Advertisment

ଶ୍ରୀମନ୍ଦିର ରୋଷଘର ଚୁଲିଭଙ୍ଗା ସରକାରୀ ପ୍ରାୟୋଜିତ: କଂଗ୍ରେସ

ଜଗନ୍ନାଥ ହେରିଟେଜ୍ କରିଡର ଖନନ ବାବଦରେ ରାଜ୍ୟ ସରକାର ନିନ୍ଦିତ ହୋଇଛନ୍ତି।

Chula Controversy

Chula Controversy

Advertisment

ଶ୍ରୀମନ୍ଦିର ରୋଷଘର ଚୁଲିଭଙ୍ଗା ସରକାରୀ ପ୍ରାୟୋଜିତ କହିଲା କଂଗ୍ରେସ। ଏଭଳି ସଂଗୀନ ଅଭିଯୋଗ ଆଣିଛନ୍ତି କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର।
ପରିକ୍ରମା ପ୍ରକଳ୍ପ ବିବାଦରୁ ନଜର ହଟାଇବାକୁ ଚୁଲି ଭଙ୍ଗାଯାଇଛି। ଏହି ବିବାଦକୁ ଏଡ଼ାଇବାକୁ ଚୁଲି ଭଙ୍ଗାଯାଇଛି। ଖନନକୁ ନେଇ ଶାସକ ଦଳ ଲୋକସଭାରୁ ବିଧାନସଭା ଯାଏ ଅଡୁଆରେ ପଡ଼ିଛି ବୋଲି ନିଶିକାନ୍ତ କହିଛନ୍ତି।

Advertisment

ସେ ଆହୁରି କହିଛନ୍ତି ଯେ ପୋଲିସ ଡିଜି ଓ ମୁଖ୍ୟ ପ୍ରଶାସକ, ଯେଉଁଭଳି ଭାବେ ଶ୍ରୀମନ୍ଦିର ଗସ୍ତ କରିଥିଲେ, ସେହି ତତ୍ପରତା ଦେଖାଇ ରୋଷଘରର ରକ୍ଷଣାବେକ୍ଷଣ ଦାୟିତ୍ୱ ନେଇଥାନ୍ତେ ଏଭଳି ଏକ ଘଟଣା ଘଟିନଥାନ୍ତା। ପୋଲିସ ଡିଜିଙ୍କ ଗସ୍ତ କେବଳ ଲୋକ ଦେଖାଣିଆ।  ସରକାର ଏଥିପ୍ରତି ଉଦାସୀନ। ଏହି ପ୍ରସଙ୍ଗକୁ ଯେଉଁ ଭଳି ଭାବେ ଗମ୍ଭୀରତାର ସହ ନେବା କଥା, ତାକୁ ନେଇନାହାନ୍ତି। ଚୋର ଚୋରି କରି ଧନ ନେବା ପରେ ଖୋଜିବା ଯାହା, ପୋଲିସ ଖୋଜିବା ସହ ତାହା ସମାନ। 

ସେ କହିଛନ୍ତି ଯେ ଜଗନ୍ନାଥ ହେରିଟେଜ୍ କରିଡର ଖନନ ବାବଦରେ ରାଜ୍ୟ ସରକାର ନିନ୍ଦିତ ହୋଇଛନ୍ତି। ବିଧାନସଭାଠୁ ସଂସଦ ଯାଏ ଅପଦସ୍ତ ହୋଇଛନ୍ତି। ବିଧାନସଭାରେ ଭୁଲ ଉତ୍ତର ରଖିଛନ୍ତି ରାଜ୍ୟ ସରକାର। ତାଙ୍କର ସାଂସଦ ମଧ୍ୟ ଲୋକସଭାରେ ଭୁଲ ଉତ୍ତର ରଖିଛନ୍ତି। 
ସାରା ରାଜ୍ୟରେ ସରକାରୀ ବାବୁ, ସରକାରୀ ସାଂସଦ, ବିଧାୟକ ଓ ସରକାର  ଜନମାନସରେ ନିନ୍ଦିତ ହେଲେ। ଏପରିକି ଜଣେ ସରକାରୀ ଦଳର ସାଂସଦ ଲୋକସଭାରେ ବିବୃତ୍ତି ଦେବା ପରେ ବାହାରେ ଗଣମାଧ୍ୟମରେ ନିଜର ସଫେଇ ରଖିଲେ। ସେଥିପାଇଁ ପରିକ୍ରମା ପ୍ରକଳ୍ପ ବିବାଦରୁ ନଜର ହଟାଇବାକୁ ଚୁଲି ଭଙ୍ଗାଯାଇଛି।

Advertisment

ସେପଟେ ଶ୍ରୀମନ୍ଦିର ରୋଷଘର ଚୁଲା ଭଙ୍ଗା ଘଟଣାରେ ୪ ଜେଟିପିଙ୍କୁ ହୋଇଛି ନୋଟିସ। ପୁରୀ ଶ୍ରୀମନ୍ଦିର ରୋଷଘର ଚୁଲି ଭାଙ୍ଗିବା ଘଟଣାରେ ୪ଜଣ ଜେଟିପିଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି। କେଉଁ ପରିସ୍ଥିତିରେ ଏଭଳି ଅଘଟଣ ହେଲା ଜବାବ ରଖିବାକୁ ନିର୍ଦ୍ଦେଶ ହୋଇଛି। ତୁରନ୍ତ ଜବାବ ରଖିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। 

୨ ତାରିଖ ରାତି ପ୍ରାୟ ଗୋଟାଏ ବେଳେ ଘଟିଥିଲା ଏହି  ଅଘଟଣ। ରାତି ୧୦ଟାରୁ ସକାଳ ପର୍ଯ୍ୟନ୍ତ ୪ ଜଣ ଜେଟିପି ଦାୟିତ୍ୱରେ ଥିଲେ। ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନ ଉଭୟ ଘଟଣାର ଯାଞ୍ଚ କରୁଛନ୍ତି। ପାଞ୍ଚ ଜଣିଆ ଟିମ୍ ଦ୍ୱାରା ତଦନ୍ତ ହେଉଥିବା ଏସପି କହିଛନ୍ତି। ସିସିଟିଭିରୁ କିଛିଟା ସୁରାକ ମିଳିଛି ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।

Advertisment
Jagannath Temple Srimandir Heritage Corridor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ