Crowd baffled on sight of wild elephant in Odisha’s Rayagada
ରାସ୍ତା ଉପରକୁ ହଠାତ୍ ଆସିଗଲା ବଣୁଆହାତୀ । ଯାତ୍ରୀବାହି ବସ୍କୁ ଅଟକାଇଲା ଦନ୍ତା । ପରେ ବସ୍କୁ ଠେଲିବାକୁ ଲାଗିଲା । ଶୁଣ୍ଢ ବାଡ଼ାଇ ବସ୍ର କାଚକୁ ବି ଭାଙ୍ଗିଦେଲା । ଏଭଳି କିଛି ଘଟଣା ରାୟଗଡ଼ା କମରଡ଼ାରେ ଘଟିଛି । ଆପଣ ଦେଖୁଥିବା ଏହି ଭିଜୁଆଲ୍ ଆଜିର ।
ରାୟଗଡ଼ା କମରଡ଼ା ବ୍ଲକ ଆର୍ତମ୍ ଗାଁ ନିକଟରେ ଏକ ବସକୁ ଅଟକାଇ ଦେଇଛି ଦନ୍ତା ହାତୀ । ବସରେ ୪୦ରୁ ଅଧିକ ଯାତ୍ରୀ ରାୟଗଡ଼ା କଲ୍ୟାଣସିଂହପୁରରୁ ଆନ୍ଧ୍ର ପ୍ରଦେଶର ପାର୍ବତୀପୁରମକୁ ଯାଉଥିଲା ।
ଏହି ସମୟରେ ହଠାତ୍ ହାତୀ ରାସ୍ତା ଉପରକୁ ଚାଲି ଆସିଥିଲା । ଘଟଣାସ୍ଥଳରେ ବେଶ୍ କିଛି ସମୟ ପାଇଁ ଆତଙ୍କ ଖେଳି ଯାଇଛି । ବସ୍ରୁ ଓହ୍ଲାଇ ଯାତ୍ରୀମାନେ ଏଣେତେଣେ ଦୌଡ଼ିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1693826844.jpg)