Advertisment

ପ୍ରେମିକ ଘର ଆଗରେ ୧୦୮ ଦୀପ ଜାଳିଲେ ଦୀପିକା

ପୁଅକୁ ବାପାର ପରିଚୟ ସହ ତାଙ୍କୁ ପତ୍ନୀର ମାନ୍ୟତା ଦିଅନ୍ତୁ ବୋଲି ଦୀପିକା କହିଛନ୍ତି। ଏହାସହ ପ୍ରଭୁ ଗଣେଶ ଦୀନେଶଙ୍କୁ ସଦ୍‌ବୁଦ୍ଧି ଦିଅନ୍ତୁ ବୋଲି ପ୍ରାର୍ଥନା କରି ଗଜାନନଙ୍କ ନିକଟରେ ଦୀପଦାନ କରିଥିବା କଥା ଦୀପିକା କହିଛନ୍ତି।

ଅଦ୍ୟତନ ହୋଇଛି
Deepika protesting outside boyfriend’s home lit up 108 diyas during Ganesh Chaturthi

Deepika protesting outside boyfriend’s home lit up 108 diyas during Ganesh Chaturthi

Advertisment

ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଦେଶୀବେହେରା ସାହିରେ ପ୍ରେମିକଙ୍କ ଘର ଆଗରେ ଧାରଣା ଦେଇଥିବା ଦୀପିକା ଦୀପଦାନ କରିଛନ୍ତି। ଦୀର୍ଘ ୩୧ ଦିନ ଧରି ପ୍ରେମିକ ଦୀନେଶଙ୍କ ଘର ଆଗରେ ଧାରଣା ଦେଇ ଆସୁଥିବା ଦୀପିକା ଗଶେଶ ପୂଜା ପାଳିଥିଲେ।

Advertisment

ଗତକାଲି ପୂଜାର ଦ୍ୱିତୀୟ ଦିନରେ ଦୀପିକା ଦୀନେଶଙ୍କ ଘର ଆଗରେ ୧୦୮ ଦୀପ ଦାନ କରିଥିଲେ। ପୁଅକୁ ବାପାର ପରିଚୟ ସହ ତାଙ୍କୁ ପତ୍ନୀର ମାନ୍ୟତା ଦିଅନ୍ତୁ ବୋଲି ଦୀପିକା କହିଛନ୍ତି। ଏହା ସହ ପ୍ରଭୁ ଗଣେଶ ଦୀନେଶଙ୍କୁ ସଦ୍‌ବୁଦ୍ଧି ଦିଅନ୍ତୁ ବୋଲି ପ୍ରାର୍ଥନା କରି ଗଜାନନଙ୍କ ନିକଟରେ ଦୀପଦାନ କରିଥିବା କଥା ଦୀପିକା କହିଛନ୍ତି। ଦୀପିକାଙ୍କୁ ସମର୍ଥନ କରି ତାଙ୍କ ସହ ସମାଜସେବୀ ପ୍ରମିଳା ତ୍ରିପାଠୀ ମଧ୍ୟ ଦୀପଦାନରେ ତାଙ୍କୁ ସହାୟତା କରିଥିଲେ।

ଦୀପିକାଙ୍କ କହିବା ଅନୁସାରେ, ଦେଶୀ ବେହେରା ସାହିର ଦୀନେଶଙ୍କ ସହ ତାଙ୍କ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ଏହାପରେ ସେ ଏକ ଶିଶୁ ପୁତ୍ର ଜନ୍ମ ଦେଇଥିଲେ। ହେଲେ ଏହା ପରେ ସ୍ୱାମୀ ତାଙ୍କ ସହ ଆଉ କୌଣସି ସମ୍ପର୍କ ରଖିନଥିଲେ। ଏପରିକି ତାଙ୍କ ସ୍ୱାମୀଙ୍କ ଅନ୍ୟତ୍ର ବିବାହ ସ୍ଥିର ହୋଇଥିବା କଥା ଦୀପିକା ଅଭିଯୋଗ କରିଛନ୍ତି। ଏହା ଜାଣିବା ପରେ ଦୀପିକା ଶିଶୁ ପୁତ୍ରକୁ ଧରି ଯୁବକଙ୍କ ଘର ଆଗରେ ଧାରଣା ଦେଇଛନ୍ତି। 

Advertisment
Woman Stages Dharna
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ