Advertisment

DNA ଟେଷ୍ଟ ଖୋଲିଲା ପତ୍ନୀଙ୍କ କାରନାମା,୧୮ ବର୍ଷର ବିବାହ ସମ୍ପର୍କ ଭାଙ୍ଗିଦେଲେ ସ୍ୱାମୀ...

କେବଳ ଏକ ଡିଏନ୍‌ଏ ଟେଷ୍ଟ ରିପୋର୍ଟ ପାଇଁ ୧୮ ବର୍ଷର ବିବାହ ସମ୍ପର୍କ ଭାଙ୍ଗି ଯାଇଛି।

ଅଦ୍ୟତନ ହୋଇଛି
Viral News

DNA Test Reveals The Truth Of Wife

Advertisment

ଜୀବନରେ ଏମିତି କିଛି ଜିନିଷ ଥାଏ, ଯାହାକୁ ନଜାଣିଲେ ବହୁତ ଭଲ। ଯେତେବେଳ ପର୍ଯ୍ୟନ୍ତ ଆମକୁ ସତ ଜଣାନଥାଏ, ସେତେବେଳେ ଯାଏ ସବୁକିଛି ଠିକ୍‌ଠାକ୍‌ ଚାଲେ। ହେଲେ ଯେତେବେଳେ ସତ ସାମ୍ନାକୁ ଆସେ ହସଖୁସିର ସଂସାର ଭାଙ୍ଗିବା ପାଇଁ ବେଶୀ ସମୟ ଲାଗେ ନାହିଁ। ଏପରି କିଛି ଜଣେ ବ୍ୟକ୍ତିଙ୍କ ସହ ଘଟିଛି। ଯେତେବେଳେ ସେ ଡିଏନ୍‌ଏ ଟେଷ୍ଟ କଲେ(DNA Test) ଏମିତି କିଛି ସତ ତାଙ୍କ ସାମ୍ନାକୁ ଆସିଥିଲା, ସମ୍ପୃକ୍ତ ବ୍ୟକ୍ତିଙ୍କ ପାଦ ତଳୁ ମାଟି ଖସି ଯାଇଥିଲା।

Advertisment

ଅଧିକ ପଢ଼ନ୍ତୁ: କେମିତିକା ଭାଗ୍ୟ! ବିବାହର ୬ବର୍ଷ ପରେ ଜାଣିଲେ ସ୍ତ୍ରୀ ହେଉଛି ରକ୍ତର ଭଉଣୀ

ସବୁ ସମ୍ପର୍କ ବିଶ୍ୱାସରେ ଚାଲିଥାଏ। ଥରେ ଯଦି ଏହି ବିଶ୍ୱାସ ଭାଙ୍ଗିଯାଏ ତା’ହେଲେ ପରସ୍ପରକୁ ପୂର୍ବଭଳି ସେତିକି ଆଉ ବିଶ୍ୱାସ କରିପାରନ୍ତି ନାହିଁ। ମିରର୍‌ ରିପୋର୍ଟ ଅନୁସାରେ, କେବଳ ଏକ ଡିଏନ୍‌ଏ ଟେଷ୍ଟ ରିପୋର୍ଟ ପାଇଁ ପାଖାପାଖି ୨୦ ବର୍ଷ ହେବ ପରସ୍ପରକୁ ଜାଣିଥିବା ଓ ୧୮ ବର୍ଷର ବିବାହ ସମ୍ପର୍କ ଭାଙ୍ଗି ଯାଇଛି। ଜାଣନ୍ତୁ, ପୁରା ଘଟଣା...

Advertisment

୨୦ ବର୍ଷ ହେବ ପରସ୍ପରକୁ ଜାଣିଥିଲେ...

୨ ପିଲାଙ୍କ ବାପା ନିଜ ୧୮ ବର୍ଷ ବିବାହର ଏକ ବଡ଼ ଖୁଲାସା ରେଡିଟ୍‌ରେ କରିଛନ୍ତି। ସେ କହିଛନ୍ତି, ପତ୍ନୀଙ୍କୁ ସେ ୨୦ ବର୍ଷ ହେବ ଜାଣିଥିଲେ ଓ ତାଙ୍କ ବିବାହକୁ ୧୮ ବର୍ଷ ହୋଇସାରିଲାଣି। ଉଭୟ ମିଶି ଏକ ବିଜ୍‌ନେସ୍‌ ମଧ୍ୟ ଆରମ୍ଭ କରିଥିଲେ ଓ ବର୍ଷକ ଭିତରେ ବାହା ହୋଇଥିଲେ। ତେବେ ଏକ ବଡ଼ ଝଗଡ଼ ପରେ କିଛି ଦିନ ପାଇଁ ପରସ୍ପରଠୁ ଅଲଗା ହୋଇଯାଇଥିଲେ। କିଛିଦିନ ପରେ ପୁଣି ଉଭୟ ଏକାଠି ରହିଥିଲେ। ଏହାରି ଭିତରେ ମହିଳା ଜଣକ ଗର୍ଭବତୀ ହୋଇଥିଲେ ଓ ୨ଟି ଯାଆଁଳା ଶିଶୁଙ୍କୁ ଜନ୍ମ ଦେଇଥିଲେ। ଏହାପରେ ସେମାନଙ୍କ ସମ୍ପର୍କ ଆଉ କେବେବି ଭାଙ୍ଗି ନଥିଲା।

ଡିଏନ୍‌ଏ ଟେଷ୍ଟ ଖୋଲିଲା ପତ୍ନୀଙ୍କ କାରନାମା...

ଯେତେବେଳେ ବ୍ୟକ୍ତି ଜଣକ ଡିଏନ୍‌ଏ ଟେଷ୍ଟ କଲେ, ଏହାପରେ ଜାଣିବାକୁ ପାଇଥିଲେ ୨ ଯାଆଁଳା ଶିଶୁ ତାଙ୍କର ନୁହେଁ। ସେମାନଙ୍କର ବାୟୋଲୋଜିକାଲ୍‌ ବାପା ଆଉ କିଏ। ସମ୍ପୃକ୍ତ ମହିଳା ୨ ସପ୍ତାହ ଯାଏ ସ୍ୱାମୀଙ୍କଠୁ ଅଲଗା ରହୁଥିବା ବେଳେ, ମଦ ନିଶାରେ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ସମ୍ପର୍କ ରଖିଥିଲେ ଓ ସେ ହିଁ ସେମାନଙ୍କର ବାପା। ସବୁ ସତ ଜାଣିବା ପରେ ଉକ୍ତ ବ୍ୟକ୍ତିଙ୍କୁ ବଡ଼ ଝଟ୍‌କା ଲାଗିଥିଲା। ଏବେ ଘର ଛାଡ଼ି ସେ ହୋଟେଲ୍‌ରେ ରହୁଛନ୍ତି। ଏପରିକି ପତ୍ନୀଙ୍କ ମୁହଁ ଦେଖିବା ପାଇଁ ମଧ୍ୟ ସେ ଚାହୁଁ ନାହାନ୍ତି। 

Advertisment
Viral News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ