ଆଜି ଠାରୁ ଦୁବାଇକୁ ସିଧା ବିମାନ ସେବା,ଟିକେଟ ମୂଲ୍ୟ ୧୦ ହଜାର

ଇଣ୍ଡିଗୋ ବିମାନ ସେବା କମ୍ପାନୀ ପକ୍ଷରୁ ଉଡ଼ିବ ପ୍ରଥମ ବିମାନ . . . ଯିବା ଆସିବା ପାଇଁ ୨୦ ହଜାର ଟିକେଟ ମୂଲ୍ୟ

Direct Flight From Bhubaneswar To Dubai

ବିମାନଯାତ୍ରୀଙ୍କ ଲାଗି ଖୁସି ଖବର । ଆଜିଠାରୁ ଭୁବନେଶ୍ୱର ରୁ ଦୁବାଇକୁ ସିଧାସଳଖ ଉଡ଼ିବ ବିମାନ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି । ଇଣ୍ଡିଗୋ ବିମାନ ସେବା କମ୍ପାନୀ ପକ୍ଷରୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଦୁବାଇ ବିମାନ ବନ୍ଦରକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଟିକେଟର ମୂଲ୍ୟ ରହିଛି ୧୦ ହଜାର ଟଙ୍କା ।

ତେବେ ଯିବା ଆସିବା ଉଭୟ ପାଇଁ ଟିକେଟର ମୂଲ୍ୟ ୨୦ ହଜାର ଟଙ୍କା ରଖାଯାଇଛି । ସପ୍ତାହକ ମଧ୍ୟରେ ଭୁବନେଶ୍ୱର-ଦୁବାଇ ମଧ୍ୟରେ ୩ ଦିନ ଉଡ଼ାଣ ଭରିବ ବିମାନ । ସୋମବାର, ବୁଧବାର ଓ ଶୁକ୍ରବାର ଦୁବାଇକୁ ବିମାନ ଉଡାଣ କରିବ । ଦୁବାଇ ଓ ଭୁବନେଶ୍ୱର ମଧ୍ୟରେ ସିଧାସଳଖ ବିମାନ ସେବା ଫଳରେ ପର୍ଯ୍ୟଟନ କ୍ଷେତ୍ରକୁ ସମୃଦ୍ଧ କରିବା ସହ ନିଯୁକ୍ତିରେ ମଧ୍ୟ ସହାୟକ ହେବ ।

ସେହିଭଳି ଆଇଟି ଓ ମାନୁଫକଚରିଂ ଭଳି କ୍ଷେତ୍ର ଅଧିକ ଲାଭବାନ ହେବା ସହ ଓଡ଼ିଶା ପାଇଁ ନୂଆ ସମ୍ଭାବନା ଆଣିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି।... ସେପଟେ ଦୁବାଇକୁ ସିଧାସଳଖ ବିମାନ ସେବାକୁ ନେଇ ବେଶଆଶାବାଦୀ ଅଛନ୍ତି ଟୁର୍ ଅପରେଟର ।