କିପରି ହୁଏ ଗୋଲାପ ଚାଷ, ଜାଣନ୍ତି କି?

ଗୋଲାପର ସୌନ୍ଦର୍ଯ୍ୟ ଓ ସୌରଭ ବିଶ୍ଵର ସବୁଆଡେ ବ୍ୟାପକ ଭାବେ ଆଦୃତି ଲାଭ କରିଛି । ଅଧିକାଂଶ ଗୋଲାପର ଉତ୍ପତ୍ତି ଏସିଆ ମହାଦେଶରୁ ହୋଇଛି । ବର୍ତ୍ତମାନ ଗୋଲାପ ଲଗାଇବା ପାଇଁ ଉପଯୁକ୍ତ ସମୟ । ଜଳସେଚନର ସୁବିଧା ଥିଲେ,ଏହା ସବୁ ସମୟରେ ଲଗାଯାଇପାରିବ । ତେବେ ଆଜି ଜାଣିବା ଗୋଲାପ ଚାଷ କିପରି କରାଯାଏ ।

Rose flower cultivation

News Summary

କିପରି ହୁଏ ଗୋଲାପ ଚାଷ

ଦୀର୍ଘସ୍ଥାୟୀ ଫୁଲ ହେଉଛି ଗୋଲାପ । ଏହା 'ରୋଜା' ପ୍ରଜାତିର ଏବଂ ରୋଜାସି ପରିବାର ଅନ୍ତର୍ଭୁକ୍ତ । ଗୋଲାପର ୧୦୦ଟି ସମଜାତୀୟ ଗୋଲାପ ଫୁଲ ରହିଛି । ୧୦୦ଟି ବର୍ଗ ମଧ୍ୟରେ କେବଳ ରଙ୍ଗର ଭିନ୍ନତା ଦେଖିବାକୁ ମିଳେ । ରୋଜ୍‌ର ନାମକରଣ ଫରାସୀ ଭାଷାରୁ ହେଇଛି, ଯାହାକି ମୂଳ ଲାଟିନ୍ ଭାଷାର ରୋଜା ଶବ୍ଦରୁ ଆସିଛି । ରୋଜା ଶବ୍ଦ ଗ୍ରୀକ ଭାଷାର ରୋଡିୟମରୁ ଆସିଥିବାର ଜଣାଯାଏ ।

ଗୋଲାପ ଗଛର ନିର୍ଦ୍ଧିଷ୍ଟ ଆକାର କଳନା କରିବା ଅସମ୍ଭବ । କମ୍ପାକ୍ଟ ସାଇଜରୁ ଆରମ୍ଭ କରି ସାତଫୁଟ ଉଚ୍ଚତାର ଗୋଲାପ ଗଛ ରହିଛି । ଉଦ୍ଭିଦ ବିଜ୍ଞାନରେ ଗୋଲାପର ଆକୃତି ପ୍ରକୃତି ସମ୍ପର୍କରେ ଅନେକ ତଥ୍ୟ ରହିଛି । ସୂତ୍ର ଅନୁଯାୟୀ ଅଧିକାଂଶ ପ୍ରଜାତିର ଗୋଲାପ ପତ୍ରର ଲମ୍ବ ୫ରୁ ୧୫ସେଣ୍ଟିମିଟର ରହିଥାଏ ।

କିପରି କରିବେ ଗୋଲାପ ଚାଷ:

Rose flower cultivation