• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ପୋଲିସ ଶୋଇଛି, ଶବ ପଚୁଛି । କଥାଟା ଟିକିଏ ଅଡୁଆ ଲାଗୁଥିଲେ ବି ସତ । ଆନନ୍ଦପୁର ମେଡିକାଲ ବାରଣ୍ଡାରେ ଗତକାଲିଠାରୁ ପଡ଼ି ରହିଛି ଯୁବକଙ୍କ ଶବ । ବ୍ୟବଚ୍ଛେଦ ନ ହୋଇ ଆଉଟଡୋର ବାରଣ୍ଡାରେ ଶବ ପଡ଼ିରହିଛି ।

କାଲି ସନ୍ଧ୍ୟାରେ ପଦ୍ମପୁର ବୈତରଣୀ ନଦୀ ପଠାରେ ଆଦିବାସୀ ଯୁବକଙ୍କ ମୃତ୍ୟୁ ହୋଇଥିଲା। ଦୀର୍ଘ କୋଡ଼ିଏ ଘଣ୍ଟା ବିତିଥିଲେ ମଧ୍ୟ ପୋଲିସ ପଞ୍ଚନାମା କରିନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି । ଅନେକ ସଂଖ୍ୟାରେ ଆଦିବାସୀମାନେ ମେଡିକାଲରେ ବସି ରହିଛନ୍ତି । ତେବେ ଏନେଇ ପୋଲିସ କିମ୍ୱା ମେଡିକାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

ଆନନ୍ଦପୁର ଥାନା ଅନ୍ତର୍ଗତ ପଦ୍ମପୁରରେ ଚୋରା ବାଲି ଟ୍ରାକ୍ଟର ଓଲଟି ଡ୍ରାଇଭରଙ୍କ ର ମୃତ୍ୟୁ ଘଟିଥିଲା । ଏହି ଘଟଣାରେ ଦୀର୍ଘ ସମୟ ବିତିଥିଲେ ବି ପୋଲିସ୍ କି ମେଡିକାଲ୍ କର୍ତ୍ତୃପକ୍ଷ କେହି ତତ୍ପରତା ପ୍ରକାଶ କରିନଥିଲେ । ଅନ୍ୟପଟେ ଆଦିବାସୀ ମାନେ ଅନେକ ସଂଖ୍ୟାରେ ମେଡିକାଲ୍‌ରେ ବସିରହିଛନ୍ତି।