Advertisment

କରୋନା କଟକଣାକୁ ଚଟକଣା ! ଆଇନ୍‌ର ଧଜିଆ ଉଡାଇଲା ବିଧାୟକଙ୍କ ଭୋଜି

ବିଜେଡି ବିଧାୟକ ପୁର୍ଣ୍ଣଚନ୍ଦ୍ର ସ୍ୱାଇଁ ତାଙ୍କ ବାପା ମହାଦେବ ସ୍ୱାଇଁଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଭୋଜିର ଆୟୋଜନ କରିଥିଲେ। କରୋନା ମହାମାରୀ ସ୍ଥିତିରେ ସୀମିତ ସଂଖ୍ୟକ ଲୋକଙ୍କୁ ନେଇ କାର୍ଯ୍ୟକ୍ରମର ଆୟୋଜନ ଲାଗି ନିୟମ ଥିବାବେଳେ ଏଠାରେ ଆଇନର ଉଲ୍ଲଂଘନ କରାଯାଇଛି।

ଅଦ୍ୟତନ ହୋଇଛି
କରୋନା କଟକଣାକୁ ଚଟକଣା ! ଆଇନ୍‌ର ଧଜିଆ ଉଡାଇଲା ବିଧାୟକଙ୍କ ଭୋଜି

MLA Bhoji

Advertisment

ବ୍ରହ୍ମପୁର: କରୋନା କଟକଣାକୁ ଫୁ। ଖୋଦ୍ ଶାସକ ଦଳର ବିଧାୟକ ବିରୋଧରେ ଆସିଛି ଏଭଳି ଗୁରୁତର ଅଭିଯୋଗ। ଶହ ଶହ ସଂଖ୍ୟାରେ ଲୋକଙ୍କୁ ନେଇ ଆୟୋଜନ ହୋଇଛି ଶ୍ରାଦ୍ଧବାର୍ଷିକୀ ଭୋଜି। ଗଂଜାମ ଜିଲ୍ଲା ସୋରଡ଼ା ବିଜେଡି ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ତାଙ୍କ ବାପାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଭୋଜିର ଆୟୋଜନ କରିଥିଲେ। ଏହି ଭିଡିଓ ଏବେ ଭାଇରାଲ ହୋଇଛି। ତେବେ ଏଥିରେ ଦେଖିବାକୁ ମିଳିଥିଲା ଅଜସ୍ର ଲୋକଙ୍କ ଭିଡ଼। ହଜାର ହଜାର ଲୋକଙ୍କ ପାଇଁ ରନ୍ଧା ଯାାଇଥିଲା ଖାଦ୍ୟ। କୋଭିଡ୍ ନିୟମ ଉଲ୍ଲଂଘନ କରି ଭୋଜି ଖାଇବାକୁ ଧାଡ଼ି ଲଗାଇଛନ୍ତି। ଜଣଙ୍କ ପାଖରେ ଆଉ ଜଣେ ବସିଛନ୍ତି।

Advertisment

ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅନ୍ତର୍ଗତ ଅମୃତୁଲୁ ଗାଁର ଏ ଦୃଶ୍ୟ। ବିଜେଡି ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ତାଙ୍କ ବାପା ମହାଦେବ ସ୍ୱାଇଁଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଭୋଜିର ଆୟୋଜନ କରିଥିଲେ। ଏହି ଅବସରରେ ଏକ ରକ୍ତଦାନ ଶିବିରର ମଧ୍ୟ ଆୟୋଜନ ମଧ୍ୟ ହୋଇଥିଲା। କରୋନା ମହାମାରୀ ସ୍ଥିତିରେ ସୀମିତ ସଂଖ୍ୟକ ଲୋକଙ୍କୁ ନେଇ କାର୍ଯ୍ୟକ୍ରମର ଆୟୋଜନ ଲାଗି ନିୟମ ଥିବାବେଳେ ଏଠାରେ ଆଇନର ଉଲ୍ଲଂଘନ କରାଯାଇଛି। ରକ୍ତଦାନ ଶିବିରରେ ମଧ୍ୟ ଅନେକ ଲୋକ କୋଭିଡ୍ କଟକଣା ନମାନି ରକ୍ତଦାନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। 

Also Read

Advertisment

ଏତେ ସଂଖ୍ୟକ ଅତିଥିକୁ ନେଇ ଏଭଳି କାର୍ଯ୍ୟକ୍ରମ ପାଇଁ ତାଙ୍କୁ କିଏ ଅନୁମତି ଦେଲା? ନା ଅଞ୍ଚଳର ଶାସକ ଦଳ ବିଧାୟକ ବୋଲି ବିନା ଅନୁମତିରେ ସେ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ? ତାକୁ ନେଇ ନାନା ପ୍ରଶ୍ନ ଉଠିିଥିବାବେଳେ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ପ୍ରତିକ୍ରିୟା ରଖି କହିଛନ୍ତି, ଏହା ଭୋଜି ନୁହଁ ପ୍ରସାଦସେବନ ଥିଲା।  ତାହା ଆମେ କରିନୁ, ଗାଁ ଲୋକ ଦେଇଥିବେ ବୋଲି କହିଛନ୍ତି ପୂର୍ଣ୍ଣଚନ୍ଦ୍ର। ଆମର କିଛି ଭୋଜି ହୋଇନି, ତାହା ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଥିଲା ବୋଲି ବି ସେ ନିଜ ସଫେଇରେ କହିଛନ୍ତି। 

Covid Violation Odisha News BJD COVID-19
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ