Advertisment

ଭକ୍ତ-ଭଗବାନଙ୍କ ଆଗରେ ଭାଙ୍ଗିଗଲା ଜିଦ୍; ବଡ଼ଓଷାରେ ହାର୍ ମାନିଲେ ସେବାୟତ-ପ୍ରଶାସନ

ବଡ଼ ଓଷାରେ ଭକ୍ତ ଭଗବାନଙ୍କ ପ୍ରେମ ଆଗରେ ଫେଲ୍ ମାରିଲା ପ୍ରଶାସନ ଓ ପୂଜକ ସମିତିର ସବୁ ଜିଦି, ଅହଙ୍କାର...ପବିତ୍ର ବଡ଼ ଓଷାରେ ରାତି ତିନିଟା ବେଳେ ଦ୍ୱାର ଫିଟା ଯାଇ ଧବଳେଶ୍ୱରଙ୍କ ସମସ୍ତ ନୀତିକାନ୍ତି ପରେ ପୁଣି ଦର୍ଶନ ଅପେକ୍ଷାରେ ଥିବା ଶ୍ରଦ୍ଧାଳୁଙ୍କ ଆଗରେ ମନ୍ଦିରରେ ତାଲା ପକାଇ ପୂଜକ ଚାଲିଯିବାରୁ... ଭାଙ୍ଗି ଯାଇଥିଲା ଭକ୍ତଙ୍କ ଧୈର୍ଯ୍ୟ ।

Dhabaleswar

Dhabaleswar

Advertisment

କାଲି ସହିଥିଲେ, ଆଜି ସହିଲେନି । ପଞ୍ଚକ ଦ୍ୱାଦଶୀରେ କାଲି ଦିନ ସାରା ବ୍ୟାରିକେଡ୍ ଯନ୍ତ୍ରଣା ଭୋଗି ବି ସେବାୟତଙ୍କ ମନମାନି ପାଇଁ ବାବା ଧବଳେଶ୍ୱରଙ୍କ ଦର୍ଶନ କରି ପାରି ନଥିଲେ । ହେଲେ ଆଜି ବଡ଼ ଓଷା ଭଳି ବାବାଙ୍କ ବଡ଼ ଦିନରେ ଦ୍ୱାର ଭାଙ୍ଗି ଦର୍ଶନ କଲେ ଭକ୍ତ ।

Advertisment

କାଲି ରାତି ପ୍ରାୟ ସାଢ଼େ ୧୨ଟାରେ ଯେଉଁ ଦୁଇଟି କାରଣ- ପ୍ରଶାସନ ପକ୍ଷରୁ ଭକ୍ତଙ୍କ ପାଇଁ ନିର୍ମିତ ବ୍ୟାରିକେଡ୍ ଓ ସାଇକେଲ୍ ଷ୍ଟାଣ୍ଡକୁ ନେଇ ବିବାଦ ଲାଗି ରହିଥିଲା । କାଲି ଦିନ ତମାମ୍ ମନ୍ଦିରରେ ତାଲା ପକାଇ ଭକ୍ତଙ୍କୁ ଦର୍ଶନରୁ ବଞ୍ଚିତ ରଖାଗଲା । ପୋଲିସ ଓ ପ୍ରଶାସନର ଉଚ୍ଚ ଅଧିକାରୀଙ୍କ ସହ ଆଲୋଚନା ମଧ୍ୟ ବିଫଳ ହୋଇଥିଲା ।

ହେଲେ ବଡ଼ ଓଷାରେ ଭକ୍ତ ଭଗବାନଙ୍କ ପ୍ରେମ ଆଗରେ ଫେଲ୍ ମାରିଲା ପ୍ରଶାସନ ଓ ପୂଜକ ସମିତିର ସବୁ ଜିଦି, ଅହଙ୍କାର...ପବିତ୍ର ବଡ଼ ଓଷାରେ ରାତି ତିନିଟା ବେଳେ ଦ୍ୱାର ଫିଟା ଯାଇ ଧବଳେଶ୍ୱରଙ୍କ ସମସ୍ତ ନୀତିକାନ୍ତି ପରେ ପୁଣି ଦର୍ଶନ ଅପେକ୍ଷାରେ ଥିବା ଶ୍ରଦ୍ଧାଳୁଙ୍କ ଆଗରେ ମନ୍ଦିରରେ ତାଲା ପକାଇ ପୂଜକ ଚାଲିଯିବାରୁ... ଭାଙ୍ଗି ଯାଇଥିଲା ଭକ୍ତଙ୍କ ଧୈର୍ଯ୍ୟ । ମୁଖ୍ୟ ଦ୍ୱାରକୁ ଧକ୍କା ଦେଇ ଭାଙ୍ଗି ମନ୍ଦିର ଭିତରେ ଧସେଇ ପଶିଥିଲେ, ବଡ଼ ଓଷା ଭଳି ଦିନରେ ବାବାଙ୍କ ଦର୍ଶନ କରି କୃତ୍ୟ କୃତ୍ୟ ହୋଇଥିଲେ । ଏମିତିକି ଜଣେ ପୂଜକ ବି କହି ପକାଇଥିଲେ ଭକ୍ତ ସବୁବେଳେ ଭଗବାନଙ୍କର । ଏଥିରେ କେହି କେବେ ବାଧା ଦେଇ ପାରିବେନି ।

Advertisment

କେବଳ ଧବଳେଶ୍ୱରର ନୁହେଁ, ପ୍ରଶାସନ- ସେବାୟତ ବିବାଦରୁ ଶ୍ରୀମନ୍ଦିର ହେଉ କି ଭୁବନେଶ୍ୱରର ଲିଙ୍ଗରାଜ, ସବୁଠି କଲବଲ ହେଉଛନ୍ତି ଉଭୟ ଭକ୍ତ ଓ ଭଗବାନ । କେତେବେଳେ ଭଗବାନଙ୍କୁ ଦିନ ଦିନ ଧରି ଖାଡା ଉପବାସ ରଖାଯାଉଛି, ତ ପୁଣି କେତେବେଳେ ଭକ୍ତକୁ ତା ଅଧିକାରରୁ ବଞ୍ଚିତ ରଖାଯାଉଛି । ଯାହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ସଂସ୍କୃତି ଗବେଷକ । ଅପରପକ୍ଷେ ଆଜି ଧବଳେଶ୍ୱରରେ ଯାହା ଘଟିଲା, ତାହା ଅନ୍ୟଠି ଯେ ବିଶୃଙ୍ଖଳାର ଚରମ ସ୍ଥିତି ସୃଷ୍ଟି ନକରିବ, ତାକୁ ନେଇ ବି ଆଶଙ୍କା ଦେଖାଇଛି ।

ଏପଟେ ସେବାୟତ- ପ୍ରଶାସନ ବିବାଦ ତୁଟି ନଥିଲେ ବି ଦ୍ୱାର ଭାଙ୍ଗି ଭକ୍ତଙ୍କ ମନ୍ଦିର ପ୍ରବେଶ ପରଠୁ ଧବଳେଶ୍ୱରରେ ଦର୍ଶନ ସ୍ୱାଭାବିକ ଚାଲିଛି । ଆଜି ମଧ୍ୟ ରାତ୍ରିରେ ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀ ସନ୍ଧିକ୍ଷଣରେ ଲାଗି ହେବ ବାବାଙ୍କ ପ୍ରସିଦ୍ଧ ଗଜଭୋଗ ।

Advertisment
Devotees Dhabaleswar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ