Advertisment

ରାଜ୍ୟରେ ଡେଙ୍ଗୁ ସ୍ଥିତି ଅଣାୟତ୍ତ, ଭୁବନେଶ୍ୱର ପାଲଟିବ କି ହଟସ୍ପଟ୍‌ ?

ଖୋର୍ଦ୍ଧାରେ ଚିହ୍ନଟ ଡେଙ୍ଗୁ ରୋଗୀଙ୍କ ମଧ୍ୟରୁ ୯୦ ପ୍ରତିଶତ କେବଳ ଭୁବନେଶ୍ୱର ମହାନଗର ନିଗମରୁ ଚିହ୍ନଟ ହୋଇଛନ୍ତି।

ଅଦ୍ୟତନ ହୋଇଛି
Dengue scare looms large

Dengue scare looms large

Advertisment

ରାଜ୍ୟରେ ଡେଙ୍ଗୁ ସ୍ଥିତି ଅଣାୟତ୍ତ। ଗତ ବର୍ଷ ତୁଳନାରେ ଚଳିତ ବର୍ଷ ୧୩ ପ୍ରତିଶତ ବଢ଼ିଲାଣି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା। ଏ ବର୍ଷ ଅଗଷ୍ଟ ୩ ତାରିଖ ସୁଦ୍ଧା ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୧ ହଜାର ୧୫୪ ଡେଙ୍ଗୁ ରୋଗୀ। ୨୦୨୨ ଅଗଷ୍ଟ ୩ ସୁଦ୍ଧା ଏ ସଂଖ୍ୟା ଥିଲା ୧ ହଜାର ୧୯। ତେବେ ଏ ବର୍ଷ ସବୁଠୁ ଚିନ୍ତା ବଢ଼ାଇଛି ଖୋର୍ଦ୍ଧା ଜିଲ୍ଲା।

Advertisment

ରାଜ୍ୟରେ ଚିହ୍ନଟ ମୋଟ ଡେଙ୍ଗୁ ରୋଗୀଙ୍କ ମଧ୍ୟରୁ କେବଳ ୬୨ ପ୍ରତିଶତ ଅର୍ଥାତ୍ ୭୧୫ ଡେଙ୍ଗୁ ରୋଗୀ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି। ଖାଲି ସେତିକି ନୁହେଁ, ଖୋର୍ଦ୍ଧାରେ ଚିହ୍ନଟ ଡେଙ୍ଗୁ ରୋଗୀଙ୍କ ମଧ୍ୟରୁ ୯୦ ପ୍ରତିଶତ କେବଳ ଭୁବନେଶ୍ୱର ମହାନଗର ନିଗମରୁ ଚିହ୍ନଟ ହୋଇଛନ୍ତି। ଏଣୁ ଭୁବନେଶ୍ୱରରେ ଡେଙ୍ଗୁ ମୁକାବିଲା ପାଇଁ ସ୍ୱତନ୍ତ୍ର ରଣନୀତି ଆପଣେଇଛି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ।

BMC ଅଧିକାରୀ ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଓ ଡାକ୍ତରୀ ଟିମଙ୍କୁ ନେଇ ଗଠନ କରିଛି ସ୍ୱତନ୍ତ୍ର ମନିଟରିଂ ଗ୍ରୁପ। ପ୍ରତିଦିନ ଘରକୁ ଘର ବୁଲି ଏହି ଗ୍ରୁପ ଡେଙ୍ଗୁ ମୁକାବିଲା ଲାଗି ଲୋକଙ୍କୁ ସଚେତନ କରାଇବା ସହ ପ୍ରତିକାର ପଦକ୍ଷେପ ନେଉଛି।

Advertisment
Dengue In Odisha Dengue Virus Dengue Fever
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ