Advertisment

ମନ ମୋହୁଛି ଏଠାକାର ଶୀତ, ପିଲାଠାରୁ ବୁଢ଼ା ଯାଏଁ ସଭିଙ୍କୁ ଆକୃଷ୍ଟ କରୁଛି ଶୀତୁଆ ସକାଳର ସୂର୍ଯ୍ୟୋଦୟ

ସକାଳରୁ ନେଇ ସଂଜ ଯାଏଁ ଏହି ସବୁ ପର୍ଯ୍ୟଟନ ସ୍ଥଳିରେ ପ୍ରବଳ ଭିଡ଼ ଲାଗି ରହିବା ସହ ବଣଭୋଜିର ଆସର ମଧ୍ୟ ଜମୁଛି । ଛୋଟ ପିଲା ଠାରୁ ଆରମ୍ଭ କରି ବଡ ଲୋକ ଯାଏ ସଭିଏଁ ବୁଲାବୁଲି କରି ପ୍ରକୃତିର ମଜା ଉଠାଉଛନ୍ତି ।

Kandhamal

Kandhamal

Advertisment

ଖସୁଛି ପାରଦ, ବଢୁଛି ଶୀତ । ସକାଳୁ ସକାଳୁ ସଜେଇ ହୋଇ ହାତ ଠାରି ଡାକୁଛି ପ୍ରକୃତିରାଣୀ । ଘାସ ଗାଲିଚା, ଫୁଲ ବଗିଚା ଶୀତୁଆ ସକାଳ ଘନ କୁହୁଡ଼ି କରୁଛି କିମିଆ । ବଣ ପାହାଡ ଘେରା ପରିବେଶରେ ସୂର୍ଯ୍ୟ ଉଇଁବାର ଦୃଶ୍ୟ ଉଦାସ ମନକୁ ହାଲୁକା କରିବାକୁ ଯଥେଷ୍ଟ । ଖାସ୍ ସେଥିପାଇଁ ତ ଏହି ସ୍ଥାନକୁ କୁହାଯାଏ ଓଡ଼ିଶାର କାଶ୍ମୀର । ହଁ, ଆମେ କହୁଛି କନ୍ଧମାଳ ଜିଲ୍ଲାର ଦାରିଙ୍ଗିବାଡ଼ିର କଥା । ଏଠାକାର ଡୁଲୁରି ପାଇନ୍ ବଣ, କଫି ବଗିଚା, ମିଡିୟୁବାନ୍ଦା ଜଳପ୍ରପାତ, କିରିକୁଟିର ଏମୁ ପକ୍ଷୀ, ଲଭର୍ସ ପଏଂଟ୍, ନେଚର ପାର୍କ, ହିଲଭିୟୁ ପାର୍କ, ସନସେଟ୍ ପଏଂଟ୍ ଓ ପାଙ୍ଗାଲି ଜଳପ୍ରପାତ ପର୍ଯ୍ୟଟକଙ୍କୁ ନିଜ ଆଡକୁ ଆକର୍ଷିତ କରିଥାଏ ।

Advertisment

ସକାଳରୁ ନେଇ ସଂଜ ଯାଏଁ ଏହି ସବୁ ପର୍ଯ୍ୟଟନ ସ୍ଥଳିରେ ପ୍ରବଳ ଭିଡ଼ ଲାଗି ରହିବା ସହ ବଣଭୋଜିର ଆସର ମଧ୍ୟ ଜମୁଛି । ଛୋଟ ପିଲା ଠାରୁ ଆରମ୍ଭ କରି ବଡ ଲୋକ ଯାଏ ସଭିଏଁ ବୁଲାବୁଲି କରି ପ୍ରକୃତିର ମଜା ଉଠାଉଛନ୍ତି । କିରିକୁଟିର ଏମୁ ପକ୍ଷୀ ହେଉ ଅବା କଫି ବଗିଚାର ଠେକୁଆ ଛୋଟ ପିଲାଙ୍କୁ ଅଧିକ ଆକୃଷ୍ଟ କରୁଛି । ଏମିତି କି କଫି ବଗିଚାର ତାଜା କଫି ଫଳ ସହ ଗୋଲ ମରିଚ ଦେଖି ଆତ୍ମବିଭୋର ହୋଇ ଉଠୁଛନ୍ତି ପର୍ଯ୍ୟଟକ ।

ଏହା ସହ କନ୍ଧମାଳ ଜିଲ୍ଲାର ସଂସ୍କୃତି ଓ ପରମ୍ପରାର ନିଦର୍ଶନ ସାଜିଥିବା ଆଦିବାସୀ ମହିଳାଙ୍କ ବେଶଭୂଷା ମଧ୍ୟ ପର୍ଯ୍ୟଟଙ୍କୁ ଆକୃଷ୍ଟ କରୁଛି । ଦାରିଙ୍ଗବାଡ଼ି ବୁଲାବୁଲି କରିବାର ଅନୁଭୂତିକୁ ସାଉଁଟିବା ପାଇଁ କେହି କେହି ମୋବାଇଲରେ ସେଲଫି ସହ ଫଟୋ ଉଠାଉଛନ୍ତି । ଘଂଚ ଜଙ୍ଗଲ ମଧ୍ୟରେ ଘୁ ଘୁ ହୋଇ ଗର୍ଜୁଥିବା ଜଳପ୍ରପାତ ଏବେ ସମସ୍ତଙ୍କର ପ୍ରିୟ ସ୍ଥାନ ପାଲଟିଛି ।

Advertisment

ଜୀବନ ଜଞ୍ଜାଳ ମଧ୍ୟରେ ନିଜ ପାଇଁ ସମୟ ବାହାର କରି ପାରିବାର ସହ ଏଠାକୁ ବୁଲି ଆସିବାକୁ କୁହନ୍ତି ଏହାର ପ୍ରେମରେ ପଡ଼ିଥିବା ପର୍ଯ୍ୟଟକ । ରାଜ୍ୟ ଓ ରାଜ୍ୟ ବାହାରରୁ ପର୍ଯ୍ୟଟକ ଏଠାକୁ ଆସୁଥିବାରୁ ସ୍ଥାନୀୟ ଟୁର୍ ଗାଇଡ୍‌ମାନେ ମଧ୍ୟ ସ୍ୱାବଲମ୍ବି ହୋଇପାରିଛନ୍ତି । 

Tourism Daringbadi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ