Advertisment

ଅସାଧୁ କର୍ମଚାରୀଙ୍କୁ ସୁହାଉଛି କି ଶ୍ରୀମନ୍ଦିର ଚାରିଦ୍ୱାର କଟକଣା ?

ଏଭଳି ଘଟଣା କେତେଦିନ ଧରି ଓ ଆଉ କେଉଁ ଦୁଆରରେ ଚାଲିଛି ? ରାକେଟ୍ ପଛରେ ଆଉ କିଏ ?

Demand for reopening of all four doors of Puri Srimandir grows louder

Demand for reopening of all four doors of Puri Srimandir grows louder

Advertisment

ଶ୍ରୀମନ୍ଦିରର ଚାରି ଦ୍ୱାର ଦେଇ ନା ଓଡ଼ିଆ ଭକ୍ତ ପ୍ରବେଶ କରିପାରୁଛନ୍ତି ନା ପୁରୀ ସହରବାସୀ ଯାଇପାରୁଛନ୍ତି। ୩ ବର୍ଷ ବିତିଗଲା, କରୋନା ପରଠୁ ବନ୍ଦ ହୋଇପଡ଼ିଛି ଚାରି ଦୁଆର ପ୍ରବେଶ ବ୍ୟବସ୍ଥା। ତାହାରି ଭିତରେ ଦୁର୍ଭାଗ୍ୟଜନକ କଥା ହେଉଛି, ଏହି ଅଘୋଷିତ ସରକାରୀ ପ୍ରତିବନ୍ଧକର ଫାଇଦା ନେଇ ପକେଟ୍ ଗରମ କରୁଛନ୍ତି ଅସାଧୁ କର୍ମଚାରୀ। ଖୁଲମଖୁଲ୍ଲା ଟଙ୍କା ନେଇ ପଶ୍ଚିମଦ୍ବାର ବାଟରେ ଅଣଓଡ଼ିଆ ଭକ୍ତଙ୍କୁ ଛାଡିବାର EXCLUSIVE ଭିଜୁଆଲ୍ ଓଟିଭି ହାତରେ ଲାଗିଛି। ଅପରପକ୍ଷେ ଚାରି ଦ୍ୱାର ଖୋଲିବା ସପକ୍ଷରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବିଭିନ୍ନ ବର୍ଗ ଆଜି ପୁଣି ଦାବି ଉଠାଇଛନ୍ତି। 

Advertisment

ଶ୍ରୀମନ୍ଦିରର ଚାରିଦ୍ବାର ଓଡିଆଙ୍କୁ ମନା। ଶ୍ରୀକ୍ଷେତ୍ରବାସୀଙ୍କୁ ବି ମନା। ହେଲେ ବହିରାଗତ ଯାତ୍ରୀଙ୍କୁ କିନ୍ତୁ ସାଦରେ ସ୍ୱାଗତ। ହାତଗୁଞ୍ଜା ନେଇ ଶ୍ରୀମନ୍ଦିରରେ କରାଯାଉଛି ପ୍ରବେଶ। ଯେଉଁ ଦ୍ୱାରପଟେ ପ୍ରବେଶ ବାରଣ କରିଛି ପ୍ରଶାସନ, ସେହି ଦ୍ୱାରପଟେ ହେଉଛି ଅବାଧ ଏଣ୍ଟ୍ରି। ପଶ୍ଚିମଦ୍ୱାରରେ ବେଆଇନ ଟଙ୍କା କାରବାର ପରେ ଯାତ୍ରୀ ଯାଉଛନ୍ତି ଶ୍ରୀମନ୍ଦିରକୁ। ପଶ୍ଚିମଦ୍ୱାରକୁ ଏଣ୍ଟ୍ରି କରାଇ ପକେଟରୁ ଟଙ୍କା କାଢି ପୋଲିସ ହାତକୁ ବଢ଼ାଇ ଦେଉଛନ୍ତି ବ୍ୟକ୍ତି ଜଣକ। ଅପରାହ୍ନ ୧୨ଟା ୩୦ରୁ ଗୋଟାଏ ୧୦ ମିନିଟ ମଧ୍ୟରେ ପୋଲିସ୍ ବାବୁ ଜଣକ ତିନି ତିନି ଜଣଙ୍କ ଠାରୁ ଟଙ୍କା ନେଉଛନ୍ତି।

ଏହି ଘଟଣା ପରେ ସଂପୃକ୍ତ ପୋଲିସ୍ କର୍ମଚାରୀ OSAP ଥାର୍ଡ ବାଟାଲିୟନର ସିପାହୀ ଶୁଭାଶିଷ ଦାସଙ୍କୁ ନିଲମ୍ବିତ କରାଯାଇଛି। ତେବେ ଏଭଳି ଘଟଣା କେତେଦିନ ଧରି ଓ ଆଉ କେଉଁ ଦୁଆରରେ ଚାଲିଛି ? ରାକେଟ୍ ପଛରେ ଆଉ କିଏ ? ଆଡ଼ିସନାଲ ଏସ୍.ପି ତlର ତଦନ୍ତ କରୁଛନ୍ତି। ଗତକାଲି ବସିଥିବା ଛତିଶା ନିଯୋଗ ବୈଠକରେ ଉଠିଥିଲା ଚାରି ଦ୍ବାର ପ୍ରବେଶ ପ୍ରସଙ୍ଗରେ ସମସ୍ତଙ୍କ ମତାମତ ପରେ ଗଠନ କରାଯାଇଛି ସବ୍ କମିଟି। ଆସନ୍ତା ଅଗଷ୍ଟ ୧ ସୁଦ୍ଧା ସବ୍ କମିଟି ତା’ର ରିପୋର୍ଟ ଦେବ। ରିପୋର୍ଟ ଆଧାରରେ ଅଗଷ୍ଟ ପହିଲାରୁ ଚାରି ଦ୍ୱାର ପ୍ରବେଶ ବ୍ୟବସ୍ଥା ହୋଇପାରେ ବୋଲି ମୁଦୁଲି ନିଯୋଗ ମୁଖ୍ୟ ପରାମର୍ଶଦାତା କହିଥିବାବେଳେ ଜଗନ୍ନାଥ ସେନା ଚାରି ଦ୍ୱାର ବନ୍ଦବେଳେ ସେବାୟତଙ୍କ କାହିଁକି ପରାମର୍ଶ ନିଆଯାଇନଥିଲା ବୋଲି ପ୍ରଶ୍ନ 
ଉଠାଇଛି।

Advertisment

ତା’ସହ ସବ କମିଟି ସବୁ ବର୍ଗଙ୍କୁ ସାମିଲ କରାଯାଇନଥିବା ଅଭିଯୋଗ ଆଣି କମିଟିକୁ ବରଖାସ୍ତ ଦାବି କରିଛି ଜଗନ୍ନାଥ ସେନା। ତେବେ ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି। ଅପରପକ୍ଷେ, ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବା ସପକ୍ଷରେ ତେଜିଛି ରାଜନୈତିକ ମନ୍ତବ୍ୟ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଏବେ ଆଉ କରୋନା ଡର ନାହିଁ। ଚାରି ଦ୍ୱାର ସହ ଭକ୍ତଙ୍କ ଭାବାବେଗ ଜଡ଼ିତ ରହିଥିବାରୁ ହାକିମାତି ଛାଡ଼ି ତୁରନ୍ତ ଖୋଲାଯାଉ। ସେହିପରି ବରିଷ୍ଠ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ମଧ୍ୟ ସମାନ ଦାବି ରଖିଥିବାବେଳେ ପ୍ରସଙ୍ଗରେ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି ପରିକ୍ରମା ପ୍ରକଳ୍ପ କାମ ଜାରି ରହିଥିବାରୁ ଚାରି ଦ୍ବାର ଦେଇ ଭକ୍ତ ଗଲେ ଆହତ ହେବାର ଆଶଙ୍କା ରହିଛି।  ସଠିକ ସମୟ ଆସିଲେ ୪ ଦ୍ୱାର ଖୋଲାଯିବ।ଚାରି ଦ୍ୱାର ଖୋଲିବା ପାଇଁ ଚାରିଆଡ଼ୁ ଦାବି ପରେ କେବେ ସରୁଛି ପରିକ୍ରମା ପ୍ରକଳ୍ପ ଏବଂ କେବେ ହେଉଛି ଚାରି ଦ୍ବାର ପ୍ରବେଶ, ତାକୁ ଅପେକ୍ଷା।

ସଠିକ ସମୟରେ ଚାରିଦ୍ବାର ଖୋଲାଯିବ: ପ୍ରମିଳା ମଲ୍ଲିକ

Jagannath Temple
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ