Advertisment

ଭତ୍ତା ପାଇଁ ଦିବ୍ୟାଙ୍ଗ ସହୁଛନ୍ତି ନର୍କ ଯନ୍ତ୍ରଣା

୬ ଟଙ୍କାର ଘୋଡ଼ାକୁ ୯ ଟଙ୍କାର ଦାନା, ଏହାର ପ୍ରମାଣ ଆଜି ପୁଣି ଥରେ ଦେଖିବାକୁ ମିଳିଛି । ୭ ଶହ ଟଙ୍କାର ଭତ୍ତା ପାଇଁ ଜଣେ ମାଉସୀ ୨ ଶହ ଟଙ୍କା ଖର୍ଚ୍ଚ କରୁଛନ୍ତି

ଅଦ୍ୟତନ ହୋଇଛି
divyang man walks long way for pension in koraput village

divyang man walks long way for pension in koraput village

Advertisment

୬ ଟଙ୍କାର ଘୋଡ଼ାକୁ ୯ ଟଙ୍କାର ଦାନା, ଏହାର ପ୍ରମାଣ ପୁଣି ଥରେ ଦେଖିବାକୁ ମିଳିଛି । ୭ ଶହ ଟଙ୍କାର ଭତ୍ତା ପାଇଁ ଜଣେ ମାଉସୀ ଜଣଙ୍କ ୨ ଶହ ଟଙ୍କା ଖର୍ଚ୍ଚ କରି ଘରୁ ୪ କିଲୋମିଟର ଦୂରରେ ଥିବା ବ୍ୟାଙ୍କକୁ ଅଟୋରେ ଆସିଛନ୍ତି। ଅଟୋରେ ଆସିଲା ପରେ ଦୟନୀୟ ଅବସ୍ଥାରେ ବ୍ୟାଙ୍କକୁ ଯାଉଛନ୍ତି କୋରାପୁଟ ଲାଣ୍ଡିଗୁଡ଼ାର ଦିବ୍ୟାଙ୍ଗ ରୁକୁଣା ଗୌଡ଼ । ଚାଲି ପାରୁନାହାନ୍ତି ଅତି ଦୟନୀୟ ଅବସ୍ଥାରେ ହାତରେ ଭରା ଦେଇ ରାସ୍ତା ପାର୍ ହୋଇ ଯାଉଛନ୍ତି। ଆଉ ଏହି ଚିତ୍ର ହଁ ପୁଣି ଥରେ ପ୍ରଶାସନର ଭତ୍ତା ବ୍ୟବସ୍ଥାକୁ ଉପହାସ କରିଛି।

Advertisment

ଆଉ ଜଣେ ହେଉଛନ୍ତି ସେହି ଗାଁର ଦିବ୍ୟାଙ୍ଗ ହିତାଧିକାରୀ ନେନା । ନେନା ୫ ମାସ ହେଲା ପାଇନାହାନ୍ତି ଭତ୍ତା। ଏଠି ବ୍ୟବସ୍ଥା ବି ଚୁପ୍, ନା ସେ ବ୍ୟାଙ୍କ ଯାଇ ପାରୁଛନ୍ତି ନା ଭତ୍ତା ବାବଦରେ କିଛି ଜାଣିପାରୁଛନ୍ତି। ୨୧ ୱାର୍ଡ ବିଶିଷ୍ଟ କୋରାପୁଟ ପୌର ପରିଷଦରେ ୩ ହଜାରରୁ ଅଧିକ ହିତାଧିକାରୀ ଥିବା ବେଳେ ୧୫୦ରୁ ଅଧିକ ଦିବ୍ୟାଙ୍ଗ ରହିଛନ୍ତି। ସେମାନଙ୍କ ବ୍ୟାଙ୍କ ଜମାଖାତାକୁ ଭତ୍ତା ଟଙ୍କା ଆସୁଥିଲେ ମଧ୍ୟ ସେମାନେ ବ୍ୟାଙ୍କକୁ ଯାଇ ଆଣିବାରେ ସମସ୍ୟା ସୃଷ୍ଟି ହେଉଛି।

ବିଭିନ୍ନ ସମୟରେ ଆଧାର କାର୍ଡ ସମସ୍ୟା, ଟିପ ଚିହ୍ନ, ରେଟିନା ସମସ୍ୟା କାରଣରୁ ଭତ୍ତା ପ୍ରଦାନ ହୋଇପାରୁନି । ଏବେ ପ୍ରଶ୍ନ ଦିବ୍ୟାଙ୍ଗକୁ ସେମାନଙ୍କ ଘରେ ଭତ୍ତା ପ୍ରଦାନର ବ୍ୟବସ୍ଥା ହେବ ନା ଏମିତି ଚିତ୍ର ସାମ୍ନାକୁ ଆସୁଥିବ।

Advertisment
Pension Scheme Divyang
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ