Advertisment

ଭୟଙ୍କର ଶବ୍ଦରେ ଥରିଲା ଓଡ଼ିଶାର ୩ ଜିଲ୍ଲା

ଭୟଙ୍କର ଶବ୍ଦରେ ଥରିଲା ଓଡ଼ିଶାର ୩ ଜିଲ୍ଲା। ବଡ଼ ବୋମା ଭଳି ଭୟଙ୍କର ବିସ୍ଫୋରଣ ଶବ୍ଦରେ ଥରିଲା ସମଗ୍ର ଅଞ୍ଚଳ।

ଅଦ୍ୟତନ ହୋଇଛି
Deafening sound triggers panic in three districts of odisha

Deafening sound triggers panic in three districts of odisha

Advertisment

ଭୟଙ୍କର ଶବ୍ଦରେ ଥରିଲା ଓଡ଼ିଶାର ୩ ଜିଲ୍ଲା। ଆଜି ଭଦ୍ରକ, ଯାଜପୁରକେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳରେ ଭୟଙ୍କର ଶବ୍ଦ ଶୁଣିବାକୁ ମିଳିଛି।  ବଡ଼ ବୋମା ଭଳି ଭୟଙ୍କର ବିସ୍ଫୋରଣ ଶବ୍ଦରେ ସମଗ୍ର ଅଞ୍ଚଳ ପୁରା ଥଣି ଉଠିଥିଲା। 

Advertisment

ହଠାତ୍‌ ଭୟଙ୍କର ଶବ୍ଦ ଶୁଣି ଲୋକମାନେ ଭୟରେ ଘର ବାହାରକୁ ଚାଲି ଆସିଥିଲେ। ତେବେ କେଉଁ କାରଣରୁ ଏଭଳି ଶବ୍ଦ ହେଲା ତା’ର କାରଣ ଜଣାପଡ଼ିନି। ଅନ୍ୟପକ୍ଷେ, ରାଜ୍ୟରେ ଭୂମିକମ୍ପ ନେଇ କୌଣସି ସୂଚନା ନଥିବା ପାଣିପାଗ ବିଭାଗ ସ୍ପଷ୍ଟ କରିଛି।  ୩ ଜିଲ୍ଲାରେ ଭୀଷଣ ଶବ୍ଦକୁ ନେଇ ପାଣିପାଗ ବିଭାଗ କହିଛି ଶବ୍ଦ ଭୂମିକମ୍ପ ଜନିତ ନୁହେଁ। ଓଡ଼ିଶାରେ ଭୂକମ୍ପ ନେଇ ସ୍ପଷ୍ଟ କରିନି ନ୍ୟାସନାଲ ସେଣ୍ଟର ଅଫ୍ ସେସ୍ମୋଲୋଜି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।  ଆଜି ସକାଳେ କେବଳ ମହାରାଷ୍ଟ୍ରରେ ଭୂମିକମ୍ପ ହୋଇଥିଲା ବୋଲି ପାଣିପାଗ କେନ୍ଦ୍ର କହିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ