ଶ୍ରୀମନ୍ଦିର ଉତ୍ତର ଦ୍ୱାର ଗୁମୁଟରେ ଥିବା ପଦ୍ମ ପାଖୁଡ଼ାରେ ଫାଟ

ଗୁମୁଟର ପଛ ଭାଗରେ ବିରାଟ ଏକ ଗର୍ତ୍ତ ସୃଷ୍ଟି ହୋଇଛି । ବହୁ ବର୍ଷ ହେଲା ଏଏସଆଇ ପକ୍ଷରୁ ସଂରକ୍ଷଣ କାର୍ଯ୍ୟ କରାଯାଉଥିଲେ ମଧ୍ୟ କିଭଳି ସ୍ଥିତିରେ ଏହି ଫାଟ ହେଲା ସେ ନେଇ ପ୍ରଶ୍ନ ଉଠିଛି ।

ଉତ୍ତର ଦ୍ୱାର ଗୁମୁଟରେ ଫାଟ

ଶ୍ରୀମନ୍ଦିର ଉତ୍ତରଦ୍ୱାର ଗୁମୁଟର ତଳଭାଗରେ ଫାଟ । ପଦ୍ମପାଖୁଡାରେ ଏକ ବିରାଟ ଫାଟ ସୃଷ୍ଟି ହୋଇ ଏହା ଭାଙ୍ଗି ଯିବାର ସ୍ଥିତି ସୃଷ୍ଟି ହୋଇଛି । ଏପରିକି ଗୁମୁଟରେ ଯେଉଁ ଭାସ୍କର୍ଯ୍ୟ ଖୋଦିତ ହୋଇଛି ସେହି ଭାସ୍କର୍ଯ୍ୟରୁ ଫଥର ଖସି ତଳେ ପଡିଛି ।

ଗୁମୁଟର ପଛ ଭାଗରେ ବିରାଟ ଏକ ଗର୍ତ୍ତ ସୃଷ୍ଟି ହୋଇଛି । ବହୁ ବର୍ଷ ହେଲା ଏଏସଆଇ ପକ୍ଷରୁ ସଂରକ୍ଷଣ କାର୍ଯ୍ୟ କରାଯାଉଥିଲେ ମଧ୍ୟ କିଭଳି ସ୍ଥିତିରେ ଏହି ଫାଟ ହେଲା ସେ ନେଇ ପ୍ରଶ୍ନ ଉଠିଛି । ଫାଟକୁ ତୁରନ୍ତ ମରାମତି ପାଇଁ ଦାବି ହୋଇଛି ।

ସେପଟେ ଗତକାଲି ରକ୍ତ ପଡ଼ିବାରୁ ମହାପ୍ରଭୁଙ୍କର ହୋଇଛି ବଡ଼ ମହାସ୍ନାନ । ଶ୍ରୀମନ୍ଦିର ଭିତର କାଠ ନିକଟରେ ରକ୍ତ ପଡ଼ିବାରୁ ବଡ଼ ମହାସ୍ନାନ କରାଯାଇଛି । କାଲି ସନ୍ଧ୍ୟା ୬ଟା ୧୫ରେ ରକ୍ତ ଛିଟା ପଡ଼ିବା ପରେ ବଡ଼ ମହାସ୍ନାନ ହୋଇଥିବା ସୂଚନା ମିଳିଛି ।

ମଧ୍ୟାହ୍ନ ଧୁପ ପରେ ବଡ଼ ମହାସ୍ନାନ ଯୋଗୁଁ ଦେଢ଼ ଘଣ୍ଟା ଦର୍ଶନ ବନ୍ଦ ରହିଥିଲା । ପରେ ପରେ ନୀତିକାନ୍ତି ସ୍ୱାଭାବିକ ରହିବା ସହ ଭକ୍ତଙ୍କ ଦର୍ଶନ ଜାରି ରହିଛି । ତେବେ ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।