Advertisment

ଦୀପିକାଙ୍କ ଜିଦ୍, ପ୍ରେମିକ ଦୀନେଶ ଆସିଲେ ହିଁ ବିବାଦ ତୁଟିବ

ଆଜିକୁ ମିଶାଇ ଦୀପିକାଙ୍କ ଧାରଣା ୬୬ ଦିନରେ ପହଞ୍ଚିଛି। ପତ୍ନୀର ମାନ୍ୟତା ସହ ଦେଢ଼ ବର୍ଷର ପୁଅକୁ ବାପାର ପରିଚୟ ଦାବି କରି ଅଗଷ୍ଟ ୧ ତାରିଖରୁ ଚାଲିଛି ପ୍ରେମିକ ଦୀନେଶଙ୍କ ଦୁଆରେ ଅହୋରାତ୍ର ଧାରଣା

ଅଦ୍ୟତନ ହୋଇଛି
Deepika Case Family Dispute

Deepika Case Family Dispute

Advertisment

ମାମଲା ତୁଟୁନି କି ଧାରଣା ହଟୁନି। ହେଲେ ନିଇତି ଚାଲୁଛି ନୂଆ ନୂଆ ଡ୍ରାମା। ଗଲାକାଲିର ଦୃଶ୍ୟ ବଳ କଷାକଷି, ଗୋହି ଖୋଳାଖୋଳି। ବ୍ରହ୍ମପୁର ଦେଶୀବେହେରା ସାହିରେ ପ୍ରେମିକ ଦୁଆରେ ନ୍ୟାୟ ପାଇଁ ଧାରଣା ଦେଇଥିବା ମହିଳା କେ.ଦୀପିକାଙ୍କ ପାଖରେ ଆଜି ପହଞ୍ଚିଥିଲା ବଡ଼ବଜାର ପୋଲିସ୍।ଗତକାଲିର ଘଟଣା କାହିଁକି ଘଟିଲା ? କିଏ କିଏ ଆକ୍ରମଣ କରିଥିଲେ ? କିଏ ଓ କାହିଁକି ଟେଣ୍ଟ ଚିରିଲା ? ସବୁ କଥା ଗୋଟି ଗୋଟି କରି ଦୀପିକାଙ୍କଠାରୁ ପଚାରି ବୁଝିଥିଲେ ତଦନ୍ତକାରୀ ଅଧିକାରୀ। ତାସହ ପ୍ରେମିକ ଦୀନେଶଙ୍କ ମାଆ ଓ ବାପାଙ୍କୁ ବି ଡାକି ପଚରାଉଚରା କରିଛି ପୋଲିସ୍।

Advertisment

ଯେହେତୁ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ପୋଲିସ୍ ଆଗରୁ ତାଗିଦ୍ କରିଥିଲା, ତେବେ କାହିଁକି ଏଭଳି ପରିସ୍ଥିତି ସୃଷ୍ଟି ହେଲା ଏବଂ ଆକ୍ରମଣ ଆଗ କିଏ କଲା? ସେ ନେଇ ବି ତଥ୍ୟ ସଂଗ୍ରହ ହୋଇଛି ଦୀନେଶଙ୍କ ପରିବାର ଲୋକେ। ତାଙ୍କ ତଣ୍ଟି ଚିପିବା ସହ ଟଣାଓଟରା କରିଥିଲେ, ଯେଉଁଥିରେ ସେ ଆହତ ହୋଇଛନ୍ତି ବୋଲି ଦୀପିକା ଥାନାରେ ଲିଖିତ ଅଭିଯୋଗ କରିଥିବାରୁ-ଉକ୍ତ ମାମଲା ଆଧାରରେ ପୋଲିସ୍ ଦୀପିକାଙ୍କୁ ସାଙ୍ଗରେ ଧରି ମେଡିକାଲରେ ସ୍ବାସ୍ଥ୍ୟ ପରୀକ୍ଷା ବି କରାଇଛି। ତାସହ ଦୀନେଶର ବାପା-ମାଆଙ୍କୁ ବି ଥାନାକୁ ନେଇ ଘଟଣା ସମ୍ପର୍କରେ ପଚରାଉଚରା କରି ଛାଡ଼ିଛି।

ସେପଟେ ଆଜିକୁ ମିଶାଇ ଦୀପିକାଙ୍କ ଧାରଣା ୬୬ ଦିନରେ ପହଞ୍ଚିଛି। ପତ୍ନୀର ମାନ୍ୟତା ସହ ଦେଢ଼ ବର୍ଷର ପୁଅକୁ ବାପାର ପରିଚୟ ଦାବି କରି ଅଗଷ୍ଟ ୧ ତାରିଖରୁ ଚାଲିଛି ପ୍ରେମିକ ଦୀନେଶଙ୍କ ଦୁଆରେ ଅହୋରାତ୍ର ଧାରଣା। ମଝିରେ ଦୀପିକାଙ୍କ ଧାରଣାକୁ ନେଇ ଦେଶୀ ବେହେରା ସାହିରେ ଅସନ୍ତୋଷ ବି ଦେଖା ଦେଇଥିଲାା କିଛି ଲୋକ ତାଙ୍କ ଟେଣ୍ଟ ଭଙ୍ଗାରୁଜା କରିବାରୁ ବଡ଼ବଜାର ଥାନାରେ ଏତଲା ବି ଦେଇଥିଲେ ଦୀପିକା କିନ୍ତୁ ତାଙ୍କ ମୂଳ ଦାବିର ଏଯାଏଁ ସମାଧାନ ହୋଇନଥିବାରୁ ଧାରଣାରୁ ସେ ଉଠିବାର ପ୍ରଶ୍ନ ଉଠୁ ନାହିଁ ବୋଲି ସଫା ସଫା କହିଛନ୍ତି ଦୀପିକା।

Advertisment

ପୂର୍ବରୁ ଦୀପିକା, ପ୍ରେମିକ ଦୀନେଶଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ବି ଆଣିଥିଲେ, ଯେଉଁଥିପାଇଁ ଦିନେଶଙ୍କୁ ଜେଲ୍ ବି ଯିବାକୁ ପଡ଼ିଥିଲା, ଏବେ ସେ ଜାମିନ୍‌ରେ ଅଛନ୍ତି। ଦୀପିକାଙ୍କ ଦାବି ଯେହେତୁ ତାଙ୍କ ପୁଅର ଡିଏନ୍ଏ ରିପୋର୍ଟ ପଜିଟିଭ୍ ଆସିଛି ଓ ଦୀନେଶ ହିଁ ତାଙ୍କ ପିଲାର ବାପା ତେଣୁ ଶୀଘ୍ର ଦୀନେଶଙ୍କ ପରିବାର ଏହାକୁ ମାନିନେଇ ତାଙ୍କୁ ବୋହୁ ଭାବେ ଗ୍ରହଣ କରନ୍ତୁ। ତେଣେ ପ୍ରେମିକ ଦୀନେଶଙ୍କର ଆଉ ଦେଖା ମିଳୁନଥିବାବେଳେ ପୂର୍ବରୁ କିନ୍ତୁ ସେ ଦୀପିକାଙ୍କ ସବୁ ଅଭିଯୋଗକୁ ଖଣ୍ଡନ କରିବା ସହ କୋର୍ଟଙ୍କ ରାୟକୁ ମାନିବେ ବୋଲି କହିଥିଲେ। ତେବେ ଦୀପିକାଙ୍କ ଏ ଧାରଣା କେବେ ସମାପ୍ତ ହେଉଛି ଓ କେତେଶୀଘ୍ର ତାଙ୍କୁ ନ୍ୟାୟ ମିଳୁଛି ? ତାକୁ ଏବେ ଅପେକ୍ଷା।

(ରିପୋର୍ଟ: ବ୍ରହ୍ମପୁରରୁ ଅଶୋକ ବ୍ରହ୍ମା) 

Family Dispute Deepika Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ