• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • କିପରି ହୁଏ ଗୋଲାପ ଚାଷ

ଦୀର୍ଘସ୍ଥାୟୀ ଫୁଲ ହେଉଛି ଗୋଲାପ । ଏହା 'ରୋଜା' ପ୍ରଜାତିର ଏବଂ ରୋଜାସି ପରିବାର ଅନ୍ତର୍ଭୁକ୍ତ । ଗୋଲାପର ୧୦୦ଟି ସମଜାତୀୟ ଗୋଲାପ ଫୁଲ ରହିଛି । ୧୦୦ଟି ବର୍ଗ ମଧ୍ୟରେ କେବଳ ରଙ୍ଗର ଭିନ୍ନତା ଦେଖିବାକୁ ମିଳେ । ରୋଜ୍‌ର ନାମକରଣ ଫରାସୀ ଭାଷାରୁ ହେଇଛି, ଯାହାକି ମୂଳ ଲାଟିନ୍ ଭାଷାର ରୋଜା ଶବ୍ଦରୁ ଆସିଛି । ରୋଜା ଶବ୍ଦ ଗ୍ରୀକ ଭାଷାର ରୋଡିୟମରୁ ଆସିଥିବାର ଜଣାଯାଏ ।

ଗୋଲାପ ଗଛର ନିର୍ଦ୍ଧିଷ୍ଟ ଆକାର କଳନା କରିବା ଅସମ୍ଭବ । କମ୍ପାକ୍ଟ ସାଇଜରୁ ଆରମ୍ଭ କରି ସାତଫୁଟ ଉଚ୍ଚତାର ଗୋଲାପ ଗଛ ରହିଛି । ଉଦ୍ଭିଦ ବିଜ୍ଞାନରେ ଗୋଲାପର ଆକୃତି ପ୍ରକୃତି ସମ୍ପର୍କରେ ଅନେକ ତଥ୍ୟ ରହିଛି । ସୂତ୍ର ଅନୁଯାୟୀ ଅଧିକାଂଶ ପ୍ରଜାତିର ଗୋଲାପ ପତ୍ରର ଲମ୍ବ ୫ରୁ ୧୫ସେଣ୍ଟିମିଟର ରହିଥାଏ ।

  • ସବୁ ଜଳବାୟୁରେ ଗୋଲାପ ଗଛ ବଢି ପାରୁଥିବାରୁ ଏହାର ଚାଷ ସବୁଯାଗାରେ ହୋଇଥାଏ ।
  • ହର୍ଟିକଲଚରରେ ଗୋଲାପର ମୂଳ ବଂଶର ପ୍ରଜନନ ବା ବିସ୍ତାର ମୁଖ୍ୟତଃ କଲମୀକରଣ ମାଧ୍ୟମରେ କରାଯାଇଥାଏ ।
  • ଗୋଲାପ ଗଛ ବଢ଼ନ୍ତି ଅବସ୍ଥାରେ ଦିନକୁ ପାଞ୍ଚଘଣ୍ଟାର ତୀର୍ଯ୍ୟକ ସୂର୍ଯ୍ୟକିରଣ ଆବଶ୍ୟକ କରେ ।
  • ଏହି କାରଣରୁ ଶୀତଦିନେ ଗୋଲାପ ଗଛ ବିଶେଷ ବଢି ପାରେ ନାହିଁ ।
  • ସେଥିପାଇଁ ଏସିଆ ମହାଦେଶ ପ୍ରଜାତିର ଗୋଲାପ ଉପ ଉଷ୍ମ ମଣ୍ଡଳୀୟ ଅଞ୍ଚଳରେ ବଢିବାରେ କୈଣସି ଅସୁବିଧା ହୁଏନାହିଁ ।
  • ଅଧିକାଂଶ ଗୋଲାପ ଦୁଇ ପରସ୍ତର ଫୁଲ କିମ୍ବା ଅତିରିକ୍ତ ପାଖୁଡା ବିଶିଷ୍ଟ ।

କିପରି କରିବେ ଗୋଲାପ ଚାଷ:

  • ଗୋଲାପ ଚାରା ଲଗାଇବା ପୂର୍ବରୁ ଗଛ ପ୍ରତି ବା ମନ୍ଦା ପ୍ରତି ୪ - ୮ କିଗ୍ରା ସଜା ଗୋବର ଖତ ଏବଂ ଏକ ମୁଠା ହାତଗୁଣ୍ଡ ପ୍ରୟୋଗ କରନ୍ତୁ ।
  • ଗଛ ଲଗାଇବା ସମୟରେ ଦୁର୍ବଳ ଓ ରୋଗାକ୍ରାନ୍ତ ଡାଳଗୁଡିକୁ କାଢି ଦିଅନ୍ତୁ ଏବଂ କଲମୀ ହୋଇଥିବା ଆଖୁଟି ମାଟିର ୬ - ୮ ସେମି ଉପରକୁ ରଖନ୍ତୁ ।
  • ଗଛ ଲଗାଇବା ପରେ ପାଣି ଦେବା ଆବଶ୍ୟକ । ଏହାପରେ ନୂଆ ଡାଳ କଅଁଳିବା ପର୍ଯ୍ୟନ୍ତ ହାଲୁକା ଜଳସେଚନ କରନ୍ତୁ ।
  • ଏହାପରେ କଲମୀ ତଳୁ ଜଙ୍ଗଲୀ ଗଛରୁ ବାହାରୁଥିବା ଡାଳ ସବୁ କାଟିଦିଅନ୍ତୁ ।
  • ଗଛ ମଧରେ ବ୍ୟବଧାନ ୬୦ X ୬୦ ସେମି ବା ୧ ମି. X ୧ ମି ରଖନ୍ତୁ । ମାତ୍ର ଅଧିକ ଫୁଲ ପାଇଁ ବ୍ୟବଧାନ ୩୦ ସେମି X ୩୦ ସେମିକୁ କମାଇ ଦିଆଯାଇପାରେ ।
  • ଗୋଲାପ ଚାଷରେ କାଣ୍ଟାଛାଣ୍ଟ ଏକ ପ୍ରଧାନ ପ୍ରକ୍ରିୟା । ପ୍ରତିବର୍ଷ ଗୋଲାପ ଗଛକୁ ଅନେକଗୁଡିଏ ନୂଆଡାଳ ବାହାରେ ଏବଂ ଗଛ ଝଙ୍କାଳିଆ ହୋଇଥାଏ । ଏଗୁଡିକ କାଟି ନ ଦେଲେ ଫୁଲର ଆକାର ଛୋଟ ହୁଏ ଏବଂ ପରେ ଫୁଲ ଅମଳ କମିଯାଏ ।
  • ଗଛକୁ କାଣ୍ଟାଛାଣ୍ଟ କରି ଅଳ୍ପ କେତେକ ସୁସ୍ଥ ସବଳ ଡାଳ ରଖଲେ ତାହା ବଡ ତଥା ଉଚ୍ଚମାନର ଫୁଲ ଉତ୍ପନ୍ନ କରେ ।
  • ସାଧାରଣତଃ କାଣ୍ଟ ଛାଣ୍ଟ କରାଯିବାର ୬ ସପ୍ତାହରୁ ୮ ସପ୍ତାହ ମଧ୍ୟରେ ପ୍ରଥମ ଫୁଲ ଆସିଥାଏ ।
  • ମାଟିର ଉର୍ବରତାକୁ ଲକ୍ଷ୍ୟ କରି କାଣ୍ଟ ଛାଣ୍ଟ କରିବା ସମୟରେ ବୁଦା ପ୍ରତି ୬ ରୁ ୧୦ କିଗ୍ରା ସଜା ଗୋବର ଖତ ପ୍ରୟୋଗ କରନ୍ତୁ । ପ୍ରଥମେ ଗଛର ମୂଳକୁ ଖୁସାଇ ଘାସ ବାଛି ଗଛ ମୂଳରୁ ଉପର ଅଂଶ ମାଟିକୁ କାଢି ତା ସହିତ ଖତକୁ ଭଲଭାବରେ ମିଶାଇ ଗଛ ମୂଳରେ ପ୍ରୟୋଗ କରନ୍ତୁ ।
  • ଖତ ପ୍ରୟୋଗ ପରେ ଗଛ ମୂଳରେ ଯଥେଷ୍ଟ ପାଣି ଦିଅନ୍ତୁ । କାଣ୍ଟଛାଣ୍ଟ କରିବାର ୭ ରୁ ୧୦ ଦିନ ପରେ ବୁଦା ପ୍ରତି ୧୦୦ ଗ୍ରାମ୍ ହିସାବରେ ଏହି ସାରର ମିଶ୍ରଣ ପ୍ରୟୋଗ କରନ୍ତୁ ।
Rose flower cultivationRose flower cultivation