Advertisment

ହୀରାକୁଦର ହେବ ନବକଳେବର: ମୁଖ୍ୟ ନଦୀବନ୍ଧରେ ଯୋଡ଼ିହେବ ନୂଆ ସ୍ପିଲ୍‌ୱେ

ଖୁବଶୀଘ୍ର ସ୍ପିଲୱେ ନିର୍ମାଣ ଲାଗି ଗ୍ଲୋବାଲ୍ ଟେଣ୍ଡର୍ ଡକାଯିବ ବୋଲି ସୂଚନା ଦେଇଛନ୍ତି ହୀରାକୁଦ ଡ୍ୟାମର ମୁଖ୍ୟଯନ୍ତ୍ରୀ। ଏହାର ନିର୍ମାଣ ଅବଧି ୩୦ ମାସ ଏବଂ ବ୍ୟୟ ଅଟକଳ ୬୨୪ କୋଟି ୩୧ ଲକ୍ଷ ଟଙ୍କା ରହିଛି।

ଅଦ୍ୟତନ ହୋଇଛି
Hirakud Dam

Hirakud Dam

Advertisment

ସମ୍ବଲପୁର: ହୀରାକୁଦର ହେବ ନବକଳେବର। ବଢ଼ିବ ଜଳ ନିଷ୍କାସନ କ୍ଷମତା। ମୁଖ୍ୟ ନଦୀବନ୍ଧରେ ଯୋଡ଼ିହେବ ନୂଆ ସ୍ପିଲ୍ ୱେ। ୬୦ରୁ ଅଧିକ ବର୍ଷ ପୁରୁଣା ଏହି ଡ୍ୟାମ୍‌ରେ ୬୪ ସ୍ଲୁଇସ୍ ଗେଟ୍ ଓ ୩୪ କ୍ରେଷ୍ଟ୍ ଗେଟ୍ ଥିବା ବେଳେ, ଭବିଷ୍ୟତର ବିପଦକୁ ସାମ୍ନା କରିବା ପାଇଁ ଏହା ଯଥେଷ୍ଟ ନୁହେଁ। କିଛି ବର୍ଷ ତଳେ କେନ୍ଦ୍ରୀୟ ଜଳ ଆୟୋଗ-CWC ଆକଳନ କରିଥିଲେ ଯେ, ଭବିଷ୍ୟତରେ ଉପରମୁଣ୍ଡରେ ବାଦଲଫଟା ବର୍ଷା ହେଲେ, ମହାନଦୀରେ ବିରାଟ ବନ୍ୟା ଆସିପାରେ।

Advertisment

ଏବେ ହୀରାକୁଦର ଜଳ ନିଷ୍କାସନ କ୍ଷମତା ୧୫ ଲକ୍ଷ ଘନଫୁଟ ଥିବା ବେଳେ, ସେତେବେଳେ ୨୪. ୭୬ ଲକ୍ଷ ଘନଫୁଟ୍ ବନ୍ୟାଜଳ ମାଡ଼ି ଆସିପାରେ। ଡ୍ୟାମ୍  ବୁଡ଼ିଯାଇ ତା ଉପର ଦେଇ ଜଳ ପ୍ରବାହିତ ହେବାର ଓ ନଦୀବନ୍ଧ କ୍ଷତିଗ୍ରସ୍ତ ହେବାର ମଧ୍ୟ ଆଶଙ୍କା ରହିଛି।

ତେଣୁ ଡ୍ୟାମ୍‌ର ଉଭୟ ପଟେ ୨ଟି ନୂଆ ସ୍ପିଲୱେ ନିର୍ମାଣ ପାଇଁ ପରାମର୍ଶ ଦେଇଥିଲେ CWC। ଏହାକୁ ଦୃଷ୍ଟିରେ ରଖି, ଖୁବଶୀଘ୍ର ସ୍ପିଲୱେ ନିର୍ମାଣ ଲାଗି ଗ୍ଲୋବାଲ୍ ଟେଣ୍ଡର୍ ଡକାଯିବ ବୋଲି ସୂଚନା ଦେଇଛନ୍ତି ହୀରାକୁଦ ଡ୍ୟାମର ମୁଖ୍ୟଯନ୍ତ୍ରୀ। ଏହାର ନିର୍ମାଣ ଅବଧି ୩୦ ମାସ ଏବଂ ବ୍ୟୟ ଅଟକଳ ୬୨୪ କୋଟି ୩୧ ଲକ୍ଷ ଟଙ୍କା ରହିଛି।

Advertisment
Sambalpur Hirakud Dam
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ