ଟ କି ଟି ସର୍ଟ ଏସବୁ ଆଧୁନିକ ପୋଷାକ ପିନ୍ଧିଥିଲେ ଜଗାଦର୍ଶନ ପାଇଁ ଛଡ଼ାନଯାଉ। ମହାପ୍ରଭୁ ଜଗନ୍ନାଥଙ୍କ ସେବାପୂଜାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଥିବା ଦଇତାପତି ନିଯୋଗ ଉଠାଇଛି ଏଭଳି ଦାବି। ନିଯୋଗର ସଂପାଦକ ରାମକୃଷ୍ଣ ଦାସମହାପାତ୍ର କହିଛନ୍ତି- ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଆସୁଥିବା ଅଧିକାଂଶ ଭକ୍ତ ଶାଳୀନତା ରକ୍ଷା କରୁନଥିବା ଭଳି ପୋଷାକ ପରିଧାନ କରୁଛନ୍ତି। ଯାହାକି ଜଗନ୍ନାଥଙ୍କ ସଂସ୍କୃତି ଓ ପରମ୍ପରାକୁ ଆଘାତ ପହଞ୍ଚାଉଛି।

ତେଣୁ ପାଶ୍ଚାତ୍ୟ ପୋଷାକ ପିନ୍ଧି ଆସୁଥିବା ଭକ୍ତଙ୍କୁ ମନ୍ଦିର ପ୍ରବେଶ ପୂର୍ବରୁ ଅଟକାଯାଉ। ଚେଞ୍ଜିଂ ରୁମରେ ପୋଷାକ ବଦଳାଇ ମନ୍ଦିରକୁ ଯିବାର ବ୍ୟବସ୍ଥା କରାଯାଉ। ନିଯୋଗର ଏଭଳି ଦାବିକୁ ସମର୍ଥନ କରି ଆଉ ଜଣେ ବରିଷ୍ଠ ସେବାୟତ କହିଛନ୍ତି- ଦକ୍ଷିଣ ଭାରତର ଅଧିକାଂଶ ମନ୍ଦିର ସହ ଦେଶର ପ୍ରାୟ ସବୁ ପ୍ରମୁଖ ଧାର୍ମିକସ୍ଥଳରେ ଡ୍ରେସକୋଡ୍ ବ୍ୟବସ୍ଥା ରହିଛି। ତେଣୁ ଶ୍ରୀମନ୍ଦିରରେ ବି ଏହାକୁ ତୁରନ୍ତ କାର୍ଯ୍ୟକାରୀ କରାଯାଉ।

Advertisment

କାଳିଆ ଦର୍ଶନ ପାଇଁ ଯାଉଥିବା ମହିଳା ମାନେ ଶରୀରକୁ ସମ୍ପୂର୍ଣ୍ଣ ଘୋଡ଼େଇ ରଖିଲା ଭଳି ଶାଢ଼ୀ ଓ ସାଲୱାର ପରିଧାନ କଲେ ଭଲ । ସେହିପରି ପୁରୁଷ ଭକ୍ତମାନେ ଧୋତି, ଗାମୁଛା ସହ ମଠା ବି ପିନ୍ଧିବାକୁ ପ୍ରସ୍ତାବ ଦେଇଛି ଦଇତାପତି ନିଯୋଗ। ତେଣୁ ଶ୍ରୀମନ୍ଦିର ପ୍ରଶାସନ ଏଦିଗରେ ଯଥାଶୀଘ୍ର ଯତ୍ନବାନ ହୋଇ ନିଷ୍ପତ୍ତି ନେବାକୁ ନିଯୋଗ ନିବେଦନ କରିଛି।

ତେଣେ ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଡ୍ରେସକୋଡ୍ ଲାଗୁ ଦାବି ଯଥାର୍ଥ ଦର୍ଶାଇଛନ୍ତି ଅନେକ ଭକ୍ତ। ତେବେ କିଏ କେଉଁ ପ୍ରକାର ପୋଷାକ ପିନ୍ଧିବ ? କେତେ ବୟସ ପିଲାଙ୍କଠାରୁ ଏହାକୁ ବାଧ୍ୟତାମୂଳକ କରାଯିବ ? ସେ ନେଇ ସ୍ପଷ୍ଟତା ଆସିବା ଦରକାର ବୋଲି କହିଛନ୍ତି। ତେବେ ଅତିକମରେ ୧୨ରୁ ୧୪ବର୍ଷ ପର୍ଯ୍ୟନ୍ତ ପିଲାଙ୍କ କ୍ଷେତ୍ରରେ ଏହା ଲାଗୁ ନକରିବାକୁ ପ୍ରସ୍ତାବ ରଖିଛନ୍ତି। ତେବେ ଡ୍ରେସକୋଡ୍ ଲାଗୁ ପାଇଁ ପୂର୍ବରୁ ବି ଶ୍ରୀମନ୍ଦିର ପ୍ରଶାସନର ବିଚାରଧାରା ଭିତରେ ରହିଛି। କିନ୍ତୁ ଏଥିପାଇଁ ମନ୍ଦିର ପରିଚାଳନା କମିଟି, ସେବାୟତ ନିଯୋଗ ଓ ପ୍ରଶାସନର ସହମତି ଆସିଲେ ଯାଇ ନିଷ୍ପତ୍ତି କାର୍ଯ୍ୟକାରୀ ହୋଇପାରିବ ବୋଲି କହିଛନ୍ତି ଶ୍ରୀମନ୍ଦିର ନୀତି ପ୍ରଶାସକ।

Advertisment

୨୦୨୧ ମସିହା ଅକ୍ଟୋବର ୨୦ ତାରିଖରୁ ଶ୍ରୀମନ୍ଦିରରେ ସେବାୟତଙ୍କ ପାଇଁ ଲାଗୁ ହୋଇ ସାରିଛି ଡ୍ରେସକୋଡ୍। ଧୋତି, ଗାମୁଛା ଓ ପାଟ ପିନ୍ଧିନଥିଲେ କୌଣସି ସେବାୟତଙ୍କୁ ସେବାପୂଜା ପାଇଁ ଅନୁମତି ମିଳିବନି ବୋଲି ନିୟମ ହୋଇଥିଲା। ହେଲେ ତାହା ବି ଏଯାଏଁ କଡ଼ାକଡ଼ି ପାଳନ ହେଉନାହିଁ। ଆଉ ଏଭଳି ସ୍ଥିତିରେ ଭକ୍ତଙ୍କ ପାଇଁ ବି ଡ୍ରେସକୋଡ୍ ଲାଗୁ ଦାବି ଉଠିଲାଣି।

Puri Jagannath Temple
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ