Advertisment

ପ୍ରଥମ ଥର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ମୁହଁ ଖୋଲିଲେ ପୁରୀ ଶଙ୍କରାଚାର୍ଯ୍ୟ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ପ୍ରଥମ ଥର ପାଇଁ  ପୁରୀ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ନିର୍ମାଣ ଆଗରୁ ପ୍ରଶାସନ ତାଙ୍କ ସହ ଆଲୋଚନା କରିବାର ଆବଶ୍ୟକତା ଥିଲା।

ଅଦ୍ୟତନ ହୋଇଛି
Converting 'Tapobhumi' into 'Bhogbhumi' is govt's practice, says Puri Shankaracharya

Converting 'Tapobhumi' into 'Bhogbhumi' is govt's practice, says Puri Shankaracharya

Advertisment

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ପ୍ରଥମ ଥର ପାଇଁ  ପୁରୀ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ନିର୍ମାଣ ଆଗରୁ ପ୍ରଶାସନ ତାଙ୍କ ସହ ଆଲୋଚନା କରିବାର ଆବଶ୍ୟକତା ଥିଲା। ତପଭୂମିକୁ ଭୋଗଭୂମି କରିବା ସରକାରଙ୍କ ଚିରାଚରିତ ଅଭ୍ୟାସ। ତେବେ ଏଭଳି ନିର୍ମାଣ ଦ୍ୱାରା ଶ୍ରୀମନ୍ଦିର ପ୍ରତି କୌଣସି ଯେପରି କ୍ଷତି ନପହଞ୍ଚିବ ସେମିତି କାର୍ଯ୍ୟ କରାଯିବା ଉଚିତ୍।

Advertisment

ଖବର ଲେଖାଯିବା ସୁଦ୍ଧା ଜଗଦ୍‌ଗୁରୁଙ୍କ ମନ୍ତବ୍ୟ ନେଇ ରାଜ୍ୟ ସରକାରଙ୍କ ପ୍ରତିକ୍ରିୟା ମିଳିନାହିଁ। ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମେ ଗତକାଲି ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଭେଟିଛନ୍ତି। କେଉଁ ପ୍ରସଙ୍ଗରେ ସେ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ସାକ୍ଷାତ କରିଛନ୍ତି ସେନେଇ ଜିଲ୍ଲାପାଳ କିଛି ସୂଚନା ଦେଇ ନାହାନ୍ତି।

ଅନ୍ୟପକ୍ଷେ, ସାଂସଦ ପିନାକୀ ମିଶ୍ରଙ୍କ ଟ୍ୱିଟ୍‌ ମୁତାବକ ଯଦି ପୂର୍ବରୁ GPRS ହୋଇଥିଲା , ତା’ହେଲେ ଏବେ କଣ ହେଉଛି ବୋଲି ବିଜେପି ମୁଖପାତ୍ର ସମ୍ବିତ ପାତ୍ରଙ୍କ ପ୍ରଶ୍ନର ଉତ୍ତରରେ ଟ୍ୱିଟ୍‌ କରି ପିନାକୀ ତାଛଲ୍ୟ କରିଛନ୍ତି। ସେ କହିଛନ୍ତି, ଆଇନ୍‌ରେ ଦ୍ୱିତୀୟ GPRS ଉପରେ ବୋଧେ ପ୍ରତିବନ୍ଧକ ରହିବା ଦରକାର। ଆଇନ୍‌ବିତ୍‌ ଶ୍ରୀଯୁକ୍ତ ପାତ୍ର ଏନେଇ ନିଶ୍ଚିତ ଭାବେ ଜାଣିଥିବେ ବୋଲି କଟାକ୍ଷ କରିଛନ୍ତି ପିନାକୀ।

Advertisment

ସୂଚନାଥାଉ କି, ଲୁଚା ଛପା ଓ ରାତି ଅଧିଆ ଚାଲିଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର GPR ସର୍ଭେ। OBCC ଚଞ୍ଚକତା କରି ରାତି ଅଧରେ GPR ସର୍ଭେ କରୁଥିବା ଅଭିଯୋଗ ହୋଇଛି। ଫଳରେ ପୁଣି ଥରେ ବିବାଦ ଭିତରକୁ ଟାଣି ହୋଇଛି ପ୍ରଶାସନ। ଅଧ ରାତିରେ କିଛି ବ୍ୟକ୍ତି ଶ୍ରୀମନ୍ଦିରର ପୂର୍ବ-ଦକ୍ଷିଣ କୋଣ କାକୁଡି ଖାଇଙ୍କ ମନ୍ଦିର ପାଖରୁ ଆରମ୍ଭ କରି ଶ୍ରୀମନ୍ଦିର ଚାରିପାଖରେ କିଛି ମେସିନ ଧରି ବୁଲୁଥିବା ଦେଖିବାକୁ ମିଳିଥିଲା। ଏମାର ମଠ ଜାଗାରେ ବି ଏମାନେ ସର୍ଭେ କରୁଥିବା ଦେଖିବାକୁ ମିଳିଥିଲା

Puri Srimandir Puri Shankaracharya Puri Srimandir Heritage Corridor Project Row
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ