Advertisment

ଦିବ୍ୟାଙ୍ଗଙ୍କ ଦୁଃଖ, ପ୍ରମାଣପତ୍ର ପାଇଁ ଘରେ ଚୁଲି ଜଳୁନି!

ଜଣେ ଦିବ୍ୟାଙ୍ଗ ଓ ଆଉ ଜଣେ ମାନସିକ ଭାରସାମ୍ୟ ହରାଇ ଅସହାୟ। ସମାଜରେ ମଣିଷ ପରି ଜିଇଁବା ପାଇଁ ଚାହୁଁଛନ୍ତି। ହେଲେ ମିଳୁନି ସରକାରୀ ସହୟତା କି ସହଯୋଗ। ଫଳରେ ଭାଗ୍ୟକୁ ଆଦରି ଭଙ୍ଗା କୁଡିଆରେ କାଟୁଛନ୍ତି ଦିନରାତି।

Dibyang's grief

Dibyang's grief

Advertisment

ନୂଆପଡା:ଜଣେ ଦିବ୍ୟାଙ୍ଗ ଓ ଆଉ ଜଣେ ମାନସିକ ଭାରସାମ୍ୟ ହରାଇ ଅସହାୟ। ସମାଜରେ ମଣିଷ ପରି ଜିଇଁବା ପାଇଁ ଚାହୁଁଛନ୍ତି। ହେଲେ ମିଳୁନି ସରକାରୀ ସହୟତା କି ସହଯୋଗ। ଫଳରେ ଭାଗ୍ୟକୁ ଆଦରି ଭଙ୍ଗା କୁଡିଆରେ କାଟୁଛନ୍ତି ଦିନରାତି।

Advertisment

ତପସ୍ୟା ବେହେରା,ଘର ନୂଆପଡା ଜିଲ୍ଲା ଖଡିଆଳ ବଙ୍କାପୁର ଗାଁରେ। ବୟସ ଆଠ ଡେଇଁଥିଲେ ବି ତପସ୍ୟା ଜନ୍ମରୁ ଦିବ୍ୟାଙ୍ଗ। ଉଠିବସି ପାରୁ ନାହାନ୍ତି। ସବୁବେଳେ ଖଟରେ ଶୋଇ ଦିନ ରାତି କାଟୁଛନ୍ତି। ହେଲେ ସରକାର ତାଙ୍କୁ ଦେଉ ନାହାଁନ୍ତି ଭିନ୍ନକ୍ଷମ ପ୍ରମାଣପତ୍ର। ଦୁଇ ଥର ନୂଆପଡା ଓ ଥରେ ଖଡିଆଳ ଭିନ୍ନକ୍ଷମ ଶିବିରକୁ ଯାଇ ଡାକ୍ତରଙ୍କୁ ଦେଖା କରିଥିଲେ ବି ଭତ୍ତା ପାଇଁ ଯୋଗାଡ ହୋଇ ପାରୁ ନାହିଁ ଭିନ୍ନକ୍ଷମ ପ୍ରମାଣପତ୍ର।

ତପସ୍ୟା ପରି ଅନ୍ୟ ଜଣେ ଯୁବକ ହେଲେ ପ୍ରହରୀ ତାଣ୍ଡି। ବଙ୍କାପୁର ଗାଁର ଏହି ବ୍ୟକ୍ତି ଜଣଙ୍କ ଗତ ୧୬ ବର୍ଷ ହେବ ମାନସିକ ଭାରସାମ୍ୟ ହରାଇ ଅତି ଅସହାୟ ଭାବେ ଜୀବନ କାଟୁଛନ୍ତି। ଚିକିତ୍ସା ପାଇଁ ଘର ଲୋକେ ଜମିବାଡି ବିକ୍ରି କରି ଦେଇ ଥିଲେ ବି ସୁସ୍ଥ ହେଉ ନାହାଁନ୍ତି ପ୍ରହରୀ। ଏବେ ସ୍ତ୍ରୀ ସୁନିତା ମଜୁରୀ ଲାଗି ପରିବାର ଚଳାଉଛନ୍ତି। ହେଲେ ପ୍ରମାଣପତ୍ର ଅଭାବରୁ ଭତ୍ତା ବାଇବାରୁ ବଂଚିତ ହୋଇଛନ୍ତି ପ୍ରହରୀ।

Advertisment

ଦିବ୍ୟାଙ୍ଗ ଓ ମାନସିକ ଭାରସାମ୍ୟ ହରାଉ ଥିବା ଲୋକଙ୍କ ପାଇଁ ସରକାର ଅନେକ କିଛି କରୁଛନ୍ତି। ଟ୍ରାଇ ସାଇକେଲ ଯୋଗାଇବାଠାରୁ ଆରମ୍ଭ କରି ଭତ୍ତା ଦେଉଛନ୍ତି। ହେଲେ ପ୍ରଶାସନର ଅସହଯୋଗ ଯୋଗୁ ଅଧିକାର ପାଇବାରୁ ବଂଚିତ ହୋଇଛନ୍ତି ତପସ୍ୟା ଓ ପ୍ରହରୀ। ଏନେଇ ନୂଆପଡା ସିଡିଏମଓ କହିଛନ୍ତି ଚିହ୍ନଟ କରାଯାଇ ଖୁବଶୀଘ୍ର ସମସ୍ତଙ୍କୁ ପ୍ରମାଣପତ୍ର ଦିଆଯିବ।

Koraput Divyanga & Mentally Disturbed
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ