• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଅଭିନେତା ରାଇମୋହନ ପରିଡ଼ାଙ୍କ ଆତ୍ମହତ୍ୟାକୁ ନେଇ ଏବେ ବି ସସପେନ୍ସ ଜାରି ରହିଛି । ଏହାର ତଦନ୍ତ ପାଇଁ ଭୁବନେଶ୍ୱର ପ୍ରାଚୀ ବିହାରରେ ଥିବା ତାଙ୍କ ବାସଭବନରେ ପହଞ୍ଚିଛି । ଏତେ ବଡ଼ ଅଭିନେତା ରାଇମୋହନ ପରିଡ଼ା ଆତ୍ମହତ୍ୟା କଲେ କାହିଁକି, ଏହାକୁ ନେଇ ଅନେକ ପ୍ରଶ୍ନ ଉଠଛି ।ରାଇମୋହନଙ୍କ ଆତ୍ମହତ୍ୟା ପଛର କାରଣ କଣ? କେଉଁ ଭଳି ପରିସ୍ଥିତିରେ ଆତ୍ମହତ୍ୟା କଲେ ଓଲିଉଡ୍ ଖଳନାୟକ ? କେଉଁ ଚାପରେ ଥିଲେ? ମାନସିକ ଅବସାଦରେ ଥିଲେ କି ରାଇମୋହନ? ପାରିବାରିକ ଅଶାନ୍ତି ଥିଲା କି ? ଆର୍ଥିକ ସମସ୍ୟା ଥିଲା କି ? ଏନେଇ ଅନେକ ଅସମାହିତ ପ୍ରଶ୍ନ ଏବେ ଉଙ୍କିମାରୁଛି ।

ସୂଚନାଯୋଗ୍ୟ ଗତକାଲି ଆତ୍ମହତ୍ୟା କରିଛନ୍ତି ଓଲିଉଡ୍ ଖଳନାୟକ ରାଇମୋହନ ପରିଡ଼ା । ତାଙ୍କ ମୃତ୍ୟୁ ପରେ ଓଲିଉଡ୍ ଜଗତ ସ୍ତବ୍ଧ ହୋଇଯାଇଛି ।ଆଉ ଆଜି ପଞ୍ଚଭୂତରେ ବିଲୀନ ହୋଇଛି ଅଭିନେତା ରାଇମୋହନ ପରିଡ଼ାଙ୍କ ପାର୍ଥୀବ ଶରୀର । ପୁରୀ ସ୍ୱର୍ଗଦ୍ବାରରେ ତାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି । ରାଇମୋହନଙ୍କ ପାର୍ଥିବ ଶରୀରରେ ତାଙ୍କର ସାନ ଝିଅ ଉଦିତା ପରିଡା ମୁଖାଗ୍ନି ଦେଇଛନ୍ତି । ଏହି ସମୟରେ ତାଙ୍କ ଦୁଇ ଝିଅ, ଜ୍ୱାଇଁ ଓ ପରିବାର ବର୍ଗ ଉପସ୍ଥିତ ଥିଲେ । ବନ୍ଧୁବର୍ଗଙ୍କ ସହ ଯାତ୍ରା ଓ ସିନେମା ଜଗତର କିଛି ଜଣାଶୁଣା ବ୍ୟକ୍ତି ମଧ୍ୟ ତାଙ୍କ ଅନ୍ତିମ ସଂସ୍କାରରେ ସାମିଲ ହୋଇଥିଲେ।

୧୯୬୩ ମସିହା ଜୁଲାଇ ୧୦ରେ କେନ୍ଦୁଝର ଉଦୟପୁର ଗାଁର ଜନ୍ମ ନେଇଥିଲେ ରାଇମୋହନ । ନିଜ ଗାଁରେ ସ୍କୁଲ ପାଠପଢ଼ା, ମୟୂରଭଞ୍ଜ କରଞ୍ଜିଆରେ କଲେଜଅ ଆଉ ଭୁବନେଶ୍ୱର ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ଅଭିନୟ ଶିକ୍ଷା । ସେଇଠୁ ଆରମ୍ଭ ହୁଏ ରାଇମୋହନ ପରିଡ଼ାଙ୍କ କଳାକାର ଜୀବନ । ପ୍ରଥମରୁ ନାୟକ ହେବା ପାଇଁ ଇଚ୍ଛା ଥିଲେ ବି, ସେତେବେଳର ସୁପରଷ୍ଟାର ଉତ୍ତମ ମହାନ୍ତି ଓ ଶ୍ରୀରାମ ପଣ୍ଡାଙ୍କ ସହ ପ୍ରତିଯୋଗିତା କରିବା ଅପେକ୍ଷା ଖଳନାୟକ ଭାବେ ପରିଚୟ ସୃଷ୍ଟି କରିବା ସହଜ ଭାବି ସେଇ ଚରିତ୍ରକୁ ଆପଣାଇ ଥିଲେ ।

୧୯୮୪ ଗଙ୍ଗଶିଉଳି ତାଙ୍କ ପ୍ରଥମ ଫିଲ୍ମ ହୋଇଥିଲେ ବି, ୧୯୮୭ରେ ସାଗର ଫିଲ୍ମରେ ପ୍ରଥମ ଥର ପାଇଁ ତାଙ୍କର ଖଳ ରୂପକୁ ଭୂରି ଭୂରି ପ୍ରଶଂସା କରିଥିଲେ ଦର୍ଶକ । ଏହାପରେ ଆଉ ପଛକୁ ଫେରି ଚାହିଁନଥିଲେ । ରାଇମୋହନ ପ୍ରାୟ ୯୦ଟି ଓଡ଼ିଆ ଏବଂ ୧୫ ବଙ୍ଗଳି ସିନେମାରେ ସେ ଦେଖାଇଛନ୍ତି ନିଜ ଅଭିନୟର ଯାଦୁ ।