Finance Minister Nirmala Sitharaman
ନୂଆଦିଲ୍ଲୀ: ବ୍ୟାଙ୍କ ଡିପୋଜିଟର୍ସଙ୍କ ପାଇଁ ଖୁସି ଖବର। ବ୍ୟାଙ୍କ ବୁଡ଼ିଲେ ବା ଦେବାଳିଆ ହେଲେ ସୁରକ୍ଷିତ ରହିବେ ଗ୍ରାହକ। ଗତ କିଛି ବର୍ଷ ମଧ୍ୟରେ ପଞ୍ଜାବ ମହାରାଷ୍ଟ୍ର କୋପରେଟିଭ ବ୍ୟାଙ୍କ (PMC) ସମେତ ଅନ୍ୟ କେତେକ ବ୍ୟାଙ୍କ ବିରୋଧରେ ଅନିୟମିତିତା ଅଭିଯୋଗ ଆସିଥିବାବେଳେ ଗ୍ରାହକଙ୍କ ଟଙ୍କା ବ୍ୟାଙ୍କରେ ପଡି ରହିଛି। ଏପରି ଡିପୋଜିଟର୍ସଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ସରକାର ପୂର୍ବରୁ ଥିବା ନୀତିରେ ପରିବର୍ତ୍ତନ ଆଣିଛନ୍ତି। ଏହି ନୂଆ ନିୟମ ଅନୁସାରେ ଧାର୍ଯ୍ୟ ସମୟ ମଧ୍ୟରେ ବ୍ୟାଙ୍କରେ ପଡ଼ି ରହିଥିବା ଗ୍ରାହକଙ୍କ ଡିପୋଜିଟ ଉପରେ ବୀମା ଟଙ୍କା ମିଳିଯାଇ ପାରିବ। ବୁଧବାର କ୍ୟାବିନେଟ ମିଟିଂରେ ଏହି ସଂଶୋଧନ ବିଲ ପାସ୍ ହୋଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବୈଠକ ପରେ ଏକ ପ୍ରେସ ମିଟ୍ରେ ଏହି ସଂଶୋଧନ ବିଲ ସଂସଦର ମୌସୁମୀ ଅଧିବେଶନରେ ଆଗତ କରାଯିବ ବୋଲି କହିଛନ୍ତି।
ସୀତାରମଣ କହିଛନ୍ତି, କ୍ୟାବିନେଟ ଆଜି Deposit Insurance and Credit Guarantee Corporation Bill(DICGC )ରେ ଏକ ସଂଶୋଧନ ଆଣିଛନ୍ତି। ଏହାଦ୍ୱାରା ଗ୍ରାହକଙ୍କ ଡିପୋଜିଟ ଉପରେ ଇନ୍ସ୍ୟୁରାନ୍ସ କଭରେଜ ବଢାଇବ ଏବଂ ଯଦି ବି ବ୍ୟାଙ୍କ ବୁଡି ଯାଏ କିମ୍ବା ଆର୍ଥିକ ଚାପରେ ରୁହେ ତେବେ ଡିପୋଜିଟର୍ସର ବୀମା ଟଙ୍କା ମିଳିବା ପାଇଁ ଯେତିକି ସମୟ ଲାଗିବା କଥା ତାହାଠାରୁ କମ୍ ସମୟରେ ମିଳିବ।
Also Read
DICGC ବିଲ୍ରେ ହୋଇଥିବା ଏହି ସଂଶୋଧନ ଅନୁସାରେ, ଯଦି କୌଣସି ବ୍ୟାଙ୍କ ବୁଡ଼ିବା ସ୍ଥିତିକୁ ଆସିଯାଏ କିମ୍ବା ଆର୍ଥିକ ଚାପ ରୁହେ ତେବେ ଏହି ନୂଆ ଆଇନ ଲାଗୁ ହେବ । ପ୍ରଥମ ୪୫ ଦିନରେ ବ୍ୟାଙ୍କକୁ ବୀମା କମ୍ପାନୀକୁ ସବୁକିଛି ହସ୍ତାନ୍ତର କରିବାକୁ ପଡ଼ିବ। ଏହା ପରେ ୯୦ ଦିନ ଭିତରେ ଡିପୋଜିଟର୍ସକୁ ତାହାର ବୀମା ଅର୍ଥ ମିଳିଯିବ। ଏହି ସମୟ ମଧ୍ୟରେ ବ୍ୟାଙ୍କର ସ୍ଥିତିରେ ସୁଧାର ଆସୁ ବା ନ ଆସୁ ଡିପୋଜିଟର୍ସ ତାର ଅର୍ଥ ୯୦ ଦିନରେ ପାଇପାରିବେ। ଅର୍ଥାତ୍ ଟଙ୍କା ବୁଡ଼ିବା ସ୍ଥିତିରେ ବ୍ୟାଙ୍କ ଗ୍ରାହକଙ୍କ ପାଖରେ ୫ ଲକ୍ଷ ବୀମାଭୁକ୍ତ ଜମା ରହିବ ଏବଂ ସେମାନେ ୯୦ ଦିନ ମଧ୍ୟରେ ଏହି ରାଶି ପାଇବେ।
ଏଠି କହିରଖିବୁ , ବର୍ତ୍ତମାନର ନିୟମ ଅନୁଯାୟୀ, ଯଦି କୌଣସି ବ୍ୟାଙ୍କ ବୁଡିଯାଏ ବା କୌଣସି କାରଣରୁ ଗ୍ରାହକଙ୍କ ଟଙ୍କା ବ୍ୟାଙ୍କରେ ଫସି ରହିଥାଏ ତେବେ ବ୍ୟାଙ୍କ ବିରୋଧରେ ଜରୁରୀ କାର୍ଯ୍ୟାନୁଷ୍ଠାନ ନ ନେଲା ପର୍ଯ୍ୟନ୍ତ କିମ୍ବା ବ୍ୟାଙ୍କ ତାର ସମ୍ପତ୍ତି ବିକିବା ପର୍ଯ୍ୟନ୍ତ ଗ୍ରାହକଙ୍କୁ ତାଙ୍କ ଟଙ୍କା ମିଳିବ ନାହିଁ। ହେଲେ ସଂଶୋଧିତ ନିୟମ ଅନୁଯାୟୀ, ବ୍ୟାଙ୍କ ସମସ୍ୟାର ସମାଧାନ ହେଉ ବା ନ ହେଉ, ୯୦ ଦିନ ଭିତରେ ଡିପୋଜିଟର୍ସକୁ ତାର ଜମା ରାଶି ଉପରେ ବୀମା ରାଶି ୫ ଲକ୍ଷ ଟଙ୍କା ମିଳିବ। ଏହା ପୂର୍ବରୁ ବ୍ୟାଙ୍କ ଡୁବିବା ସ୍ଥିତିରେ ଗ୍ରାହକଙ୍କୁ ତାଙ୍କ ଡିପୋଜିଟ ଉପରେ ୧ ଲକ୍ଷ ଟଙ୍କା ଇନ୍ସ୍ୟୁରାନ୍ସ ରାଶି ମିଳୁଥିଲା। ହେଲେ ଏବେ ଏହା ୫ ଲକ୍ଷକୁ ବୃଦ୍ଧି କରାଯାଇଛି। ଯଦି ଏହି ସଂଶୋଧିତ ବିଲକୁ ସଂସଦରେ ଅନୁମତି ମିଳିଯାଏ ତେବେ ଗ୍ରାହକଙ୍କୁ ୯୦ ଦିନ ଭିତରେ ଏହି ବିମା ରାଶି ୫ ଲକ୍ଷ ଟଙ୍କା ମିଳିଯିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us