Advertisment

ଅନୁଭବଙ୍କ ନାଁରେ କମ୍ପ୍ଲେନ୍‌ କେସ୍‌ ଦେଲେ ବର୍ଷା

ଅନୁଭବଙ୍କ ନାଁରେ ବର୍ଷା ପୁଣି ଏକ ମାମଲା ରୁଜୁ କରିଛନ୍ତି।  କଟକ ଏସ୍‌ଡିଜେଏମ୍ କୋର୍ଟରେ ବର୍ଷା କମ୍ପ୍ଲେନ୍ କେସ୍ ରୁଜୁ କରିଛନ୍ତି।

ଅଦ୍ୟତନ ହୋଇଛି
Complaint Case Against BJD MP Anubhav Mohanty

Complaint Case Against BJD MP Anubhav Mohanty

Advertisment

ବିଜେଡି ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲାରେ ନୂଆ ମୋଡ଼ ଆସିଛି। ଅନୁଭବଙ୍କ ନାଁରେ ବର୍ଷା ପୁଣି ଏକ ମାମଲା ରୁଜୁ କରିଛନ୍ତି।  କଟକ ଏସ୍‌ଡିଜେଏମ୍ କୋର୍ଟରେ ବର୍ଷା କମ୍ପ୍ଲେନ୍ କେସ୍ ରୁଜୁ କରିଛନ୍ତି। 

Advertisment

ଅନୁଭବ ସୋସିଆଲ ମିଡିଆରେ ବିଭିନ୍ନ ପୋଷ୍ଟ ଜରିଆରେ ତାଙ୍କର ସମ୍ମାନହାନୀ କରୁଥିବା ବର୍ଷା ତାଙ୍କ ପିଟିସନରେ ଉଲ୍ଲେଖ କରିଛନ୍ତି। ପୂର୍ବରୁ ଅନୁଭବଙ୍କ ଘର ଛାଡିବାକୁ ବର୍ଷାଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ବର୍ଷାଙ୍କୁ ୨ ମାସ ମହଲତ ମିଳିଛି।  

କୋର୍ଟଙ୍କ ନିର୍ଦ୍ଦେଶରେ ପତ୍ନୀ ବର୍ଷାଙ୍କୁ ଅନୁଭବ ମହାନ୍ତି ୩୦ ହଜାର ଟଙ୍କା ଦେଇଥିଲେ। ବିକଳ୍ପ ରହଣି ପାଇଁ ବର୍ଷାଙ୍କ ଆକାଉଣ୍ଟରେ ଅନୁଭବ ଏହି ଟଙ୍କା ଡିପୋଜିଟ୍‌ କରିଥିଲେ। ବିକଳ୍ପ ରହଣି ପାଇଁ ବର୍ଷାଙ୍କୁ ମାସିକ ୩୦ ହଜାର ଦେବାକୁ କୋର୍ଟ କହିଥିଲେ। 

Advertisment

ସୂଚନାଥାଉ କି, ନିକଟରେ ଅନୁଭବ ସୋସିଆଲ୍‌ ମିଡିଆରେ ଏକ ଭିଡିଓ ଶେଆର କରିଥିଲେ। ୟୁଟ୍ୟୁବ୍‌ରେ ଅନୁଭବ ମହାନ୍ତିଙ୍କ ନାଁରେ ଥିବା ପେଜ୍‌ରେ ଏହି ଭିଡିଓ ଅପ୍‌ଲୋଡ୍‌ ହୋଇଥିଲା।ଭିଡିଓରେ ଅନୁଭବ ତାଙ୍କ ଶେଷ ଇଚ୍ଛା କହିବା ସହ ଫ୍ୟାନ୍ସ, ଶୁଭେଚ୍ଛୁ ଓ ସମର୍ଥକଙ୍କୁ କିଛି ବାର୍ତ୍ତା ଦେଇଥିଲେ। ଏହାସହ ସେ କହିଥିଲେ, ‘ମୁଁ ବହୁତ ବୋଝ ନେଲିଣି। ମୋତେ ମାରି ସାରିଲଣି। ଆଉ ମରିବାକୁ ନେଇ ମୋତେ ଡରାଅ ନାହିଁ। ମୁଁ ମଲା ଲୋକ ଭଳି ବଞ୍ଚିଛି। ତେଣୁ ମୁଁ ମରିବାକୁ ଆଉ ଡରୁ ନାହିଁ।’ 

Varsha Priyadarshini Anubhav Mohanty Anubhav-Varsha Family Dispute
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ