Advertisment

ଦେବରକୁଣ୍ଡ,ଏହି କୁଣ୍ଡରେ ବୁଡ଼ ପକାଇଲେ ବିଭିନ୍ନ ରୋଗ ଦୂର ହୁଏ

ଭଦ୍ରକ ଜିଲ୍ଲାର କାଉପୁରଠାରେ ପୂଣ୍ୟତୋୟା ସାଳନ୍ଦୀ ନଦୀର ମଧ୍ୟସ୍ଥଳୀରେ ରହିଛି ଦେବର କୁଣ୍ଡ। ପ୍ରତିବର୍ଷ ଭୈମ ଏକାଦଶୀ ଦିନରୁ ଏଠାରେ ଆରମ୍ଭ ହୁଏ ଦେବରକୁଣ୍ଡ ମେଳା। ଦିନେ ନୁହେଁ ୧୨ ଦିନ ପର୍ଯ୍ୟନ୍ତ ଚାଲେ ଏହି ମେଳା।

ଅଦ୍ୟତନ ହୋଇଛି
debarkunda

debarkunda

Advertisment

ଭଦ୍ରକ (ପାର୍ଥ ସାରଥୀ ନାୟକ):ଏହି କୁଣ୍ଡରେ ବୁଡ଼ ପକାଇବାକୁ ଭକ୍ତ ମଧ୍ୟରେ ଥାଏ ପ୍ରବଳ ଉତ୍ସାହ। କାରଣ ୧୪ ବର୍ଷ ବନବାସ ସମୟରେ ମାଆ ସୀତାଙ୍କ ଗାଧୋଇବାରେ ଅସୁବିଧା ହେବାରୁ ଲକ୍ଷ୍ମଣ ନିଜ ଶର ମୁନରେ ଏହି କୁଣ୍ଡ ଖୋଳିଥିଲେ। ଆଉ ସେହିଦିନରୁ ଏହି କୁଣ୍ଡକୁ ଦେବରକୁଣ୍ଡ ବା ଦିଅରକୁଣ୍ଡ କୁହାଯାଉଛି । ଏହାସହ ପବିତ୍ର ଭୈମ ଏକାଦଶୀରୁ ଏଠାରେ ଦେବରକୁଣ୍ଡ ମେଳା ବେଶ୍‌ ଯାକଜମକରେ ପାଳନ ହେଉଛି।

Advertisment

ଭଦ୍ରକ ଜିଲ୍ଲାର କାଉପୁରଠାରେ ପୂଣ୍ୟତୋୟା ସାଳନ୍ଦୀ ନଦୀର ମଧ୍ୟସ୍ଥଳୀରେ ରହିଛି ଏହି କୁଣ୍ଡ। କେହି କେହି ଏହାକୁ ସୀତା କୁଣ୍ଡ ବି କହୁଛନ୍ତି । ପ୍ରତିବର୍ଷ ଭୈମ ଏକାଦଶୀ ଦିନରୁ ଏଠାରେ ଆରମ୍ଭ ହୁଏ ଦେବରକୁଣ୍ଡ ମେଳା । ଦିନେ ନୁହେଁ ୧୨ ଦିନ ପର୍ଯ୍ୟନ୍ତ ଚାଲେ ଏହି ମେଳା ।

ଲୋକ କଥା ଅଛି, ଯଦି ବିବାହ ସମୟରେ ବ୍ୟବହାର ହୋଇଥିବା ସମସ୍ତ ସାମଗ୍ରୀ ଏହି କୁଣ୍ଡରେ ଭସାଇ ଦିଆଯାଏ ତେବେ ବୈବାହିକ ଜୀବନ ବେଶ୍‌ ଖୁସିରେ କଟେ। ଏହାସହ ସନ୍ତାନ ପ୍ରାପ୍ତି ମଧ୍ୟ ହେବାର ବିଶ୍ୱାସ ରହିଛି। ଆଉ ଏହି କୁଣ୍ଡକୁ ଲାଗି ରହିଛି ବିରାଟ ରାମ ମନ୍ଦିର। କୁଣ୍ଡରେ ଗାଧୋଇବା ପରେ ମର୍ଯ୍ୟାଦା ପୁରୁଷ ପ୍ରଭୁ ରାମଚନ୍ଦ୍ରଙ୍କ ଆଶିଷ ଭିକ୍ଷା କରନ୍ତି ଭକ୍ତ।

Advertisment

ଏହି କୁଣ୍ଡ ଦେବର କୁଣ୍ଡ ନାମରେ ପ୍ରସିଦ୍ଧି ଲାଭ କରିଛି। ପ୍ରାକୃତିକ ଶୋଭା ବି ଅତିଆକର୍ଷଣୀୟ। କୁଣ୍ଡରେ କାଚକେନ୍ଦୁ ପରି ପାଣିକୁ ଦେଖିଲେ ଆପଣ ବି କହିବେ ପ୍ରଭୁଙ୍କର ଏହି କୁଣ୍ଡରେ ଅପାର କରୁଣା ରହିଛି।

ପୂଜକଙ୍କ କହିବା କଥା, ଏହି କୁଣ୍ଡରେ ବୁଡ଼ ପକାଇଲେ ବିଭିନ୍ନ ରୋଗ ଦୂର ହେବା ସହ ପାପ କ୍ଷୟ ହୁଏ। ତେଣୁ ଏହି କୁଣ୍ଡରେ ବୁଡ଼ ପକାଇବାକୁ ଶ୍ରଦ୍ଧାଳୁଙ୍କ ଛୁଟୁଛି ସୁଅ ।

Advertisment
Bhadrak DebarKunda
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ