• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନଳକୂପ ପାଣି ଯୋଗୁଁ ସୁବର୍ଣ୍ଣପୁର ଜିଲ୍ଲା ବିନିକା ପିପିଲିପଦର ଗାଁରେ ଦେଖାଦେଇଛି କୃତ୍ରିମ ବନ୍ୟା । ଗାଁରେ ଡ୍ରେନେଜ ବ୍ୟବସ୍ଥା ନଥିବାରୁ ଏଭଳି ପରିସ୍ଥିତି ଉପୁଜିବା ସହ ଦୀର୍ଘ ପଞ୍ଚ ମାସ ହେଲା ଗାଁ ମଝିରେ ଜମି ରହିଛି ଆଣ୍ଠୁଏ ପାଣି । ପାଣି ନିଷ୍କାସନ ହୋଇ ନପାରିବାରୁ ଲୋକଙ୍କ ଘର ସାମ୍ନାରେ ଲହଡି ମାରୁଛି ନଳକୂପ ପାଣି । ଯେଉଁଥି ପାଇଁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ହେଲେ ପ୍ରଶାସନ ଅଣଦେଖା ପାଇଁ ସୁଧୁରି ପାରିନାହିଁ ଗାଁର ଜଳ ନିଷ୍କାସନ ବ୍ୟବସ୍ତା । ବାରମ୍ବାର ଦାବି ପରେ ବି କେହି ଶୁଣୁନଥିବାରୁ ଆନ୍ଦୋଳନ ଧମକ ଦେଇଛନ୍ତି ଗ୍ରାମବାସୀ ।

ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଭଣ୍ଡାର ପଚାଂୟତ ପିପିଲିପଦର ଗାଁ ଭିତରେ ଆଣ୍ଠୁଏ ଆଣ୍ଠୁଏ ପାଣି । ଗାଁରେ ଜଳ ନିଷ୍କାସନ ବ୍ୟବସ୍ଥା ନଥିବାରୁ ଦୀର୍ଘ ପାଞ୍ଚ ମାସ ହେଲା ନଳକୂପର ପାଣି ଗାଁ ମଝିରେ ଜମି ରହିବା ସହ ଗାଁରେ ଦେଖାଦେଇଛି କୁତ୍ରିମ ବନ୍ୟା । ଫଳରେ ବେହାଲ ହୋଇପଡିଛି ପିପିଲିପଦର ଗାଁ । ମଇଳା ଅପରିଷ୍କାର ପାଣି ମାଡି ପ୍ରତିଦିନ ଛାତ୍ରଛାତୀ ମାନେ ସ୍କୁଲକୁ ପାଠ ପଢିବା ପାଇଁ ଯାଉଥିବା ବେଳେ ଗାଁର ଶହଶହ ଲୋକ ମଧ୍ୟ ଯିବା ଆସିବା କରୁଛନ୍ତି ।

ତେବେ ଏହି ଅବସ୍ଥା ଦିନେ କି ଦୁଇ ଦିନର ନୁହେଁ ଦିର୍ଘ ପାଞ୍ଚ ମାସ ହେବ ଗାଁର ଅବସ୍ତା ଏମିତି ହୋଇପଡିଛି । ଗାଁ ମଝିରୁ ଜଳ ନିଷ୍କାସନ କରିବା ପାଇଁ ଗ୍ରାମବାସୀ ବାରମ୍ବାର ସରପଞ୍ଚ, ବିଡିଓ, ତହସିଲଦାର, ଏନଏସି ଇଓ, ଚେୟ୍ୟାରମେନ୍ ଏବଂ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ଅଭିଯୋଗ କରିଥିଲେ ବି କୈାଣସି ସୁଫଳ ମିଳୁନଥିବା ଅଭିଯୋଗ କରିଛନ୍ତି । ଫଳରେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବେ ବୋଲି ଗ୍ରାମବାସୀ ଧମକ ଦେଇଛନ୍ତି ।

ଅପରପକ୍ଷରେ ଏନେଇ ବିନିକା ବିଡିଓଙ୍କୁ ପଚାରିବାରୁ ସେ କହିଛନ୍ତି ଗାଁରେ ଗୋଷ୍ଠୀ ବିବାଦ ପାଇଁ ଡ୍ରେନେଜ ସମସ୍ୟା ଲାଗିରହିଛି । ଡିମାରକେସନ କରି ଖୁବ ଶୀଘ୍ର ସମସ୍ୟାର ସମାଧାନ କରାଯିବ।