• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • କିଛି ସ୍ଥାନରେ ବୁକିଂ କ୍ୟାନସଲ୍

  • ରିପୋର୍ଟ ପରେ ୭୨ ଘଣ୍ଟାରେ ଭୁଲ୍ ସୁଧାରିବାକୁ ଠିକା ସଂସ୍ଥାକୁ ନିର୍ଦ୍ଦେଶ

ଜୟପୁର, ବ୍ରହ୍ମପୁର( ଟି. ଗୌରୀଶଙ୍କର ଓ ଅଶୋକ ବ୍ରହ୍ମା) : ବହୁ ଆଡମ୍ଭରେ ଲଘୁକ୍ରିୟା । ଇକୋ ରିଟ୍ରିଟକୁ ତରବରିଆ ଭାବେ ଉଉଘାଟନ କରିଦେଲେ କି ମୁଖ୍ୟମନ୍ତ୍ରୀ? କାହିଁକି ନା ୭ଟିରୁ ୨ଟି ସ୍ଥାନରେ ଏପର୍ଯ୍ୟନ୍ତ ଆରମ୍ଭ ହୋଇ ପାରିନି ସେବା । ଏହା ବାଦ୍ ଖରାପ ଟେଣ୍ଟ୍, ମଇଳା ବେଡ୍ ଆଉ ଅସନା ଟଏଲଟ୍ ଯୋଗୁ କେଉଁଠି ଯାତ୍ରୀ ବୁକିଂ କ୍ୟାନସଲ୍ କରୁଛନ୍ତି ତ ଆଉ କେଉଁଠି ଆଦୌ ବୁକିଂ ହିଁ ହେଉନି । ଖୋଦ୍ ବିଭାଗୀୟ ଅଧିକାରୀ ଜିଲ୍ଲା ଗସ୍ତ କରି ଏହି ରିପୋର୍ଟ ଦେବା ପରେ ଠିକା ସଂସ୍ଥାକୁ ଚିଠି ଲେଖି ତାଗିଦ କରିଛନ୍ତି ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ । ୭୨ ଘଣ୍ଟାରେ ଭୁଲ୍ ସୁଧାରିବାକୁ ସଂସ୍ଥାକୁ ନିର୍ଦ୍ଦେଶ ଦିଅଆଯାଇଛି ।

ଗଞ୍ଜାମ ପାତି ସୋନପୁର, ଆଉ କୋରାପପୁଟ ଇକୋ ରିଟ୍ରିଟର ଚିତ୍ର ଭାରି ଦୟନୀୟ । ମୁଖ୍ୟମନ୍ତ୍ରୀ ଉଦଘାଟନ କରିବାର ୪ ଦିନ ପରେ ବି ଆରମ୍ଭ ହୋଇ ପାରିନି ଟେଣ୍ଟ୍ ଭିଡ଼ା । ହେଉଛି ତ କେଉଁଠି ଗାଲିଚା ବିଛା ଚାଲିଛି । ତେବେ ସୋନପୁରରେ ତ ଏପର୍ଯ୍ୟନ୍ତ ଆରମ୍ଭ ହୋଇ ପାରୁନି ବୁକିଂ । ସାଇଟକୁ ଗଲେ ବୁକିଂ ନଟ୍ ଆଭେଲେବୁଲ୍ । କୋରାପୁଟରେ ବି ଇକୋ ରିଟ୍ରିଟ୍ ଆରମ୍ଭ ହୋଇନଥିବାରୁ ବୁକିଂ କ୍ୟାନସଲ କରୁଛନ୍ତି ଯାତ୍ରୀ ।

ତେଣୁ ଯଥାଶୀଘ୍ର ସେବା ଆରମ୍ଭ କରିବାକୁ ଠିକା ସଂସ୍ଥା ସନସେଟ୍ ଡିଜର୍ଟ କ୍ୟାମ୍ପକୁ ଟିଠି ଲେଖି ତାଗିଦ କରିଛନ୍ତି ପର୍ଯ୍ୟଟନ ନିର୍ଦ୍ଦେଶକ । ସେପଟେ ବଡ ଇକୋ ରିଟ୍ରିଟ୍ କୋଣାର୍କର କଥା କହିଲେ ନସରେ । ସେଠାରେ ଗୋଟିଏ ରାତି ବିତାଇଥିବା ଜଣେ ପଯର୍ଯ୍ୟଟକଙ୍କର ଟୁଇଟ୍ କହୁଛି କେମିତି ମିଳୁଛି ଆତିଥ୍ୟ । ବଡ଼ ପ୍ରଶ୍ନ ହେଲା କାହିଁକି ପ୍ରସ୍ତୁତି ପୂର୍ବରୁ ତରବରିଆ ଭାବେ ଉଦଘାଟନ କରିଦେଲେ ମୁଖ୍ୟମନ୍ତ୍ରୀ । ଉଦଘାଟନ ପୂର୍ବରୁ ଦାୟିତ୍ୱରେ ଥିବା ଜିଲ୍ଲା ଅଧିକାରୀ କୌଣସି ରିପୋର୍ଟ ଦେଇନଥିଲେ କି ?

ତେବେ କେବଳ ପର୍ଯ୍ୟଟକଙ୍କ ଅଭିଯୋଗ ତାହା ନୁହେଁ ଇକୋ ରିଟ୍ରିଟ ଭିତରର ସତ ଖୋଲିଛି ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକଙ୍କ ଚିଠି । ବିଭାଗୀୟ ଅଧିକାରୀଙ୍କ ଗସ୍ତ ବେଳେ ଦେଇଥିବା ରିପୋର୍ଟ ଆଧାରରେ ଏହି ଚିଠି ଲେଖିଛନ୍ତି ନିର୍ଦ୍ଦେଶକ । ପୁରୁଣା ଓ ମଇଳା ଟେଣ୍ଟକୁ ବ୍ୟବହାର ନକରି ତାକୁ ବଦଳାଇବାକୁ ଚିଠିରେ ରହିଛି ନିର୍ଦ୍ଦେଶ । ସେହିପରି ବେଡ୍ ଏବଂ ଶୋଇବା ଆସବାବପତ୍ର ମଧ୍ୟ ସଫାସୁତୁରା ସହ ଭଲ କ୍ୱାଲିଟିର ହେବା ଦରକାର ଏବଂ ଟୟଲଟ୍ କମଡ୍ ମଧ୍ୟ ବଦଳାଇବାକୁ କହିଛନ୍ତି ।

ଏହା ଛଡା କିଚେନ ଏବଂ ଡାଇନିଙ୍ଗ ହଲ୍ ଯଥାଶୀଘ୍ର ନିର୍ମାଣ କରିବା ସହ ଦକ୍ଷ ଏବଂ ଭଲ ସେଫ୍ ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ନିଯୁକ୍ତ କରିବାକୁ ପରାମର୍ଶ ଦେଇଛନ୍ତି । ୭୨ ଘଣ୍ଟାରେ ଏସବୁ ଦିଗରେ ଧ୍ୟାନ ନଦେଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାବନୀ ଦେଇଛନ୍ତି ପର୍ଯ୍ୟଟନ ନିର୍ଦ୍ଦେଶକ । ଅନ୍ୟ ପଟେ ଏହି ସବୁ ଅଭିଯୋଗକୁ ଖଣ୍ଡନ କରିଛି ଠିକା ସଂସ୍ଥା ।

ଅନଲାଇନରେ ବୁକିଂ ପାଇଁ ଧାର୍ଯ୍ୟ ଦର ଅନୁସାରେ-ଗୋଟିଏ ରାତି ପାଇଁ ଡିଲକ୍ସ କଟେଜ ପିଛା ୧୦ ହଜାର, ପ୍ରିମିୟମ୍ ସ୍ୱିସ୍ କଟେଜ ପାଇଁ ୧୩ ହଜାର, ରୟାଲ ଲଗଜରୀ ସୁଇସ୍ କଟେଜ୍ ପାଇଁ ୧୮ ହଜାର ଓ ପ୍ରେସିଡେନସିଆଲ୍ ସୁସସ୍ ଲାଗି ୨୫ ହଜାର ଟଙ୍କା ରଖା ଯାଇଛି ।

ଚଢ଼ା ରେଟ୍ ସତ୍ତ୍ୱେ ଉନ୍ନତ ମାନର ସେବା ଉପଲବ୍ଧ ନହେବା ପର୍ଯ୍ୟଟକଙ୍କୁ ନିରାଶ କରିଛି । ତେବେ କୋରାପୁଟ ଓ ପାତି ସୋନପୁରରେ ନିର୍ଦ୍ଦେଶକଙ୍କ ଚିଠି ପରେ ସୋମବାର ସୁଦ୍ଧା ଇକୋ ରିଟ୍ରିଟ ଆରମ୍ଭ ହେବ ବୋଲି ଜଣାପଡିଛି ।