Astrospeak
  • Live TV
  • Read In English

ଶିଶୁ ଖାଦ୍ୟ ବଣ୍ଟନରେ ବିଭ୍ରାଟ, ସାର ଭର୍ତ୍ତି ଗୋଦାମରେ ରହୁଛି ପିଲାଙ୍କ ଖାଦ୍ୟ

ବଲାଙ୍ଗିର ଜିଲ୍ଲାରେ ଶିଶୁ ଖାଦ୍ୟ ବଣ୍ଟନରେ ବିଭ୍ରାଟ । ଖାଦ୍ୟ ବଣ୍ଟନରେ ହେରଫେର ନେଇ ସାମନାକୁ ଆସିଲା ଚିତ୍ର । ଯୋଗାଣ ବେଳେ ଅଧବାଟରେ ଗାଏବ ହେଉଛି ଅଧା ପି.ଡି.ଏସ ଚାଉଳ । ଖୋଳତାଡ କରୁ କରୁ ଜଣାପଡିଲା, ଜିଲ୍ଳାରେ ଅଙ୍ଗନୱାଡି ସେଣ୍ଟରକୁ ଚାଉଳ ଯୋଗାଉଥିବା ଟ୍ରାନସପୋର୍ଟ ଏଜେଣ୍ଟ ତୋଫାନ ମେହେରଙ୍କ କାରନାମା  ।

irregularity on baby food
irregularity on baby food

News Summary

ବଲାଙ୍ଗିର ଜିଲ୍ଲାରେ ଶିଶୁ ଖାଦ୍ୟ ବଣ୍ଟନରେ ବିଭ୍ରାଟ

ଯୋଗାଣ ବେଳେ ଅଧବାଟରେ ଗାଏବ ହେଉଛି ଚାଉଳ

ପାଟଣାଗଡ଼ର ଉପଖଣ୍ଡ ଯୋଗିମୁଣ୍ଡାରେ ଅଛି ସ୍ଥାନୀୟ ବ୍ୟବସାୟୀ ଅଶୋକ ଜୈନଙ୍କ ସାର ଗୋଦାମ ।  ଆଉ ଏହି ସାର ଗୋଦାମର ଗୋଟିଏ ପଟେ  ରହିଛି ବିଷାକ୍ତ ସାର ଓ ଅନ୍ୟପଟେ ରହିଛି ଛୁଆଙ୍କ ଖାଦ୍ୟ । ସାର ଗୋଦାମ ଭିତରେ କିନ୍ତୁ ରଖାଯାଇଛି ୧୬୪୦ ପ୍ୟାକେଟ ଅଙ୍ଗନୱାଡି ଚାଉଳ ।  ସବୁ ବସ୍ତାରେ ଲେଖାଯାଇଛି ସରକାରୀ ମାର୍କା  ।  ତେବେ ପି.ଡି.ଏସ ଚାଉଳ ଖୋଳତାଡ କରୁ କରୁ ଜଣାପଡିଥିଲା, ଜିଲ୍ଳାରେ ଅଙ୍ଗନୱାଡି ସେଣ୍ଟରକୁ ଚାଉଳ ଯୋଗାଉଥିବା ଟ୍ରାନସପୋର୍ଟ ଏଜେଣ୍ଟ ତୋଫାନ ମେହେରଙ୍କ କାରନାମା । 

ଟ୍ରାନସପୋର୍ଟ ଏଜେଣ୍ଟ ତୋଫାନ ମେହେରଙ୍କ ବିଭିନ୍ନ ସମୟରେ ଏହି ଗୋଦାମରେ ଚାଉଲ ହୋଡିଂ କରି ରଖିଥାଆନ୍ତି ।  କେବେ କେବେ ଅଙ୍ଗନୱାଡି ସେଣ୍ଟର ସହିତ ଦେଣଲେଣରେ ସେଟିଂ ହୋଇଯାଏ ।  ଚୋରା ଚାଉଳକୁ ରାଇସ ମିଲକୁ ଯୋଗାଣ ହୋଇଥାଏ । ଟ୍ରାନସପୋର୍ଟ ଏଜେଣ୍ଟ ତୋଫାନ ମେହେର ମିଳିଥିବା ସୂଚନା ଅନୁଯାୟୀ, ଗୋଦାମକୁ ଲିଜ ଆକାରରେ ନେଇ, ଖେଳ କରନ୍ତି ଟ୍ରାନସପୋର୍ଟ ଏଜେଣ୍ଟ ।

ଏଠି ବସ୍ତା ପିଛା ତିନିରୁ ପାଂଚ କିଲୋ ଚାଉଳ କଢାଯାଇଥାଏ ।  କମ ଓଜନର ଚାଉଳ, ଅଙ୍ଗନୱାଡି କର୍ମୀଙ୍କୁ ଦେଇ ଏ.ସି ନୋଟସିଟରେ ଦସ୍ତଖତ ଅଣାଯାଇଥାଏ । ଏପରିକ ଭାବରେ ଏକ ବଡ ର୍ୟାକେଟ ପୂରା ଜିଲ୍ଳାରେ କାମ କରିଥାଏ । ବଳକା ଚାଉଳ ପୁଣି କୌଣସି ମିଲ ସହିତ ସଲାସୁତୁରା କରି ତାଙ୍କ ଆକାଉଣ୍ଟରେ ଆଟାଚ କରାଯାଏ ।  କିନ୍ତୁ ଏଇଠି ବଡ ପ୍ରଶ୍ନ  ଉଠୁଛି ଯେ, ବାଟରେ କାହିଁକି ଅନଲୋଡ ହେଲା ଚାଉଳ? ଏହା ଏକ ଭୁଲ ନୁହେଁକି ? ପୁଣି ସାର ଗୋଦାମରେ ଛୁଆଙ୍କ ଖାଦ୍ୟ ! ଏହା ଏକ ଅପରାଧ ନୁହେଁ କି ? କିନ୍ତୁ ଏଠି ବି ତଦନ୍ତ ନାଁରେ ସଲାସୁତୁରା ଚାଲିଛି ।