Advertisment

ବିକୃତ ଗଣେଶ ମୂର୍ତ୍ତିକୁ ନେଇ ଡିସିପିଙ୍କ ଚରମବାଣୀ, ହସ୍ତକ୍ଷେପ କଲେନି ହାଇକୋର୍ଟ

କଟକରେ ବିକୃତ ଗଣେଶ ମୂର୍ତ୍ତି ତିଆରି ସଂପର୍କିତ ମାମଲା । ମୂର୍ତ୍ତି କାରିଗର ଏବଂ କ୍ଲବ୍‌ଗୁଡ଼ିକୁ କଟକ ଡିସିପିଙ୍କ ତାଗିଦ ।

ଅଦ୍ୟତନ ହୋଇଛି
Ganesh Puja

Ganesh Puja

Advertisment

କଟକରେ ବିକୃତ ଗଣେଶ ମୂର୍ତ୍ତି ତିଆରି ସଂପର୍କିତ ମାମଲରେ ହସ୍ତକ୍ଷେପ କରିବାକୁ ମନା କଲେ ହାଇକୋର୍ଟ । ଏଥିସହ ନିଷ୍ପତ୍ତି ପୋଲିସ୍ ପ୍ରଶାସନ ଉପରେ ଛାଡ଼ିଛନ୍ତି ହାଇକୋର୍ଟ । ଏପଟେ ହାଇକୋର୍ଟଙ୍କ ରାୟ ପରେ ପ୍ରତିକ୍ରିୟା ରଖିଛନ୍ତି କଟକ ଡିସିପି । ବିକୃତ୍ତ ମୂର୍ତ୍ତି ନିର୍ମାଣ ନକରିବା ଲାଗି ମୂର୍ତ୍ତି କାରିଗରଙ୍କୁ ତାଗିଦ କରାଯାଇଛି । ଏଥିସହ କ୍ଲବଗୁଡିକୁ ମଧ୍ୟ ତାଗିଦ କରାଯାଇଛି । ଧର୍ମୀୟ ଭାବନାକୁ ଆଘାତ ପହଞ୍ଚାଇବା ଭଳି ପଦକ୍ଷେପକୁ କୌଣସି ପରିସ୍ଥିତିରେ ଗ୍ରହଣ କରାଯିବ ନାହିଁ ବୋଲି ଡିସିପି କହିଛନ୍ତି ।

Advertisment

କଟକରେ ବିକୃତ ଗଣେଶ ମୂର୍ତ୍ତି ପ୍ରସ୍ତୁତିକୁ ନେଇ ବିବାଦ ଦେଖା ଦେଇଥିଲା । ଗଣେଶ ମୂର୍ତ୍ତିକୁ ବିକୃତ କରିବା ଅଭିଯୋଗରେ କିଛି ଶିଳ୍ପୀଙ୍କୁ ଥାନାକୁ ଡାକି ପୋଲିସ ତାଗିଦ କରିବା ସହ ମୂର୍ତ୍ତି ଭାଙ୍ଗିବାକୁ କହିଥିଲା । ବିକୃତ ମୂର୍ତ୍ତିକୁ ପୂଜା ପେଣ୍ଡାଲକୁ ପଠାଇବା ଲାଗି ବାରଣ କରିଥିଲା ପୋଲିସ୍ । ଏହାକୁ ନେଇ କିଛି ମୂର୍ତ୍ତି କାରିଗର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

ମୂର୍ତ୍ତିକୁ ବିକୃତ କରିବା ଅଭିଯୋଗରେ କିଛି ଶିଳ୍ପୀଙ୍କୁ ଥାନାକୁ ଡାକି ପୋଲିସ ପଚରାଉଚରା କରିଥିଲା । ଏହି ଶିଳ୍ପୀମାନେ ବିଘ୍ନ ବିନାଶକଙ୍କୁ ରୁଦ୍ର ରୂପ ଦେବା ସହ ଜଟାରେ ଗଙ୍ଗା, ବେକରେ ସାପ ପକେଇ ମହାଦେବଙ୍କ ଅବତାରରେ ସଜେଇଥିଲେ ।

Advertisment

କେଉଁ ମୂର୍ତ୍ତିରେ ଗଜାନନ, ସିଂହ ଉପରେ ବିରାଜମାନ ତ ଆଉ କେଉଁଠି ଦୁଇ ସିଂହ ଉପରେ ରଖିଛନ୍ତି ହାତ । ଭିନ୍ନ ଭିନ୍ନ ବେଶରେ ବିଭିନ୍ନ ଢଙ୍ଗରେ ତିଆରି ହୋଇଥିଲା ଭଳିକି ଭଳି ମୂର୍ତ୍ତି। ଏଭଳି ନିଆରା ନିର୍ମାଣକୁ ନେଇ ଅଡୁଆରେ ପଡିଛନ୍ତି ଶିଳ୍ପୀ ଓ ପୂଜା କମିଟି । ପ୍ରଭୁ ଗଣେଶଙ୍କ ମୂର୍ତ୍ତି ବିକୃତ କରିବା ଅଭିଯୋଗରେ କଟକ କୁମ୍ଭାର ସାହିର କିଛି ଶିଳ୍ପୀଙ୍କୁ ଥାନାକୁ ଡାକି ତାଗିଦ କରିଛି ପୋଲିସ। ତୁରନ୍ତ ମୂର୍ତ୍ତି ଭାଙ୍ଗିବାକୁ କୁହାଯାଇଥିଲା । ଏପଟେ ଆଇନଜୀବୀ ମଧ୍ୟ କହିଛନ୍ତି, ମୂର୍ତ୍ତିକୁ ବିକୃତ କରିବା ଅନୁଚିତ, ଏହା ଦଣ୍ଡନୀୟ ଅପରାଧ।

କେବଳ କଟକ ନୁହେଁ, ରାଜ୍ୟର ବିଭିନ୍ନ ସ୍ଥାନରେ ଅଗ୍ରପୂଜ୍ୟଙ୍କ ମୂର୍ତ୍ତିକୁ ଭିନ୍ନ ଭିନ୍ନ ରୂପ ଦିଆଯାଇଛି। କେଉଁଠି ଗଣେଶ ଘୋଡା ଉପରେ ବସିଛନ୍ତି ତ ଆଉ କେଉଁଠି ଗରୁଡ ଉପରେ। କେଉଁ ମୂର୍ତ୍ତି କାରିଗର ସାଇବାବାଙ୍କ କୋଳରେ ଗଣେଶଙ୍କୁ ସ୍ଥାନ ଦେଇଛନ୍ତି ତ ଆଉ କିଏ ଦେଇଛନ୍ତି ଶିବଙ୍କ ରୂପ। ସେହିପରି ଅନ୍ୟ କେଉଁଠି ଗଣେଶ କାଳୀୟ ଦଳନ କରୁଛନ୍ତି ଆଉ ସମୁଦ୍ର ମନ୍ଥନ ବି। ଲମ୍ବୋଦର ବଦଳରେ ଗଣେଶଙ୍କ ସିକ୍ସ ପ୍ୟାକ୍ ସାଙ୍ଗକୁ ବାହୁବଳୀ ବେଶ ଯେତିକି ଆକର୍ଷଣୀୟ କରୁଛି ସେତିକି ବିବାଦ ମଧ୍ୟ ସୃଷ୍ଟି କରୁଥିଲା ।

Advertisment

ମହାମାରୀ ପାଇଁ ଦୁଇ ବର୍ଷ ହେଲା ସାର୍ବଜନୀନ ପୂଜା ବନ୍ଦ ରହିଥିଲା। ପୂଜା ପାଇଁ ଏଥର କଟକଣା କୋହଳ ହୋଇଛି। ବିଘ୍ନ ବିନାଶକଙ୍କ ଆଗମନ ପାଇଁ ଉତ୍ସବ ମୁଖର ହୋଇଉଠିଛି ସାରା ରାଜ୍ୟ।

Ganesh Chaturthi Ganesh Puja Ganesh Puja 2022
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ