Advertisment

ବସ୍ତିରେ ମଶାମରା ତେଲ, ବ୍ଲିଚିଂ ପାଉଡର ପକାଇଲା କଂଗ୍ରେସ

ରାଜଧାନୀରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ିଚାଲିଥିବା ବେଳେ ବିଏମ୍‌ସି ଖାଲି ସଚେତନତା କାର୍ଯ୍ୟକ୍ରମରେ ସୀମିତ ଥିବା କଂଗ୍ରେସ ଅଭିଯୋଗ କରିଛି। ତେବେ କଂଗ୍ରେସର ଅଭିଯୋଗ ନେଇ ବିଏମ୍‌ସିର ପ୍ରତିକ୍ରିୟା ମିଳିପାରିନାହିଁ।

ବସ୍ତିରେ ମଶାମରା ତେଲ, ବ୍ଲିଚିଂ ପାଉଡର ପକାଇଲା କଂଗ୍ରେସ

congress Dengue awareness

Advertisment

ଭୁବନେଶ୍ୱର: ଡେଙ୍ଗୁ ରୋଗୀଙ୍କ ଚିକିତ୍ସା ପାଇଁ ବେଡ୍‌ର ଅଭାବ ନାହିଁ। ଓ୍ବାର୍ଡ ଖାଲି ପଡିଛି। କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ ଡେଙ୍ଗୁ ନେଇ ଏଭଳି ପ୍ରତିକ୍ରିୟା ରଖିଛନ୍ତି। ଗତକାଲି ୮୭ ଜ୍ୱର ରୋଗୀଙ୍କ ପରୀକ୍ଷା ହୋଇଥିଲା, ସେଥିରୁ ୫୪ ଜଣ ପଜିଟିଭ ବାହାରିଥିଲେ। ପ୍ରତିଦିନ ୧୦ରୁ ୧୫ ନୂଆ ରୋଗୀ ଆଡ଼ମିଶନ ହେଉଛନ୍ତି, ୧୦ରୁ ୧୫ ଜଣ ଡିସଚାର୍ଜ ହେଉଛନ୍ତି। ଯଦି ଡେଙ୍ଗୁ ରୋଗୀ ସଂଖ୍ୟା ବଢ଼େ, ଅଧିକ ପ୍ଲେଟ ଲେଟ ଆବଶ୍ୟକ ହେବ ସେଥିପାଇଁ ଜୀବନ ବିନ୍ଦୁ ସମେତ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ବ୍ଲଡ଼ ସଂଗ୍ରହ ଉପରେ ଗୁରୁତ୍ୱ ଦିଆଯାଇଥିବା କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

Advertisment

ଡେଙ୍ଗୁ ମୁକାବିଲା ପାଇଁ ମଇଦାନକୁ ଓହ୍ଲାଇଲା କଂଗ୍ରେସ। ରାଜଧାନୀ ଭୁବନେଶ୍ୱରରେ କଂଗ୍ରେସ ପକ୍ଷରୁ ଆରମ୍ଭ ହୋଇଛି ଡେଙ୍ଗୁ ମୁକାବିଲା ଅଭିଯାନ। ବସ୍ତି ବସ୍ତି ବୁଲି ମଶା ତେଲ ପକାଇବା ସହ ନାଳ ନର୍ଦ୍ଦମା ସଫା କରୁଛନ୍ତି କଂଗ୍ରେସ କର୍ମୀ। ପୁରୁଣା ବିଧାନସଭା ନିକଟ ବସ୍ତିରୁ ଅଭିଯାନ ଆରମ୍ଭ କରିଛି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ। ବସ୍ତିରେ ମଶାମରା ତେଲ ଏବଂ ବ୍ଲିଚିଂ ପାଉଡର ପକାଇବା ସହ ବସ୍ତି ବାସିନ୍ଦାଙ୍କୁ ସଚେତନ କରାଯାଉଛି।

ରାଜଧାନୀରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ିଚାଲିଥିବା ବେଳେ ବିଏମ୍‌ସି ଖାଲି ସଚେତନତା କାର୍ଯ୍ୟକ୍ରମରେ ସୀମିତ ଥିବା କଂଗ୍ରେସ ଅଭିଯୋଗ କରିଛି। ତେବେ କଂଗ୍ରେସର ଅଭିଯୋଗ ନେଇ ବିଏମ୍‌ସିର ପ୍ରତିକ୍ରିୟା ମିଳିପାରିନାହିଁ। 

Advertisment

ସେହିପରି ଡେଙ୍ଗୁ ପ୍ରସଙ୍ଗରେ DMET ମୁଖ୍ୟ ଡାକ୍ତର ସିବିକେ ମହାନ୍ତି କହିଛନ୍ତି ଯେ ଯେତେବେଳେ ଡେଙ୍ଗୁ ସଂକ୍ରମଣ ହୁଏ ତାହା ଏମିତି ବଢ଼େ। ଯାହା ପ୍ରତିଷେଧକ ନିଆଯିବା କଥା ନିଆଯାଉଛି। ଭୁବନେଶ୍ୱରକୁ ଅଧିକ ଫୋକସ କରାଯାଉଛି। ଖୁବଶୀଘ୍ର ସ୍ଥିତିରେ ସୁଧାର ଆସିବ ବୋଲି ଆଶା କରାଯାଉଥିବା ଡିଏମ୍ଇଟି କହିଛନ୍ତି।

Odisha News Bhubaneswar Congress Dengue In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ