sambalpur violence
ସମ୍ବଲପୁରରେ କର୍ଫ୍ୟୁ ସମୟ ଆହୁରି କୋହଳ କରାଯାଇଛି । ଆସନ୍ତାକାଲିଠୁ କର୍ଫ୍ୟୁ କୋହଳ ସମୟକୁ ବଢାଇଛି ସମ୍ବଲପୁର ଜିଲ୍ଲା ପ୍ରଶାସନ । ଆସନ୍ତାକାଲିଠୁ ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ କର୍ଫ୍ୟୁ କୋହଳ କରାଯିବ । ପୂର୍ବରୁ ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏଁ କର୍ଫ୍ୟୁ କୋହଳ କରାଯାଉଥିଲା ।
ଏହି ସମୟ ମଧ୍ୟରେ କୌଣସି ସ୍ଥାନରେ ଲୋକମାନେ ଏକାଠି ହୋଇପାରିବେ ନାହିଁ । ଧାର୍ମିକ ସ୍ଥଳରେ ମଧ୍ୟ ଏକତ୍ରିତ ହେବାକୁ କଟକଣା ଜାରି ହୋଇଛି । ଯଦି ଲୋକେ କୌଣସି ସ୍ଥାନରେ ଏକାଠି ହୁଅନ୍ତି, ତେବେ ପୂର୍ବରୁ ଅନୁମତି ନେବାକୁ ପଡ଼ିବ ।
ଅଧିକ ପଢ଼ନ୍ତୁ: ସମ୍ବଲପୁରରେ ଇଣ୍ଟରନେଟ୍ କଟକଣା, ଅନଲାଇନ୍ ଆସିପାରୁନଥିବାରୁ ଦୁର୍ବିସହ ଜିଲ୍ଲାବାସୀଙ୍କ ଜୀବନ
ଯେଉଁମାନେ ଏକତ୍ରିତ ହେବାକୁ ଅନୁମତି ପାଇଛନ୍ତି, ସେମାନେ ସୁନିୟନ୍ତ୍ରିତ ଟ୍ରାଫିକ ପରିଚାଳନାକୁ ନିଶ୍ଚିତ କରିବେ ବୋଲି ସମ୍ବଲପୁରୁ ଉପଜିଲ୍ଲାପାଳଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1682013432.jpg)