/odishatv-khabar/media/post_attachments/uploadimage/library/16_9/16_9_0/IMAGE_1637411892.jpg)
Dog teaching to baby how to crawling
ପଶୁ ଓ ମଣିଷର ପ୍ରେମ ନିଆରା ହୋଇଥାଏ। ଆଜିକାଲି ମଣିଷ ମଣିଷ ଭିତରେ ସ୍ନହ-ପ୍ରେମ ମଳିନ ପଡୁଥିବା ବେଳେ ପଶୁପକ୍ଷୀ ଓ ମଣିଷ ଭିତରର ପ୍ରେମ ବଢିବାରେ ଲାଗିଛି। ମଣିଷ ଆଉ ଜଣେ ମଣିଷର ବିପଦ ଆଶା କରୁଥିବା ବେଳେ ପଶୁପକ୍ଷୀ ମଣିଷ ବିପଦର ସାଥୀ ହୋଇ ଚାଲିଛନ୍ତି। ସୋସିଆଲ୍ ମିଡିଆରେ ଏଭଳି ଅନେକ ଭିଡିଓ ଆଜିକାଲି ଭାଇରାଲ ହେଉଥିବା ଦେଖାଯାଏ। ଏହିସବୁ ଭିଡିଓରେ ଥିବା ପଶୁ ଓ ମଣିଷ ଭିତରେ ଅତୁଟ ପ୍ରେମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେ।
କୁହାଯାଏ କୁକୁର ଠାରୁ ବିଶ୍ୱସ୍ତ ପ୍ରାଣୀ ଆଉ କେହି ନାହିଁ। ଅନେକ ସମୟରେ କୁକୁରକୁ ଏକ ହୀନ ଦୃଷ୍ଟିରେ ଦେଖାଯାଉଥିଲେ ମଧ୍ୟ କୁକୁର ବେଳେ ଏମିତି କାମ କରେ ଯେ ଯାହାକୁ ବିଶ୍ୱାସ କରି ହୁଏ ନାହିଁ। ଅନେକ ସମୟରେ ସୋସିଆଲ୍ ମିଡିଆରେ କୁକୁର ଓ ଛୋଟ ପିଲାଙ୍କର ଭିଡିଓ ଭାଇରାଲ ହେବା ଦେଖାଯାଏ। ଏହିସବୁ ଭିଡିଓରେ ସେମାନଙ୍କ ମଧ୍ୟରେ କେତେବେଳେ ଦୁଇ ବନ୍ଦୁ ଭଳି ସଂପର୍କ ଦେଖାଯାଏ ତ ପୁଣି କେତେବେଳେ ଦୁଇ ଭାଇଙ୍କ ଭଳି ସ୍ନେହ ଦେଖିବାକୁ ମିଳେ।
ବର୍ତ୍ତମାନ ଏପରି ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଏକ ଛୋଟ ପିଲା ଓ କୁକୁର ମଧ୍ୟରେ ଏକ ଅନନ୍ୟ ସମ୍ପର୍କ ଦେଖିବାକୁ ମିଳିଛି। ଏହି ଭିଡିଓରେ ଗୋଟିଏ କୁକୁର ଓ ଏକ ଶିଶୁକୁ ଦେଖିବାକୁ ମିଳେ। ଭିଡିଓରେ କୁକୁରଟି ଏହି ଛୋଟ ପିଲାଟିର ଗୁରୁ ସାଜିଛି। ସେ ତାକୁ ଗୁରୁଣ୍ଡିବା ଶିଖଉଛି। ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଜୋର୍ରେ ଭାଇରାଲ ହେବାରେ ଲାଗିଛି।
ଭାଇରାଲ ହେଉଥିବା ଏହି ଭିଡିଓକୁ ଆଇଏଫ୍ଏସ୍ ଅଧିକାରୀ ସୁଶାନ୍ତ ନନ୍ଦା ଟ୍ୱିଟର୍ରେ ଶେୟାର କରିଛନ୍ତି। ଭିଡିଓ ସହିତ ସେ କ୍ୟାପ୍ସନ୍ରେ ଲେଖିଛନ୍ତି - ଶିକ୍ଷାଦାନ ହେଉଛି ହୃଦୟର କାମ। ପିଲାଟିକୁ ଗୁରୁଣ୍ଡିବା କଳା ଶିଖାଉଥିବା ଏହି କୁକୁରଟି କେତେ କି ସୁନ୍ଦର। ଏହି ଭିଡିଓରେ ଆପଣ ଦେଖିପାରିବେ ଯେ ଏକ ଶିଶୁ ଯିଏକି ମାତ୍ର କେଇ ମାସର, ସେ ମଧ୍ୟ ଏକ କୌତୁକିଆ କୁକୁର ସାମ୍ନାରେ ବସିଛି।
ପିଲାଟି ଅତି ଛୋଟ ହୋଇଥିବାରୁ ତାକୁ ଚାଲିବା ଜଣା ନାହିଁ। ଯେହେତୁ ସେ ଚାଲିବା ଜାଣି ନାହିଁ, କୁକୁର ତାକୁ ତଳେ କିପରି ଗୁରୁଣ୍ଡିବାକୁ ହୁଏ ଶିଖଉଛି। କୁକୁରକୁ ଦେଖି ପିଲାଟି ମଧ୍ୟ ସେହିପରି ଗୁରୁଣ୍ଡିବାକୁ ଚେଷ୍ଟା କରୁଛି, କିନ୍ତୁ ସେ ଅତି ଛୋଟ ହୋଇଥିବାରୁ ଏହା କରିବାକୁ ସକ୍ଷମ ହୋଇପାରୁନି। ଏନେଇ କୁକୁରଟି ତାକୁ ବାରମ୍ବାର ଏହା ଶିଖେଇବା ନେଇ ଚେଷ୍ଟା କରୁଥିବା ଏହି ଭିଡିଓରେ ଦେଖିବାକୁ ମିଳେ।
Teaching is a work of heart💕
Doggy teaching the design & art of crawling to the baby is so beautiful pic.twitter.com/mj8OOxDv3W— Susanta Nanda IFS (@susantananda3) November 19, 2021
ଲୋକେ ଏହି ଭିଡିଓକୁ ବହୁତ ପସନ୍ଦ କରୁଥିବା ଦେଖାଯାଏ। ସେମାନେ କୁକୁରର ଏହି କାମକୁ ବେଶ ପ୍ରଶଂସା କରୁଛନ୍ତି। ଭିଡିଓଟି ସମସ୍ତଙ୍କ ହୃଦୟ ଜିତିବାରେ ଲାଗିଛି। ଉପଭୋକ୍ତାମାନେ ଏହି ଭିଡିଓ ଉପରେ ବହୁତ କମେଣ୍ଟ ପରେ କମେଣ୍ଟ ଦେଇ ଚାଲିଛନ୍ତି। ଜଣେ ଉପଭୋକ୍ତା ଲେଖିଛନ୍ତି ଯେ ପଢେଇବା ଓ ଶିଖେଇବା, ଏହା ଦେଖିବା ନେଇ ବହୁତ ଆକର୍ଷଣୀୟ ଯେ ଗୋଟିଏ ଛୋଟ ଛୁଆ କିପରି କୁକୁରଠାରୁ ଶିକ୍ଷା ଗ୍ରହଣ କରୁଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)