ହୀରାର ବେଳାଭୂମି ନା ସ୍ୱର୍ଗପୁର !

ଡାଇମଣ୍ଡ ଦେଖିବାକୁ ବହୁତ ସୁନ୍ଦର ଲାଗେ ନା । ଆଉ ସମୁଦ୍ର ବେଳାଭୂମି ବି ବେଶ୍‌ ମନମୁଗ୍ଧକର ଲାଗେ । ତେବେ ଭାବନ୍ତୁ ଏହି ଦୁଇଟି ଯାକ ଯଦି ମିଶି ଯିବ ତେବେ କଣ ହେବ । ଅର୍ଥାତ୍‌ ଏକ ସୁନ୍ଦର ସମୁଦ୍ର ବେଳାଭୂମିରେ ଆପଣ ସବୁଠାରେ କେବଳ ଡାଇମଣ୍ଡ ହିଁ ଡାଇମଣ୍ଡ ପାଇଯିବେ । ଆଉ ଏହି ବେଳାଭୂମିର ବିଶେଷତ୍ୱ ହେଉଛି ପ୍ରତିକ୍ଷଣରେ ରୂପ ବଦଳାଇଥାଏ । ତେବେ ଭାବନ୍ତୁ ସ୍ଥାନର ଦୃଶ୍ୟ କେତେ ବିଚିତ୍ର ଆଉ ମନମୁଗ୍ଧକର ଲାଗିବ । ଏହିଭଳି କିଛି ଦୃଶ୍ୟ ଦେଖିବାକୁ ମିଳେ ଆଇସଲ୍ୟାଣ୍ଡର ଏକ ବେଳାଭୂମିରେ, ସତରେ କଣ ଏହି ବେଳାଭୂମିରେ ଡାଇମଣ୍ଡ ମିଳେ, ନା ଆଉ କିଛି ରହସ୍ୟ ରହିଛି…

Diamond Beach, Iceland

News Summary

 ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ହୀରାର ବେଳାଭୂମି

ପ୍ରତିକ୍ଷଣ ରୂପ ବଦଳାଏ ଏହି ବେଳାଭୂମି

ଆଇସ୍‌ଲ୍ୟାଣ୍ଡ: ଡାଇମଣ୍ଡ ତ ଆମେ ସମସ୍ତେ ଦେଖିଛୁ । ହେଲେ ‌ଆପଣ କେବେ ଏଭଳି ବିଚ୍‌ ବା ବେଳାଭୂମି ଦେଖିଛନ୍ତି, ଯେଉଁଠାରେ ଆପଣ ଡାଇମଣ୍ଡ ପାଇଯିବେ । ଆଉ ସେଥିପାଇଁ ଏହି ବିଚର ନାଁ ହେଉଛି ଡାଇମଣ୍ଡ ବିଚ୍‌ । ଏବେ ମନରେ ପ୍ରଶ୍ନ ନିଶ୍ଚୟ ଆସିବ, କଣ ବେଳାଭୂମିରେ ହୀରା ମିଳିବା ସ୍ୱାଭାବିକ କି ସମ୍ଭବ । ତେବେ ଆମେ କହିବୁ ଏହା ସମ୍ଭବ । କାରଣ ଏହିଭଳି ଏକ ବେଳାଭୂମି ରହିଛି ସ୍ୱର୍ଗର ଭୂମି, ଆଇସ୍‌ଲ୍ୟାଣ୍ଡରେ । ଏହି ବେଳାଭୂମିଟି ଦେଖିବାକୁ ବେଶ୍‌ ସୁନ୍ଦର । ଆଉ ଏହି ସ୍ଥାନର ଟ୍ୱିଷ୍ଟ ହେଉଛି, ପ୍ରତିଥର ଏହି ବେଳାଭୂମି ଭିନ୍ନ ଆଉ ନୂଆ ଲାଗେ । ଅର୍ଥାତ୍‌ ଗୋଟେ ସମୟରେ ଆପଣ ଏହି ବେଳାଭୂମିକୁ ଯେପରି ଦେଖିବେ, ତା ପରବର୍ତ୍ତି ସମୟରେ ଏହି ବେଳାଭୂମି ଭିନ୍ନ ଦୃଶ୍ୟମାନ ହୁଏ ।

Diamond Beach, Iceland

ଏହି ବେଳାଭୂମିରେ କଳାବାଲିର ପରସ୍ତ ‌ଆପଣ ଦେଖିବାକୁ ପାଇବେ । ଆଉ ତା ସହ ଡାଇମଣ୍ଡ ଅର୍ଥାତ୍‌ ହୀରା ଭଳି ଚମକୁଥିବା ଗ୍ଲାସିୟର ଦେଖିବାକୁ ମିଳେ । ଆଉ ଏହି କମ୍ବିନେସନ କାରଣରୁ ହିଁ ଏହି ସ୍ଥାନକୁ ଡାଇମଣ୍ଡ ବେଳାଭୂମି ବୋଲି କୁହାଯାଏ । ଏହା ଆଇସଲ୍ୟାଣ୍ଡର ସାଉଥ କୋଷ୍ଟାରେ ଜୋକୁରସାରଲନ ଗ୍ଲାସିୟର ଲାଗୁନରେ ଅବସ୍ଥିତ । ଏହା ପ୍ରକୃତି ପ୍ରେମୀ, ଫଟୋଗ୍ରାଫର ତଥା ପ୍ରକୃତି ଗବେଷକମାନଙ୍କର ପ୍ରିୟ ସ୍ଥାନ ହୋଇପାରିଛି ।

ଏହି ଆଇସଲ୍ୟାଣ୍ଡରେ ଜୋକୁରସାରଲନ ଗ୍ଲାସିୟର ଲାଗୁନ ବରଫରେ ଭରପୁର । ତେବେ ଏହାର ନିଆରା ତଥା ବିଚିତ୍ର ଦୃଶ୍ୟ ଦେଖି ଏହାକୁ ଚମତ୍କାରୀ ବେଳାଭୂମି ବୋଲି ମଧ୍ୟ କୁହାଯାଏ । ଏହି ସ୍ଥାନରେ ପହଁଚିବା ପରେ ଲାଗେ ଯେପରି ଆପଣ ଭିନ୍ନ ଏକ ଦୁନିଆରେ ପହଞ୍ଚି ଯାଇଛନ୍ତି । ଏଠି ଗ୍ଲାସିୟରର ବରଫ ଗୁଡିକ ବେଳାଭୂମିରେ ହୀରାର ଭ୍ରମ ସୃଷ୍ଟି କରେ । ଏହି ସ୍ଥାନଟି ପରିଭ୍ରମଣ ପାଇଁ ବେଶ୍‌ ଉପଯୋଗୀ ଓ ସୁରକ୍ଷିତ । କେବଳ ଯେ ହୀରା ଭଳି ଦୃଶ୍ୟମାନ ହେଉଥିବା ବରଫ ଏହି ସ୍ଥାନର ବିଶେଷତ୍ତ୍ୱ ନୁହେଁ, ବରଂ ଏହି ବେଳାଭୂମିରେ ଥିବା କଳାବାଲିର ପରସ୍ତ ମଧ୍ୟ ଏହି ସ୍ଥାନକୁ ବେଶ ନିଆରା ଓ ସୁନ୍ଦର ବନାଏ ।

Diamond Beach

ଆଇସଲ୍ୟାଣ୍ଡର ସାଉଥ କୋଷ୍ଟାରେ ଜୋକୁରସାରଲନ ଗ୍ଲାସିୟର ଲାଗୁନରେ ଏହି ସ୍ଥାନଟି ପ୍ରତିଥର ନିଜର ରୂପ ବଦଳାଇଥାଏ, ଆଉ ସମସ୍ତଙ୍କୁ ଆକୃଷ୍ଟ କରିଥାଏ । ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ସମୟରେ ଏହି ବେଶ୍‌ ଅଦ୍ଭୁତ ଭାବେ ସୁନ୍ଦର ଲାଗିଥାଏ । ତେଣୁ ଏହାର ସୁନ୍ଦରତାକୁ ନଜରରେ ରଖି ଏହି ସ୍ଥାନକୁ ହୀରାର ବେଳାଭୂମି ବୋଲି କୁହାଯାଏ । ଆଉ ପ୍ରତିକ୍ଷଣରେ ରୂପ ବଦଳାଉଥିବା ଏହି ଚମତ୍କାର ବେଳାଭୂମିର ବିଶେଷତ୍ତ୍ୱ ଦେଖି ଏହି ସ୍ଥାନର ନାଁ ଦିଆଗଲା ଡାଇମଣ୍ଡ ବିଚ୍‌ । ଏହି ସ୍ଥାନକୁ ଦେଖିଲେ ହିଁ ଅନୁମାନ କରିହୁଏ ଯେ, ବାସ୍ତବରେ ପ୍ରକୃତି ଠାରୁ ସୁନ୍ଦର କଳାକାର ଆଉ କିଏ ବା ଅଛି ।