Advertisment

ଆଜି ମଣ୍ଡପରେ ମହାମାୟାଙ୍କ ଷଷ୍ଠୀ ପୂଜା

ଗତକାଲି କଟକଚଣ୍ଡୀ ଓ ଗଡ଼ଚଣ୍ଡୀ ଗାୟତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ତେବେ ପ୍ରଶାସନର କରୋନା ପାଇଁ ଗତବର୍ଷ ଭଳି ଏବର୍ଷ ମଧ୍ୟ ଦଶହରା ପ୍ରସ୍ତୁତି ସମ୍ପୂର୍ଣ୍ଣ ଫିକା ହୋଇଯାଇଛି।

ଅଦ୍ୟତନ ହୋଇଛି
ମଣ୍ଡପରେ ପୂଜା ପାଇଛନ୍ତି ମହାମାୟା

ମଣ୍ଡପରେ ପୂଜା ପାଇଛନ୍ତି ମହାମାୟା

Advertisment

ଭୁବନେଶ୍ୱର: ଆଜି ମଣ୍ଡପରେ ଜଗଜ୍ଜନନୀ ମାଆ ଦୁର୍ଗାଙ୍କ ଷଷ୍ଠୀ ପୂଜା। କରୋନା କଟକଣା ଯୋଗୁଁ ଏଥର ନାହିଁ ସେଭଳି ଉତ୍ସାହ। ମଣ୍ଡପରେ ଭକ୍ତଙ୍କ ଦର୍ଶନ ଉପରେ କଟକଣା କରାଯାଇଥିବାରୁ ଫେସବୁକ୍, ୟୁଟ୍ୟୁବ୍ ମାଧ୍ୟମରେ ପୂଜାର ଲାଇଭ୍ ବ୍ୟବସ୍ଥା କରିଛନ୍ତି ବିଭିନ୍ନ ପୂଜା କମିଟି। ସେପଟେ ଦେବୀ ପୀଠ ଗୁଡିକରେ ମାଆଙ୍କ ସପ୍ତମୀ ପୂଜା ହେଉଛି। ଗତକାଲି କଟକଚଣ୍ଡୀ ଓ ଗଡ଼ଚଣ୍ଡୀ ଗାୟତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ତେବେ ପ୍ରଶାସନର କରୋନା ପାଇଁ ଗତବର୍ଷ ଭଳି ଏବର୍ଷ ମଧ୍ୟ ଦଶହରା ପ୍ରସ୍ତୁତି ସମ୍ପୂର୍ଣ୍ଣ ଫିକା ହୋଇଯାଇଛି।

Advertisment

ଯାଜପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠରେ ଗୋଟିଏ ଦିନରେ ପାଳିତ ହୋଇଛି ଷଷ୍ଠୀ ଓ ସପ୍ତମୀ ପୂଜା ଏବଂ ରଥଯାତ୍ରା। ଆସନ୍ତାକାଲି ମହାଷ୍ଟମୀରେ ପୁଣି ମହାସ୍ନାନ ପରେ ଷୋଡଶ ଉପଚାର ପୂଜାର ୧୬ଟି କଳସ ସ୍ଥାପନ କରାଯିବ। ବିରଜା ପଞ୍ଜିିକା ଅନୁସାରେ ଗୋଟିଏ ଦିନରେ ଦୁଇଟି ପୂଜା ପଡୁଥିବାରୁ ଚଳିତ ନବରାତ୍ର ଓ ନବଦିନ ବ୍ୟାପି ରଥଯାତ୍ରା ୮ ଦିନ ହେବ କିନ୍ତୁ ରୀତି ନୀତିରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି କହିଛନ୍ତି ସେବାୟତ। ସେପଟେ ପ୍ରତି ସଂଧ୍ୟାରେ ବିନା ଭକ୍ତରେ ସେବାୟତ ଓ ପୋଲିସଙ୍କ ଦ୍ୱାରା ଟଣା ଯାଉଛି ମା ଙ୍କ ସିହଂଧ୍ୱଜ ରଥ।  

ପାର୍ବଣ ବେଳରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରାଜ୍ୟ ସରକାର ପୂଜା ଗାଇଡଲାଇନ ଜାରି କରିଛନ୍ତି। ମଣ୍ଡପରେ ପୂଜା କରିବା ପୂର୍ବରୁ ସ୍ଥାନୀୟ ପ୍ରଶାସନ ଅନୁମତି ନେବେ କମିଟି। ମଣ୍ଡପର ୩ପଟୁ ସମ୍ପୂର୍ଣ୍ଣ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସାମନା ପଟରେ ପରଦା ଲଗାଇବେ, ଯେପରି ଭକ୍ତ ମାଙ୍କ ଦର୍ଶନ ନକରିପାରିବେ। ମୂର୍ତ୍ତୀର ଉଚ୍ଚତା ସର୍ବାଧିକ ୪ଫୁଟ ରହିବ। କେବଳ ବିଧି ରକ୍ଷା ପାଇଁ ଏଥର ଦୁର୍ଗାପୂଜା ପାଳନ କରାଯାଉଛି।  

Advertisment
Odisha Covid Guidelines Durga Puja
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ