Advertisment

ଚାକିରି ବଞ୍ଚାଇବା ପାଇଁ ପଡିଆରେ ପହଞ୍ଚିଲେ ପୋଲିସ୍‌

କମିଶନରେଟ ପୋଲିସ ଫିଟନେସ୍‌କୁ ନେଇ ବୁଧବାର ଯେଉଁ ନିର୍ଦ୍ଦେଶନାମା ଜାରି କରିଛି ତାହାର ପ୍ରଭାବ ରାଜଧାନୀର ରିଜର୍ଭ ଗ୍ରାଉଣ୍ଡରେ ଦେଖିବାକୁ ମିଳିଛି। କାରଣ ଏଣିକି ପ୍ରତି ୧୫ ଦିନରେ ପୋଲିସ ବାବୁଙ୍କ ଓଜନ ମପାଯିବ। ଯଦି ନିୟମ ଅନୁସାରେ ଓଜନ ଅଧିକ ରହେ ତେବେ ସେମାନଙ୍କୁ ଅର୍ଡଲି ରୁମ ଦାୟିତ୍ୱ ଦିଆଯିବ । ଖାଲି ଏତିକି ନୁହେଁ ବରଂ ମାଦକ ଦ୍ରବ୍ୟ ସେବନରୁ ଦୂରେଇ ରଖିବାକୁ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି । ଏହାସହ ପ୍ରତିଦିନ ସକାଳ ଓ ଅପରାହ୍ଣରେ ଫିଜିକାଲ ଟ୍ରେନିଂ, ଫିଟନେସ ଓ ସଫେଇ ଉପରେ ଗୁରୁତ୍ୱ ଦିଆଯିବ ।

ଅଦ୍ୟତନ ହୋଇଛି
Commissionerate Police Personnel Begin Exercise To Shape Up

Police

Advertisment

ସକାଳୁ ସକାଳୁ ପଡିଆରେ ବ୍ୟାୟମ୍‌ କରିବାରେ ବ୍ୟସ୍ତ ଅଛନ୍ତି ପୋଲିସ ବାବୁ। ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା।  ହଠାତ୍‌ ସକାଳୁ ସକାଳୁ ପଡିଆରେ ଏମିତି ଏକ୍ସରସାଇଜ୍‌ କରିବାର ଉଦ୍ଦେଶ୍ୟ କଣ?  ପଡିଆରେ ଏତେ ପରିଶ୍ରମ କେବଳ ଚାକିରି ବଞ୍ଚାଇବା ପାଇଁ। ହଁ, ଆପଣ ଠିକ୍‌ ଶୁଣିଲେ...ଚାକିରି ବଞ୍ଚାଇବାକୁ ପଡ଼ିଆରେ ଚାଲିଛି କସରତ।

Advertisment

କମିଶନରେଟ ପୋଲିସ ଫିଟନେସ୍‌କୁ ନେଇ ବୁଧବାର ଯେଉଁ ନିର୍ଦ୍ଦେଶନାମା ଜାରି କରିଛି ତାହାର ପ୍ରଭାବ ସକାଳୁ ସକାଳୁ ରାଜଧାନୀର ରିଜର୍ଭ ଗ୍ରାଉଣ୍ଡରେ ଦେଖିବାକୁ ମିଳିଛି। କାରଣ ଏଣିକି ପ୍ରତି ୧୫ ଦିନରେ ପୋଲିସ ବାବୁଙ୍କ ଓଜନ ମପାଯିବ। ଯଦି ନିୟମ ଅନୁସାରେ ଓଜନ ଅଧିକ ରହେ ତେବେ ସେମାନଙ୍କୁ ଅର୍ଡଲି ରୁମ ଦାୟିତ୍ୱ ଦିଆଯିବ । ଖାଲି ଏତିକି ନୁହେଁ ବରଂ ମାଦକ ଦ୍ରବ୍ୟ ସେବନରୁ ଦୂରେଇ ରଖିବାକୁ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି । ଏହାସହ ପ୍ରତିଦିନ ସକାଳ ଓ ଅପରାହ୍ଣରେ ଫିଜିକାଲ ଟ୍ରେନିଂ, ଫିଟନେସ ଓ ସଫେଇ ଉପରେ ଗୁରୁତ୍ୱ ଦିଆଯିବ ।

 ଭୁବନେଶ୍ୱର ଅର୍ବାନ ପୋଲିସ ଜିଲ୍ଲାର କର୍ମଚାରୀଙ୍କ ପାଇଁ ଏମିତି କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ। APR, DPO, CP ହେଡକ୍ୱାର୍ଟର୍ସ, ଟିମ୍ ୬୦, OSAP ମୋବିଲାଇଜଇଡ୍ ଫୋର୍ସ ପାଇଁ ଏହି ନିର୍ଦ୍ଦେଶ ନାମା ଜାରି ହୋଇଛି । ଏହି ସବୁ ବିଭାଗରେ କାର୍ଯ୍ୟ କରୁଥିବା ପୋଲିସ କର୍ମଚାରୀଙ୍କ ଓଜନକୁ ନେଇ ଟାର୍ଗେଟ ଦିଆଯିବ । ପ୍ରତି ୧୫ ଦିନରେ ପୋଲିସ କର୍ମଚାରୀଙ୍କ ଓଜନ ମାପ କରାଯିବ । ପ୍ରତିମାସରେ ୮୦ ପ୍ରତିଶତ ଉପସ୍ଥାନ ବାଧ୍ୟତାମୂଳକ ବୋଲି କହିଛନ୍ତି ଡିସିପି । ୟୁନିଫର୍ମରେ ପୋଲିସ କର୍ମଚାରୀ ସ୍ମାର୍ଟ ଦେଖାଯିବା ସହ ଆକ୍ଟିଭ ରହିବା ଉପରେ ଗୁରୁତ୍ୱ ଦିଆଯାଇଛି ।

Advertisment

ଯେମିତି ନିଜକୁ ଫିଟ୍‌ ରଖିବେ ସେନେଇ ସମସ୍ତେ ଟେନସନ୍‌ରେ। ସେଇଥି ପାଇଁ ତ ବୁଧବାର ନିର୍ଦ୍ଦେଶନାମା ଜାରି ହେଉ ହେଉ ଗୁରୁବାର ସକାଳୁ ସକାଳୁ ପଡିଆରେ ଏମିତି ଏକ୍ସରସାଇଜ୍‌ କରୁଥିଲେ ପୋଲିସ ବାବୁ। ସମସ୍ତେ ଫିଟ୍‌ ଦେଖାଯିବା ଜରୁରୀ ହୋଇଥିବାରୁ ଏବେ ଫିଟ୍‌ ପାଇଁ ଏମିତି ଚାଲିଛି ପ୍ରୟାସ।

Odisha Police
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ