Advertisment

ଆଣବିକ ଯୁଦ୍ଧ ହେଲେ କେମିତି ନିଜକୁ ରଖିବେ ସୁରକ୍ଷିତ

ରୁଷିଆ-ୟୁକ୍ରେନ ଥମିବାର ନାଁ ଧରୁନି। ଏମିତି ସ୍ଥିତିରେ ଆଣବିକ ଅସ୍ତ୍ର ପ୍ରୟୋଗ କରିବ ବୋଲି ରୁଷ ରାଷ୍ଟ୍ରପତି ପୁଟିନ ଧମକ ଦେବା ପରେ ସ୍ଥିତି ଆହୁରି ଗମ୍ଭୀର ହୋଇଯାଇଛି। ଯଦି ଆଣିବକ ଯୁଦ୍ଧ ହୁଏ ମଣିଷ କେମିତି ଏଥିରୁ ନିଜକୁ ସୁରକ୍ଷିତ ରଖି ପାରିବ ? କ’ଣ କଲେ ଆଣବିକ ବିସ୍ଫୋରଣର ରେଡିଏସନ ପ୍ରଭାବ କମ ରହିବ ? କୁହାଯାଇଛି, ଆଣବିକ ଯୁଦ୍ଧ ସମୟରେ  ଚୁଟିରେ ଆଦୌ କଣ୍ଡିସନର ଲଗାନ୍ତୁ ନାହିଁ।  ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ କାହିଁକି ? ଆଣବିକ ଯୁଦ୍ଧ ସହ କଣ୍ଡିସନର କ’ଣ ସମ୍ପର୍କ ରହିଛି ?

ଅଦ୍ୟତନ ହୋଇଛି
no conditioner in war time

no conditioner in war time

Advertisment

ରୁଷିଆ-ୟୁକ୍ରେନ ଥମିବାର ନାଁ ଧରୁନି। ଏମିତି ସ୍ଥିତିରେ ଆଣବିକ ଅସ୍ତ୍ର ପ୍ରୟୋଗ କରିବ ବୋଲି ରୁଷ ରାଷ୍ଟ୍ରପତି ପୁଟିନ ଧମକ ଦେବା ପରେ ସ୍ଥିତି ଆହୁରି ଗମ୍ଭୀର ହୋଇଯାଇଛି। ଯଦି ଆଣିବିକ ଯୁଦ୍ଧ ହୁଏ ମଣିଷ କେମିତି ଏଥିରୁ ନିଜକୁ ସୁରକ୍ଷିତ ରଖିପାରିବ ? କ’ଣ କଲେ ଆଣବିକ ବିସ୍ଫୋରଣର ରେଡିଏସନ ପ୍ରଭାବ କମ ରହିବ ? କୁହାଯାଇଛି, ଆଣବିକ ଯୁଦ୍ଧ ସମୟରେ ଚୁଟିରେ ଆଦୌ କଣ୍ଡିସନର ଲଗାନ୍ତୁ ନାହିଁ।  ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ କାହିଁକି ? ଆଣବିକ ଯୁଦ୍ଧ ସହ କଣ୍ଡିସନର କ’ଣ ସମ୍ପର୍କ ରହିଛି ?

Advertisment

ଏ ନେଇ ଆମେରିକା ପକ୍ଷରୁ ସ୍ପଷ୍ଟ କରାଯାଇଛି, ନ୍ୟୁକ୍ଲିଅର ଯୁଦ୍ଧ ହେଲେ ଲୋକଙ୍କ ଅବସ୍ଥା କ’ଣ ହେବ କହି ହେବନି। ତେବେ ଏକଥା ପ୍ରତ୍ୟେକ ନାଗରିକ ମନେ ରଖିବା ଉଚିତ ଯେ, ଆଣବିକ ଯୁଦ୍ଧ ସମୟରେ କେହି ଯେପରି ମୁଣ୍ଡରେ କଣ୍ଡିସନର ନ ଲଗାନ୍ତି। କାରଣ ଯୁଦ୍ଧର ଦିନମାନଙ୍କରେ ଚୁଟିର ଯତ୍ନ ନେବାର ଆବଶ୍ୟକତା ନାହିଁ। ଯଦି ଆଣବିକ ବିସ୍ଫୋରଣ ହୁଏ ବାୟୁମଣ୍ଡଳରେ ଏହାର ରେଡିଓଆକ୍ଟିଭ ଡଷ୍ଟ ଆକାରରେ ଥାଏ। ତେଣୁ ବିସ୍ଫୋରଣ ହେବା ସମୟରେ ଆପଣ ଯେତେ ଶୀଘ୍ର ସମ୍ଭବ ଗାଧୋଇ ପଡ଼ିବା ଉଚିତ। ଆମେରିକା ରୋଗ ନିରାକରଣ ଏବଂ ନିୟନ୍ତ୍ରଣ କନ୍ଦ୍ର (CDC) ପକ୍ଷରୁ ପରାମର୍ଶ ଦିଆଯାଇ କୁହାଯାଇଛି, ଏହି ସମୟରେ ପୁରୁଣା ପୋଷାକକୁ କାଢି ତୁରନ୍ତ ଗାଧୋଇ ପଡ଼ନ୍ତୁ। ତା ପରେ ବାହାରକୁ ଆସନ୍ତୁ।

ସାମ୍ପୋ ଲଗାଇବା ଭଲ। କାରଣ ସାମ୍ପୋ ଦ୍ୱାରା ଚୁଟିରେ ତୈଳ ଅଂଶ ରହେନି। ଫଳରେ ଧୂଳି ବା ଅନ୍ୟାନ୍ୟ ଡଷ୍ଟ ପାର୍ଟିକିଲ୍‌ ଚୁଟିରେ ସହଜରେ ଲାଗେନି। କିନ୍ତୁ କଣ୍ଡିସନରର କାମ ଭିନ୍ନ। ଏହା ଗୋଟିଏ ପଟେ ପାଣିକୁ ଧରି ରଖିବା ସହ ଚୁଟିର ତୈଳ ଅଂଶକୁ ନଷ୍ଟ ହେବାକୁ ଦିଏନି। ଆଣବିକ ଯୁଦ୍ଧ ସମୟରେ ସାମ୍ପୋ ମଣିଷ ପାଇଁ ସୁରକ୍ଷିତ କିନ୍ତୁ କଣ୍ଡିସନର ଆଦୌ ସୁରକ୍ଷିତ ନୁହେଁ। ତେଣୁ ନ୍ୟୁକ୍ଲିୟର ରେଡିଏସନରୁ ବଞ୍ଚିବା ପାଇଁ କଣ୍ଡିସନର ଆଦୌ ଲଗାଇବା ଉଚିତ ନୁହେଁ ବୋଲି ପରାମର୍ଶ ଦିଆଯାଇଛି।

Advertisment

କଣ୍ଡିସନ ଚୁଟିରେ ଏକ ଗ୍ଲୁ ପରି କାମ କରେ ଯାହା ଚୁଟିରେ ରେଡିଓଆକ୍ଟିଭ ମାଟେରିଆଲକୁ ଜାବୁଡ଼ି ଧରେ। କଣ୍ଡିସନରରେ କାଟିଓନିକ ନାମକ ଏକ ଉପାଦାନ ଥାଏ ଯାହା ପଜେଟିଭ ଚାର୍ଜ ହୋଇଥାଏ। ଅନ୍ୟପକ୍ଷେ ହେୟାର ଫାଇବରରେ ନେଗେଟିଭ ଚାର୍ଜ ଥାଏ। ଫଳରେ ଏହା ପରସ୍ପରକୁ ଆକର୍ଷଣ କରେ ଏବଂ ରେଡିଓଆକ୍ଟିଭ ଡଷ୍ଟ ପାଇଁ ଏକ ଗ୍ଲୁ ପରି କାମ କରେ। ଏହି ରେଡିଓଆକ୍ଟିଭ ପାର୍ଟିକିଲ୍‌ସ ସେଲ୍‌ ନଷ୍ଟ କରିବା ସହ ମଣିଷ ପାଇଁ ଘାତକ ସାଜିଥାଏ।

ନ୍ୟୁକ୍ଲିଅର ଯୁଦ୍ଧ ହେଲେ ଆଉ କ’ଣ ସୁରକ୍ଷିତ ପଦକ୍ଷେପ ନିଆଯାଇ ପାରିବ ତାହା ମଧ୍ୟ ଉକ୍ତ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଯଦି କେହି ଆଣବିକ ବିସ୍ଫୋରଣ କଲା ତେବେ ରେଡିଏସନ ପ୍ରଭାବରୁ ବର୍ତ୍ତିବା ପାଇଁ କଂକ୍ରିଟ ବିଲ୍‌ଡିଂ ଭିତରେ ଲୁଚିବା ଦରକାର। ଏହି ସମୟରେ ପାଟି, ଆଖି ଏବଂ ନାକକୁ ଆଦୌ ଛୁଇଁବା ଉଚିତ୍ ନୁହେଁ।

Advertisment
Nuclear War Russia-Ukrain War
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ