Advertisment

ଜଙ୍ଗଲରୁ ମିଳିଲା ଯବାନଙ୍କ ଝୁଲନ୍ତା ମୃତଦେହ, ଛୁଟିରେ ଘରକୁ ଆସିଥିଲେ...

ଜଗତସିଂହପୁରରୁ ନିଖୋଜ, ଯାଜପୁରରୁ ମୃତଦେହ ଉଦ୍ଧାର। ନିଖୋଜ CRPF ଯବାନ ସୂର୍ଯ୍ୟକାନ୍ତ କୁଆଁରଙ୍କ ଝୁଲନ୍ତା ମୃତଦେହ ଘଞ୍ଚ ଜଙ୍ଗଲ ପାହାଡ଼ ଉପରୁ ପୋଲିସ୍ ଉଦ୍ଧାର କରିଛି।

ଅଦ୍ୟତନ ହୋଇଛି
CRPF Jawan Deadbody Found Hanging From Forest In Jajpur

CRPF Jawan Deadbody Found Hanging From Forest In Jajpur

Advertisment

ଜଗତସିଂହପୁରରୁ ନିଖୋଜ, ଯାଜପୁରରୁ ମୃତଦେହ ଉଦ୍ଧାର। ନିଖୋଜ CRPF ଯବାନ ସୂର୍ଯ୍ୟକାନ୍ତ କୁଆଁରଙ୍କ ଝୁଲନ୍ତା ମୃତଦେହ ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅନ୍ତର୍ଗତ ଧାନମଣ୍ଡଳ ସ୍ଥିତ  ଘଞ୍ଚ ଜଙ୍ଗଲ ପାହାଡ଼ ଉପରୁ ପୋଲିସ୍ ଉଦ୍ଧାର କରିଛି। ଗତ ୧୭ ତାରିଖରୁ ସେ ନିଖୋଜ ଥିଲେ। ୨ ଦିନ ପୂର୍ବେ ପାହାଡ଼ କଡ଼ ରାସ୍ତାରୁ ଯବାନଙ୍କ ବାଇକ୍ ମିଳିଥିଲା।

Advertisment

ଗତକାଲି ଡ୍ରୋନ୍‌ କ୍ୟାମେରା ସାହାଯ୍ୟରେ ବହୁ ଖୋଜା ଖୋଜି ପରେ ମଧ୍ୟ ସୂର୍ଯ୍ୟକାନ୍ତଙ୍କ କୌଣସି ପତ୍ତା ମିଳି ନଥିଲା। ଯାଜପୁର SPଙ୍କ ନିର୍ଦ୍ଦେଶ କ୍ରମେ SDPOଙ୍କ ଅଧ୍ୟକ୍ଷତାରେ ପୋଲିସ୍‌ର ୩ଟି ଟିମ୍‌, ବନ ବିଭାଗ କର୍ମଚାରୀ ପାହାଡ଼ ଉପରେ ଖୋଜା ଖୋଜି କରିଥିଲେ। ଶେଷରେ ଆଜି ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ  ଯବାନଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ସେ ଆତ୍ମହତ୍ୟା କରିଛନ୍ତି ନା ମୃତ୍ୟୁ ପଛରେ ଅନ୍ୟ କିଛି କାରଣ ରହିଛି ସେନେଇ ପୋଲିସ୍‌ ଛାନ୍‌ଭିନ୍‌ ଚଳାଇଛି। 

ସୂଚନାଥାଉ କି, ଜଗତସିଂହପୁର ଜିଲ୍ଲା ଏରସମା ଥାନା ଅନ୍ତର୍ଗତ ସୋମପୁର ଗାଁର CRPF ଯବାନ ସୂର୍ଯ୍ୟକାନ୍ତ କୁଆଁର କିଛିଦିନ ହେବ ଛୁଟିରେ ଘରକୁ ଆସିଥିଲେ। ପତ୍ନୀଙ୍କ ସହ ସେ ଅନ୍ୟତ୍ର ରହୁଥିବା ବେଳେ ଗତ ୧୭ ତାରିଖରେ ଜେଜେମା’ଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ହେଲେ ସେବେଠାରୁ ସେ ଘରକୁ ଫେରି ନ ଥିବା ତାଙ୍କ ସ୍ତ୍ରୀ ଅଭିଯୋଗ କରିଥିଲୋ ଆଉ ଏବେ ଝୁଲନ୍ତା ମୃତଦେହ ମିଳିବା ପରେ ଘଟଣାକୁ ନେଇ ଅନେକ ସନ୍ଦେହ ବଢ଼ିଛି।

Advertisment

(ରିପୋର୍ଟ- ଗୁଲାମ ଗସ୍‌, ଯାଜପୁର)

CRPF Jawans
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ