Advertisment

ଏଣିକି ବ୍ଲକରେ ହେବ ପଞ୍ଚାୟତ ନିର୍ବାଚନ ଭୋଟ ଗଣତି

ନୂଆ ନିୟମ ଅନୁସାରେ ଭୋଟ ଗ୍ରହଣ ଶେଷ ହେବାପରେ ପ୍ରିଜାଇଡିଂ  ଅଫିସର୍, ପ୍ରାର୍ଥୀ କିମ୍ବା ପୁଲିଂ ଏଜେଣ୍ଟଙ୍କ ଉପସ୍ଥିତିରେ ବେଲଟ୍ ବକ୍ସ ଓ ଅନ୍ୟାନ୍ୟ ପେପର୍ ସିଲ୍ଡ କରିବେ। ତାପରେ ତାକୁ ଇଲେକସନ୍ ଅଫିସରଙ୍କ ପାଖକୁ ପଠାଯିବ। ଆଉ ସବୁ ପର୍ଯ୍ୟାୟ ନିର୍ବାଚନ ଶେଷ ହେବାପରେ ବ୍ଲକରେ କାଉଣ୍ଟିଂ ହେବ।

ଏଣିକି ବ୍ଲକରେ ହେବ ପଞ୍ଚାୟତ ନିର୍ବାଚନ ଭୋଟ ଗଣତି

Panchayat Polls

Advertisment

ଭୁବନେଶ୍ୱର: ଏଣିକି ବୁଥ୍ ନୁହେଁ, ବ୍ଲକରେ ହେବ ପଞ୍ଚାୟତ ନିର୍ବାଚନ ଭୋଟ ଗଣତି। ଭୋଟ ଗ୍ରହଣ ପରେ ଭୋଟ ବାକ୍ସ ସିଲଡ୍ କରି ବ୍ଲକରେ ରହିବ। ଆଉ ସବୁ ପର୍ଯ୍ୟାୟ ନିର୍ବାଚନ ଶେଷ ହେବା ପରେ ଗଣତି ହେବ। ପଞ୍ଚାୟତରାଜ ବିଭାଗ କାଉଣ୍ଟିଂ ନେଇ ନୂଆ ନିୟମ ଆଣିବାକୁ ଯାଉଛି। ଏଥିପାଇଁ ଏକ ଡ୍ରାଫଟ୍ ନୋଟିଫିକେସନ୍ ପ୍ରକାଶ ପାଇଛି। ୧୫ ଦିନ ଭିତରେ ଆପତ୍ତି, ଅଭିଯୋଗ ପରେ ଚୂଡାନ୍ତ ଗେଜେଟ୍ ନୋଟିଫିକେସନ୍ ପ୍ରକାଶ ପାଇବ। ଓଡିଶା ଗ୍ରାମ ପଞ୍ଚାୟତ ଇଲେକସନ୍ ସଂଶୋଧନ ରୁଲ୍ ୨୦୨୧ ଅନୁସାରେ ଭୋଟ ଗ୍ରହଣ ଦିନ କାଉଣ୍ଟିଂ  ହେବନି।

Advertisment

ନୂଆ ନିୟମ ଅନୁସାରେ ଭୋଟ ଗ୍ରହଣ ଶେଷ ହେବାପରେ ପ୍ରିଜାଇଡିଂ  ଅଫିସର୍, ପ୍ରାର୍ଥୀ କିମ୍ବା ପୁଲିଂ ଏଜେଣ୍ଟଙ୍କ ଉପସ୍ଥିତିରେ ବେଲଟ୍ ବକ୍ସ ଓ ଅନ୍ୟାନ୍ୟ ପେପର୍ ସିଲ୍ଡ କରିବେ। ତାପରେ ତାକୁ ଇଲେକସନ୍ ଅଫିସରଙ୍କ ପାଖକୁ ପଠାଯିବ। ଆଉ ସବୁ ପର୍ଯ୍ୟାୟ ନିର୍ବାଚନ ଶେଷ ହେବାପରେ ବ୍ଲକରେ କାଉଣ୍ଟିଂ ହେବ।  ଏହାକୁ ସେଣ୍ଟ୍ରାଲ୍ କାଉଣ୍ଟିଂ କୁହାଯିବ। ପ୍ରାର୍ଥୀ ଏବଂ ପୁଲିଂ  ଏଜେଣ୍ଟଙ୍କ  ଉପସ୍ଥିତିରେ ଗଣତି ପାଇଁ ଧାର୍ଯ୍ୟ ହୋଇଥିବା ତାରିଖରେ ଗଣତି ହେବ।

ପୂର୍ବରୁ କିନ୍ତୁ ଏହି ବ୍ୟବସ୍ଥା ନଥିଲା। ୨୦୧୭ ପଞ୍ଚାୟତ ନିର୍ବାଚନରେ ମଧ୍ୟ ଯେଉଁ ଦିନ ଭୋଟଗ୍ରହଣ ହୋଇଥିଲା ସେଦିନ ହିଁ ଓ୍ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ  ଓ ଜିଲ୍ଲା ପରିଷଦ କିଏ ଜିତିଛି ଓ କିଏ ହାରିଛି ତାହା ଜଣାପଡିଯାଉଥିଲା। ଏବେ କିନ୍ତୁ ତାହା ହେବ ନାହିଁ। ହେଲେ ଏଥିପାଇଁ ଏଥର ଅଧିକ ବେଲଟ୍ ବକ୍ସ ଆବଶ୍ୟକ ପଡିବ। ତେଣୁ ଜିଲ୍ଲାପାଳମାନଙ୍କୁ ମଧ୍ୟ ଅଧିକ ବେଲଟ୍ ବକ୍ସ ବଢାଇବାକୁ ରାଜ୍ୟ ନିର୍ବାଚନ କମିଶନ୍ ପକ୍ଷରୁ କୁହଯାଇଛି।

Advertisment
Odisha News Panchayat Polls
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ