Advertisment

ସମ୍ବଲପୁରରେ ଲାଗିଲା କର୍ଫ୍ୟୁ : ଘରୁ ବାହାରିବା ଉପରେ ଲାଗିଲା କଟକଣା

ସମ୍ବଲପୁରରେ ଲାଗିଲା କର୍ଫ୍ୟୁ । ସମ୍ବଲପୁର ସହରରେ ଲାଗୁ ହେଲା କର୍ଫ୍ୟୁ । ମଧ୍ୟ ରାତ୍ରି ୧୨ଟାରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ ଏହି କର୍ଫ୍ୟୁ । ଏ ନେଇ ସମ୍ବଲପୁର ଉପ-ଜିଲ୍ଲାପାଳ ଜାରି କରିଛନ୍ତି ବିଜ୍ଞପ୍ତି। କୌଣସି ଅପ୍ରୀତିକର ପରିସ୍ଥିତି ଏଡାଇବାକୁ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି

ଅଦ୍ୟତନ ହୋଇଛି
Curfew In Sambalpur

sambalpur

Advertisment

ସମ୍ବଲପୁର ସହରରେ ଲାଗୁ ହୋଇଛି କର୍ଫ୍ୟୁ । ମଧ୍ୟ ରାତ୍ରି ୧୨ଟାରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ ଏହି କର୍ଫ୍ୟୁ ବୋଲି  ସୂଚନା ରହିଛି । ଏ ନେଇ ସମ୍ବଲପୁର ଉପ-ଜିଲ୍ଲାପାଳ ଜାରି କରିଛନ୍ତି ବିଜ୍ଞପ୍ତି । କୌଣସି ଅପ୍ରୀତିକର ପରିସ୍ଥିତି ଏଡାଇବାକୁ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । କୌଣସି ବ୍ୟକ୍ତିବିଶେଷ
ଘରୁ ବାହାରିବାକୁ ବି ବାରଣ କରାଯାଇଛି ।

Advertisment

ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ  ପ୍ରଶାସନ ପକ୍ଷରୁ ସମୟ ନିର୍ଘଣ୍ଟ କରାଯାଇଛି । ସକାଳ ୮ରୁ ୧୦ ଏବଂ  ଅପରାହ୍ନ ୩.୩୦ ରୁ ୫.୩୦ ମଧ୍ୟରେ ଜନସାଧାରଣ ସାମଗ୍ରୀ କିଣିପାରିବେ । କୌଣସି ମେଡିକାଲ ଏମର୍ଜେନ୍ସି ପାଇଁ ୭୬୫୫୮୦୦୭୬୦ ହେଲ୍ପଲାଇନ୍ ନମ୍ବର ବି ଜାରି କରାଯାଇଛି । ତେବେ ସମ୍ବଲପୁରରେ କର୍ଫ୍ୟୁ ଲାଗୁ କରାଯାଇଥିବାରୁ ରାସ୍ତା ଶୂନଶାନ ହୋଇପଡ଼ିଛି ।

Curfew
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ