Advertisment

ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଫେଲ୍, ଖରାଦିନେ ଶୀତଳ ବଦଳରେ ବାହାରୁଛି ଗରମ ପାଣି

ଗାଁଠୁ ସହର ସବୁଠି ତାତି। ତାତିରୁ ତ୍ରାହି ପାଇଁ ଦରକାର ଥଣ୍ଡା ପାଣି। ମୁନ୍ଦାଏ ତୁଣ୍ଡରେ ପଡିଗଲେ ମିଳିଥାଏ ଆତ୍ମ ସନ୍ତୋଷ। ହେଲେ ସହରାଞ୍ଚଳରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ବସାଯାଇଥିବା ପାନୀୟ ଜଳ ପ୍ରକଳ୍ପରୁ ଥଣ୍ଡା ପାଣି ବଦଳରେ ବାହାରୁଛି ଗରମ ପାଣି...

author-image
Prangyan Parimita
Cold drinking water project in cold storage in Sonepur

Cold drinking water project in cold storage in Sonepur

ରାଜ୍ୟରେ ରାଜୁତି କରୁଛି ଖରା। ଏଥିରୁ ବାଦ ପଡୁନି ସୁବର୍ଣ୍ଣପୁର ଜିଲ୍ଲା। ଏମିତି ସମୟରେ ତୁଣ୍ଡରେ ପାଣି ଟିକିଏ ପଡିଲେ ଅମୃତ ଭଳିଆ ଲାଗିଥାଏ। ହେଲେ ସୋନପୁର ସହର ବ୍ଲକ ଛକରେ ଥିବା ଥଣ୍ଡା ପାନୀୟ ଜଳ ପ୍ରକଳ୍ପରୁ ଥଣ୍ଡା ପାଣି ବଦଳରେ ଗରମ ପାଣି ବାହାରୁଛି। ପ୍ରତିଦିନ ଏଠାରୁ ଲୋକମାନେ ସୋନପୁର, ବିନିକା, ଉଲୁଣ୍ଡା, ତରଭା ଓ ବୌଦ୍ଧକୁ ଯିବା ପାଇଁ ଅପେକ୍ଷା କରିଥାନ୍ତି। ହେଲେ ଖରାଦିନେ ଥଣ୍ଡା ପାଣି ତୁଣ୍ଡରେ ଦେବା ସମ୍ଭବ ହେଉନାହିଁ।

Advertisment

କେବଳ ବ୍ଲକ ଛକ ନୁହେଁ, ସୋନପୁର ସହରରେ ଥିବା ଅନେକ ପାନୀୟ ଜଳ ପ୍ରକଳ୍ପ ଅଚଳ ହୋଇ ପଡିଥିବାବେଳେ ଯେଉଁ କେତେଟା ଚାଲୁଛି ସେଥିରୁ ଗରମ ପାଣି ବାହାରୁ ଛି। ସୁବର୍ଣ୍ଣପୁର ଜିଲ୍ଲାର ତାପମାତ୍ରା ରାଜ୍ୟରେ ଅଧିକ ଥିବା ବେଳେ ପ୍ରଶାସନ ଲୋକଙ୍କ ପାଇଁ କୌଣସି ବ୍ୟବସ୍ଥା କରିନାହିଁ । ଏମିତିକି ପୌର ପରିଷଦ ପକ୍ଷରୁ ପାନୀୟ ଜଳ ଉପରେ ଗୁରୁତ୍ୱ ଦିଆଯାଉନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି ।

ସହରବାସୀଙ୍କ ସମସ୍ୟା ନେଇ ପୌର ପରିଷଦର ଅଧ୍ୟକ୍ଷାଙ୍କୁ ପଚାରିବାରୁ ସେ କହିଛନ୍ତି, ଆସନ୍ତା ୧୫ ଦିନ ମଧ୍ୟରେ ସବୁ ସମସ୍ୟାର ସମାଧାନ କରାଯିବା ସହିତ ପାନୀୟ ଜଳ ବ୍ୟବସ୍ଥାକୁ ସୁଧାରିବାକୁ ଚେଷ୍ଟା କରାଯିବ।

Advertisment

ସୁବର୍ଣ୍ଣପୁରରୁ ରବିନ୍ଦ୍ର ହୋତାଙ୍କ ରିପୋର୍ଟ

Cold Drinking Water Project
Advertisment
Advertisment