Advertisment

ଢିଙ୍କିଆରେ ଜନଶୁଣାଣି ବେଳେ ବିରୋଧ କରୁଥିବା ଲୋକଙ୍କୁ ଛାଡିଲାନି ପୋଲିସ୍ !

ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ଭିତରକୁ ଛଡାଯାଇନଥିଲା।

undefined

Dhinkia Row

Advertisment

ଜଗତସିଂହପୁର ଢିଙ୍କିଆରେ ଜନଶୁଣାଣି ବେଳେ ଉତ୍ତେଜନା। ହାଇକୋର୍ଟଙ୍କ ଦ୍ୱାରା ଗଠିତ ୫ ଜଣିଆ ଆଇନଜୀବୀ କମିଟି ଆଜି ଢିଙ୍କିଆରେ ପହଞ୍ଚି ଶୁଣାଣି କରିଛନ୍ତି। କମିଟି ସହ ଜଗତସିଂହପୁର ଜିଲ୍ଲାପାଳ ଏବଂ ଏସପି ଉପସ୍ଥିତ ଅଛନ୍ତି। ଆଧାର କାର୍ଡ ଦେଖି ଲୋକଙ୍କୁ ପୋଲିସ ଶିବିରକୁ ଛାଡି ଥିଲା। ପ୍ରଶାସନ, ପୋଲିସ ଓ କମ୍ପାନୀ ବିରୋଧରେ ଯାହାର ଯାହା ମତାମତ ଅଛି, ସେସବୁ ରଖୁଛନ୍ତି ଢିଙ୍କିଆବାସୀ। 

Advertisment

ଢିଙ୍କିଆ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏହି ଜନଶୁଣାଣି ଶିବିର ଆରମ୍ଭରୁ ଦେଖାଦେଇଥିଲା ଉତ୍ତେଜନା। ଜନଶୁଣାଣି ଶିବିର ମଧ୍ୟକୁ ପ୍ରଶାସନ ନ ଛାଡିବା ଅଭିଯୋଗ କରି ପୂର୍ବତନ ସରପଞ୍ଚ ସଲିଳା ନାୟକଙ୍କ ସମେତ ବହୁ ସଂଖ୍ୟକ ଲୋକ ପ୍ରତିବାଦ କରିଥିଲେ। ଜାଣିଶୁଣି ପ୍ରକଳ୍ପ ବିରୋଧୀଙ୍କୁ ଭିତରକୁ ଛଡା ଯାଉନଥିବା ଅଭିଯୋଗ କରାଯାଇଥିଲା। ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ଭିତରକୁ ଛଡାଯାଇନଥିଲା।

ଏରସମା ବିଡିଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରୁ ବାହାରକୁ ଚାଲିଯିବାକୁ କହିବା ବେଳେ ସ୍ଥାନୀୟ ଲୋକେ ପ୍ରତିବାଦ କରି ହୋହଲ୍ଲା କରିଥିଲେ। ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

Advertisment

ହାଇକୋର୍ଟଙ୍କ ନିର୍ଦ୍ଦେଶ ଥିବାରୁ ଗଣମାଧ୍ୟମକୁ ପୋଲିସ ଛାଡି ନଥିବା ତହସିଲଦାର କହିଥିବା ବେଳେ ସେପରି କୌଣସି ନିର୍ଦ୍ଦେଶ ନଥିବା କମିଟି ସଦସ୍ୟ କହିଛନ୍ତି। JSW ପ୍ରକଳ୍ପକୁ ବିରୋଧ କରୁଥିବା ଅନେକ ଲୋକଙ୍କୁ ପୋଲିସ ଶିବିରକୁ ଛାଡି ନଥିବା ଲୋକେ ଅଭିଯୋଗ କରିଛନ୍ତି। ତେବେ ସମସ୍ତ ଅଭିଯୋଗକୁ ଏରସମା ତହସିଲଦାର ଅସ୍ୱୀକାର କରିଛନ୍ତି।  

Dhinkia Protest HighCourt Committee
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ