Advertisment

ପୁଣି ତେଜିଲା ସ୍ୱତନ୍ତ୍ର କୋଶଳ ପ୍ରଦେଶ ଦାବି: ନଭେମ୍ବର ୧୫ରେ ବନ୍ଦ ଡାକରା

ଗୋଟିଏ ପଟେ ଅଭିନେତା ମନୋଜ ମିଶ୍ରଙ୍କୁ ବ୍ୟାନ୍‌ ଘଟଣାକୁ ନେଇ ବିବାଦ ତେଜିବାରେ ଲାଗି ଥିବାବେଳେ ଅନ୍ୟପଟେ ସ୍ୱତନ୍ତ୍ର କୋଶଳ ପ୍ରଦେଶ ଦାବିରେ ନଭେମ୍ବର ୧୫ରେ ମହା କୋଶଳ ବନ୍ଦ ଡାକରା ଦେଇଛି ।

ଅଦ୍ୟତନ ହୋଇଛି
 demanding of separate koshal state

demanding of separate koshal state

Advertisment

ଗୋଟିଏପଟେ ଅଭିନେତା ମନୋଜ ମିଶ୍ରଙ୍କୁ ବ୍ୟାନ୍‌ ଘଟଣାକୁ ନେଇ ବିବାଦ ତେଜିବାରେ ଲାଗି ଥିବାବେଳେ ଅନ୍ୟପଟେ ସ୍ୱତନ୍ତ୍ର କୋଶଳ ପ୍ରଦେଶ ଦାବିରେ ନଭେମ୍ବର ୧୫ରେ ମହା କୋଶଳ ବନ୍ଦ ଡାକରା ଦେଇଛି । ମିଳିତ କୋଶଳ ରାଜ୍ୟ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ଏହାସହ ପଶ୍ଚିମ ଓଡ଼ିଶାର ୧୦ରୁ ୧୧ ଜିଲ୍ଲାକୁ ବନ୍ଦରେ ସାମିଲ ପାଇଁ ଆହ୍ୱାନ ଦିଆଯାଇଛି ।

Advertisment

ଦୀର୍ଘ ଦିନରୁ ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ପାଇଁ ଦାବି ହେଉଥିବା ବେଳେ ପୁଣିଥରେ ଏବେ ଏହା ଜୋରଦାର ହୋଇଛି । ପଶ୍ଚିମାଞ୍ଚଳକୁ ବିଭିନ୍ନ କ୍ଷେତ୍ରରେ ଅବହେଳା ଓ ଅଭିନେତା ମନୋଜ ମିଶ୍ରଙ୍କୁ ବାସନ୍ଦ ଭଳି ପ୍ରସଙ୍ଗକୁ ନେଇ ଆସନ୍ତା ନଭେମ୍ବର ୧୫ରେ କୋଶଳ ରାଜ୍ୟ ମିଳିତ କ୍ରିୟାନୁଷ୍ଠାନ କମିଟି ବନ୍ଦ ଡାକରା ଦେଇଛି । 

ଅଭିନେତା ମନୋଜ ମିଶ୍ରଙ୍କୁ ବାସନ୍ଦ କରିବା ଦୁର୍ଭାଗ୍ୟଜନକ ବୋଲି କଂଗ୍ରେସ ନେତା ନରସିଂହ ମିଶ୍ର କହିଛନ୍ତି । ସେ କହିଛନ୍ତି, ‘ଏଥିରୁ ପଶ୍ଚିମ ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ସ୍ପଷ୍ଟ ହେଉଛି । ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ଦାବି ହେଲେ ବିରୋଧ ହେଉଛି । ବଲାଙ୍ଗିରରେ କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦାବି ହେଲେ ବିରୋଧ ହେଉଛି । ପଶ୍ଚିମ ଓଡ଼ିଶା ସବୁବେଳେ ଅବହେଳିତ ହୋଇ ରହୁ ବୋଲି ସରକାର ଚାହୁଁଛନ୍ତି ।’

Advertisment

ସେପଟେ ଓଡ଼ିଆ ସିନେ ଇଣ୍ଡଷ୍ଟ୍ରିର ଦୁଇ କଳାକାରଙ୍କ ବ୍ୟକ୍ତିଗତ ଝଗଡ଼ାରୁ ସୃଷ୍ଟି ହୋଇଥିବା ବିବାଦର ସମାଧାନ ପାଇଁ ଅଭିନେତା ଅରିନ୍ଦମ୍ ରାୟ ଆଗକୁ ଆସିଛନ୍ତି । ଘର କଳିକୁ ଘରେ ସମାଧାନ ପାଇଁ ଅଭିନେତା ମନୋଜ ମିଶ୍ରଙ୍କୁ ନିବେଦନ କରିଛନ୍ତି ଅରିନ୍ଦମ । ମନୋଜ ମିଶ୍ରଙ୍କୁ ବଡ଼ ଭାଇ ବୋଲି ସମ୍ବୋଧନ କରି ଏକାଠି ବସି ବିବାଦରେ ବିରାମ ଟାଣିବାକୁ ଯୋଡ଼ହସ୍ତରେ ନିବେଦନ କରିଛନ୍ତି ଅରିନ୍ଦମ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ