Advertisment

ଉପହାରରେ ଆଇଫୋନ୍ ପାଇ ଆତ୍ମହରା ହୋଇଗଲା ଝିଅ

ବାପାମା’ଙ୍କଠାରୁ ଏକ ଉପହାର ପାଇବା ପରେ ଝିଅ କେତେ ମାତ୍ରାରେ ଖୁସି ହେଇଯାଇଛି ତାହାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ବାପାମାଆ ଝିଅକୁ ଏକ ଆଇଫୋନ୍ ଉପହାର ଦେଇ ତା ଖୁସିକୁ ଦ୍ୱିଗୁଣିତ କରିଦେଇଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Daughter gets iphone 12 as surprise gift from parents and delighted

Daughter gets iphone 12 as surprise gift from parents and delighted

ଉପହାର ପାଇଲେ କିଏ ବା ଖୁସି ନ ହୁଏ। ଆଉ ଉପହାରରେ ଯଦି କୌଣସି ମୂଲ୍ୟବାନ ଜିନିଷ ବା ମନପସନ୍ଦର ଜିନିଷ ମିଳିଯାଏ ତେବେ ଏହି ଖୁସି କେତେଗୁଣା ହୁଏ ତାହା କହିହେବନି। ବର୍ତ୍ତମାନ ବାପାମା’ଙ୍କଠାରୁ ଏକ ଉପହାର ପାଇବା ପରେ ଝିଅ କେତେ ମାତ୍ରାରେ ଖୁସି ହେଇଯାଇଛି ତାହାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି।

Advertisment

ଝିଅର ମା’ ଦ୍ୱାରା ଇନଷ୍ଟାଗ୍ରାମରେ ଏହି ଭିଡିଓ କ୍ଲିପ୍ ଶେୟାର ହୋଇଛି। ଏଥିରେ ଦେଖିବାକୁ ମିଳୁଛି ଯେ ବାପାମାଆ ଝିଅକୁ ଏକ ଆଇଫୋନ୍ ୧୨ ଉପହାର ଦେଉଛନ୍ତି। ଏହି ଉପହାର ପାଇବା ପରେ ଝିଅଟି କେତେ ମାତ୍ରରେ ଖୁସି ହେଉଛି ତାହା ଦେଖିଲେ ଆପଣଙ୍କ ହୃଦୟ ବି ତରଳି ଯିବ।

ଏହି ଭିଡିଓକୁ ଆର୍‌ଜେ ମହେକ୍ ଶେୟାର କରିଛନ୍ତି। ଭିଡିଓରେ ଦେଖାଯାଏ ଯେ ବାପାମା’ ତାଙ୍କ ଝିଅକୁ ଉପହାର ଦେବା ପାଇଁ ସେ ଥିବା କୋଠରୀକୁ ଯାଉଛନ୍ତି। କ୍ଲିପ୍‌ଟି ଆଗକୁ ଗଲା ପରେ କ୍ୟାପସନରେ କିଛି ଲେଖାଥିବା ଦେଖିବାକୁ ମିଳେ। ଏଥିରେ ଲେଖାଯାଇଛି ଦ୍ୱାଦଶ ବୋର୍ଡ ପରୀକ୍ଷାରେ ଝିଅ ପ୍ରଥମ ହୋଇଛି। ସେ NEET ପରୀକ୍ଷାକୁ ମଧ୍ୟ ପାଶ କରିଛି।

Advertisment

ଗତ ୧୮ ବର୍ଷ ହେଇଗଲା ସେ ବାପାମାଆଙ୍କୁ କିଛି ବି ମାଗିନଥିଲା। କିନ୍ତୁ ଝିଅର ଏହି ସଫଳତାକୁ ପାଳନ କରିବା ପାଇଁ, ତାଙ୍କ ବାପାମା’ ତାଙ୍କୁ ଏକ ନୂଆ ଆଇଫୋନ୍ ଦେଇ ଆଶ୍ଚର୍ଯ୍ୟ କରିଦେଇଥିଲେ। ଆଜିଯାଏ ସେ ତାଙ୍କ ମା’ଙ୍କର ପୁରୁଣା ମୋବାଇଲ୍ ବ୍ୟବହାର କରୁଥିଲେ।

ଭିଡିଓର କ୍ୟାପ୍‌ସନ୍‌ରେ ଲେଖାଯାଇଛି ଯେ “ଆମେ ଆମ ଝିଅର ୧୮ ତମ ଜନ୍ମଦିନରେ ତାଙ୍କୁ କିଛି ସର୍‌ପ୍ରାଇଜ୍ ଦେବାକୁ ନିଷ୍ପତ୍ତି ନେଇଛୁ। ସେ ଆମକୁ କେବେ କିଛି ମାଗିନଥିଲା। ଯେତେବେଳେ ବି ଆମେ ତାକୁ ପଚାରୁ ତତେ କ’ଣ ଦରକାର ସେ କୁହେ, 'ମୋ ପାଖରେ ବହୁତ କିଛି ଅଛି', 'ମୋର ସବୁକିଛି ଅଛି'।

ଖବର ଲେଖାହେବା ବେଳକୁ ଏହି ଭିଡିଓକୁ ୯ ଲକ୍ଷ ୪୦ହଜାରରୁ ଅଧିକ ଲୋକ ଲାଇକ୍ କରିଥିବା ବେଳେ ପାଖାପାଖି ୫ ହଜାର ଲୋକ ପ୍ରତିକ୍ରିୟା ଦେଇଛନ୍ତି। ଲୋକେ ଭିଡିଓରେ ସେମାନଙ୍କ ଭଲ ପାଇବା ଅଜାଡି ଦେଇଥିବା ବେଳେ ସଫଳତା ପାଇଁ ଝିଅକୁ ଅଭିନନ୍ଦନ ଜଣାଇଥିଲେ।

Viral Video
Advertisment
Advertisment