• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଧୋକାବାଜ୍‌ ସ୍ତ୍ରୀ ପାଇଁ ପାଣିରେ ପଡ଼ିଲା ଏକ କୋଟି ଟଙ୍କା । ଯେଉଁ ମହିଳାଙ୍କୁ ଖୋଜିବା ପାଇଁ ଏକ କୋଟି ଟଙ୍କା ଖର୍ଚ୍ଚ କରିଥିଲା ନେଭି, ସେହି ମହିଳା ଏବେ ପ୍ରେମୀ ସହ ଧରାପଡ଼ିଛନ୍ତି । ବାପା,ମା’ ପରିବାର ତଥା ପ୍ରଶାସନ ସମସ୍ତେ ଚିନ୍ତା ସେପଟେ ସ୍ତ୍ରୀର ମୃତ୍ୟୁ ହୋଇଥିବା ଚିନ୍ତା କରି ସ୍ୱାମୀ ପାଗଳ ହେଉଥିବା ବେଳେ ବୟଫ୍ରେଣ୍ଡ୍‌ ସହ ମଜାରେ ଦିନ ବିତାଉଛନ୍ତି ବିବାହିତା ମହିଳା । ଆନ୍ଧ୍ରପ୍ରଦେଶର ବିଶାଖାପାଟନମରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି ।

କିଛି ଦିନ ପୂର୍ବରୁ ଜଣେ ବିବାହିତା ମହିଳା ହଠାତ୍ ସମୁଦ୍ର କୂଳରୁ ଅଦୃଶ୍ୟ ହୋଇଯାଇଥିଲେ । ସେ ସମୁଦ୍ରରେ ବୁଡ଼ି ଯାଇଥିବା ଆଶଙ୍କା କରାଯାଇଥିଲା । ଏହା ପରେ ନୌସେନା ମଧ୍ୟ ମହିଳାଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା । ହେଲେ ବର୍ତ୍ତମାନ ଅସଲ କଥା ପଦାକୁ ଆସିଛି । ମହିଳା ଜଣକ ସମୁଦ୍ରରେ ବୁଡ଼ି ଜୀବନ ହରାଇ ନାହାନ୍ତି । ସେ ବାଙ୍ଗାଲୋରରେ ତାଙ୍କ ପ୍ରେମିକଙ୍କ ସହ ଅଛନ୍ତି । ମହିଳାଙ୍କ ସ୍ୱାମୀ ଏହି ଖବର ଜାଣିବା ପରେ ତାଙ୍କ ଗୋଡ଼ ତଳୁ ମାଟି ଖସି ଯାଇଛି ।

ବିବାହ ବାର୍ଷିକୀ ପାଳନ କରିବାକୁ ସ୍ୱାମୀଙ୍କ ସହିତ ବିଚ୍ ଯାଇଥିଲେ . .

ବିଶାଖାପାଟନମର ଆର.କେ ବିଚରେ ଗତ ସୋମବାର ଜଣେ ୨୩ ବର୍ଷୀୟା ମହିଳା ନିଖୋଜ ହୋଇ ଯାଇଥିଲେ । ତାଙ୍କ ସ୍ୱାମୀଙ୍କ ସହିତ ଦ୍ୱିତୀୟ ବିବାହ ବାର୍ଷିକୀ ପାଳନ କରିବାକୁ ଯାଇଥିଲେ ମହିଳା ଜଣକ । ମହିଳାଙ୍କ ନାମ ସାଇ ପ୍ରିୟା ଏବଂ ସେ ତାଙ୍କ ସ୍ୱାମୀ ଶ୍ରୀନିବାସଙ୍କ ସହ ସମୁଦ୍ର କୂଳକୁ କିଛି ସମୟ ବିତାଇବାକୁ ଯାଇଥିଲେ । ଦୁହେଁ ସମୁଦ୍ର କୂଳରେ ପଟୋ ଉଠାଇଥିଲେ । ହେଲେ ତାଙ୍କ ସ୍ୱାମୀଙ୍କୁ ଏକ ଫୋନ ଆସିବା ପରେ ସେ ଭିଡ଼ ନଥିବା ସ୍ଥାନକୁ କଥା ହେବାକୁ ଚାଲିଯାଇଥିଲେ । ଆଉ ତା’ପରେ ସାଇ ପ୍ରିୟା ନିଖୋଜ ହୋଇଯାଇଥିଲେ ।

ସ୍ୱାମୀଙ୍କୁ ଲାଗିଲେ ସମୁଦ୍ରରେ ଭାସିଗଲେ

ସ୍ତ୍ରୀକୁ ଖୋଜି ଖୋଜି ନପାଇବା ପରେ ଟାଉନ ଥାନାରେ ଅଭିଯୋଗ କରିଥିଲେ । ସେଲଫି ନେବାବେଳେ ପ୍ରିୟା ହୁଏତ ସମୁଦ୍ରରେ ଭାସିଯାଇଥିବେ ବୋଲି ସମସ୍ତେ ଆଶଙ୍କା କରିଥିଲେ । ତେବେ ଏଥିପାଇଁ ନୌସେନା ହେଲିକପ୍ଟର ମାଧ୍ୟମରେ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା । କିନ୍ତୁ କିଛି ଲାଭ ହେଲା ନାହିଁ । ପ୍ରିୟାଙ୍କୁ ଖୋଜିବା ପାଇଁ ନୌସେନା ତଟରକ୍ଷୀଙ୍କ ମଧ୍ୟ ସାହାଯ୍ୟନେଇଥିଲେ । ପ୍ରିୟାଙ୍କୁ ଖୋଜିବା ପାଇଁ ସମୁଦ୍ରରେ ଡାଇଭର୍ସ ଲଞ୍ଚ କରାଯାଇଥିଲା । ହେଲେ ତାଙ୍କର କୌଣସି ପତ୍ତା ମିଳିନଥିଲା ।

ପ୍ରିୟାଙ୍କୁ ଖୋଜିବା ପାଇଁ ନୌସେନା ଏବଂ ତଟରକ୍ଷୀ ବାହିନୀ ନିୟୋଜିତ କରି ମହିଳାଙ୍କୁ ଖୋଜିବାରେ ପ୍ରଶାସନ ପ୍ରାୟ ଏକ କୋଟି ଟଙ୍କା ଖର୍ଚ୍ଚ କରିଥିଲା । ପରେ ମହିଳା ଜଣକ ବୁଧବାର ଦିନ ତାଙ୍କ ପିତାମାତାଙ୍କୁ ଏକ ମେସେଜ୍‌ ପଠାଇଥିଲେ । ସେ ସୁରକ୍ଷିତ ଅଛନ୍ତି ଏବଂ ସେ ଶୀଘ୍ର ଫେରିବେ ବୋଲି ମେସେଜ୍‌ କରିଥିଲେ ।

ଏହା ପରେ ପୋଲିସ ମହିଳାଙ୍କୁ ତାଙ୍କ ପ୍ରେମିକ ସହିତ ନଲୋରରେ ଧରି ପଡ଼ିଥିଲେ । ସାଇ ପ୍ରିୟା ଏବଂ ଶ୍ରୀନିବାସ ୨୦୨୦ରେ ବିବାହ କରିଥିଲେ । ପୋଲିସ ସନ୍ଦେହ ଅନୁସାରେ, ପ୍ରିୟା ନିଜ ଇଚ୍ଛାରେ ତାଙ୍କ ସ୍ୱାମୀଙ୍କୁ ଛାଡିଛନ୍ତି ।

ସାଇ ପ୍ରିୟା ବର୍ତ୍ତମାନ ଅଧ୍ୟୟନ କରୁଥିବାବେଳେ ଶ୍ରୀନିବାସା ରାଓ ହାଇଦ୍ରାବାଦର ଏକ ଫାର୍ମାସି କମ୍ପାନୀରେ କାର୍ଯ୍ୟ କରନ୍ତି । ଏହି ପୂରା ଘଟଣା ତ୍ରିକୋଣୀୟ ପ୍ରେମ ସମ୍ପର୍କ ସହିତ ଜଡିତ ବୋଲି ପୋଲିସ୍‌ କହିଛି । ପ୍ରିୟା ନିଜ ବାପାଙ୍କ ଘର ନିକଟରେ ରହୁଥିବା ରବି ନାମକ ଜଣେ ବ୍ୟକ୍ତିଙ୍କ ସହ ଆଫେୟାର ଥିବା କୁହାଯାଉଛି ।