Advertisment

ପୂଜା ଗାଇଡ୍‌ଲାଇନ୍‌ର ପୁନର୍ବିଚାର କରିବେ କି ସରକାର?

ଏହି କଟକଣା ପ୍ରତିବାଦରେ କଟକରେ ଆସନ୍ତା ୧୩ ତାରିଖ ଦିନ ବନ୍ଦ ଡାକରା ଦେଇଛି ବିଜେପି। ସେହିପରି ନିୟମର ପୁନର୍ବିଚାର ପାଇଁ ରାଜଧାନୀରେ ବି ବିଭିନ୍ନ ପୂଜା କମିଟି ଦାବି କଲେଣି। ଏମିତିକି ଆଜି କେତେକ ପୂଜା କମିଟିର ସଦସ୍ୟ ପୋଲିସ କମିଶନରଙ୍କୁ ଭେଟି ମଧ୍ୟ ଦାବି ଜଣାଇଛନ୍ତି। ନିୟମ ପରିବର୍ତ୍ତନ ନହେଲେ ସେମାନେ ମଧ୍ୟ ଭୁବନେଶ୍ୱର ବନ୍ଦ ଡାକରା ପାଇଁ ପ୍ରସ୍ତୁତ ହେଉଥିବା ଭସାଣ କମିଟି ପକ୍ଷରୁ କୁହାଯାଇଛି।

ଅଦ୍ୟତନ ହୋଇଛି
Festive Politics

Festive Politics

Advertisment

ଭୁବନେଶ୍ୱର: ପାର୍ବଣରେ ମୂର୍ତ୍ତି ଉଚ୍ଚତା ବିବାଦ ପ୍ରସଙ୍ଗରେ ଆସନ୍ତାକାଲି ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି ରାଜ୍ୟ ସରକାର। କଟକର ଶାନ୍ତି କମିଟି ଓ ପୂଜା କମିଟି ସଦସ୍ୟଙ୍କୁ ମିଟିଂରେ ଯୋଗ ଦେବାକୁ ଆମନ୍ତ୍ରଣ କରାଯାଇଛି। ମୁଖ୍ୟ ଶାସନ ସଚିବ ଓ SRCଙ୍କ ସହ ବୈଠକ ପାଇଁ ଡକରା ହୋଇଛିି। ପାର୍ବଣରେ ମୂର୍ତ୍ତିର ଉଚ୍ଚତା ଓ ଆବଦ୍ଧ ପୂଜାକୁ ନେଇ ଲାଗି ରହିଛି ବିବାଦ। ୪ ଫୁଟ୍ ଉଚ୍ଚର ମୂର୍ତ୍ତି ଓ ପରଦା ଆଢୁଆଳରେ ପୂଜା ନିୟମର ପରିବର୍ତ୍ତନ ଦାବିରେ ଏକାଠି ହେବାରେ ଲାଗିଛନ୍ତି ବିଭିନ୍ନ ପୂଜା କମିଟି, ସାମାଜିକ ସଂଗଠନ ଓ ରାଜନୈତିକ ଦଳ।

Advertisment

ଏମିତିକି ଏହି କଟକଣା ପ୍ରତିବାଦରେ କଟକରେ ଆସନ୍ତା ୧୩ ତାରିଖ ଦିନ ବନ୍ଦ ଡାକରା ଦେଇଛି ବିଜେପି। ସେହିପରି ନିୟମର ପୁନର୍ବିଚାର ପାଇଁ ରାଜଧାନୀରେ ବି ବିଭିନ୍ନ ପୂଜା କମିଟି ଦାବି କଲେଣି। ଏମିତିକି ଆଜି କେତେକ ପୂଜା କମିଟିର ସଦସ୍ୟ ପୋଲିସ କମିଶନରଙ୍କୁ ଭେଟି ମଧ୍ୟ ଦାବି ଜଣାଇଛନ୍ତି। ନିୟମ ପରିବର୍ତ୍ତନ ନହେଲେ ସେମାନେ ମଧ୍ୟ ଭୁବନେଶ୍ୱର ବନ୍ଦ ଡାକରା ପାଇଁ ପ୍ରସ୍ତୁତ ହେଉଥିବା ଭସାଣ କମିଟି ପକ୍ଷରୁ କୁହାଯାଇଛି। ସେମାନଙ୍କ ପ୍ରଶ୍ନ-

  1. ଦୁର୍ଗାଙ୍କ ମୂର୍ତ୍ତି ମାତ୍ର ୪ଫୁଟ୍ ଉଚ୍ଚରେ ସୀମିତ ରହିଲେ କେଉଁ ଉପାୟରେ କମିବ କରୋନା ସଂକ୍ରମଣ ?
  2. ସେପ୍ଟେମ୍ବର ଗାଇଡଲାଇନରେ ସିନେମା ହଲ୍‌ରୁ ମଲ୍ ଯାଏଁ, ସବୁକିଛି ଖୋଲିବା ନିୟମ ହୋଇଥିବାବେଳେ ଦୁର୍ଗାପୂଜା ଉପରେ ଏଭଳି କଟକଣା କାହିଁକି ?
  3. ପୂଜା ମଣ୍ଡପ ଆଗରେ ବ୍ୟାରିକେଡ଼ ଦର୍ଶନ ବ୍ୟବସ୍ଥା ପାଇଁ ଅନୁମତି ଦେଲେ ଅସୁବିଧା କେଉଁଠି ?
Advertisment

ସେପଟେ ଆଜି ବିଧାନସଭାରେ ମଧ୍ୟ କଂଗ୍ରେସ ୪ଫୁଟ ମୂର୍ତ୍ତି ଉଚ୍ଚତା ଓ ଦର୍ଶନ କଟକଣା ପ୍ରସଙ୍ଗ ଉଠାଇ ବାଚସ୍ପତିଙ୍କ ରୁଲିଂ ଦାବି କରି ହୋହଲ୍ଲା କରିବା ପରେ ପୂଜା ଗାଇଡଲାଇନ୍‌ର ପୁନର୍ବିଚାର ହୋଇପାରେ ବୋଲି ବାଚସ୍ପତି କହିଥିଲେ। ତେବେ ଏତେ ସବୁ ଆରୋପ-ପ୍ରତ୍ୟାରୋପ ଓ ଆନ୍ଦୋଳନ-ପ୍ରତିବାଦ ଭିତରେ ଏବେ ଅପେକ୍ଷା, କେବେ ଓ କିଭଳି ପାର୍ବଣ ଗାଇଡଲାଇନ୍ ଉପରେ ପୁନର୍ବିଚାର କରୁଛନ୍ତି ସରକାର।

ରିପୋର୍ଟ: ଦେବାଶିଷ ମହାନ୍ତି, ସୌମ୍ୟରଞ୍ଜନ ସାହୁ

Odisha Government Covid Guidelines
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ